ETV Bharat / state

କାମରେ ଆସୁନି ବସୁଧା ଯୋଜନା, ପାଣି ପାଇଁ ରାସ୍ତାରୋକ - Drinking Water Problem

author img

By ETV Bharat Odisha Team

Published : Apr 18, 2024, 4:29 PM IST

ଜଳ ସମସ୍ୟା ନେଇ ରାସ୍ତାରୋକ
ଜଳ ସମସ୍ୟା ନେଇ ରାସ୍ତାରୋକ

Drinking Water Problem: ପାନୀୟ ଜଳ ଯୋଗାଣ ଦାବିରେ ରାସ୍ତାରୋକ କରିଛନ୍ତି ପୁରୀ ଜିଲ୍ଲା ଶୋଳପୁରର ଗ୍ରାମବାସୀ । ବିଭାଗୀୟ ଅଧିକାରୀଙ୍କ ଠାରୁ ଖାଲି ମିଥ୍ୟା ପ୍ରତିଶୃତି ମିଳିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଜଳ ସମସ୍ୟା ନେଇ ରାସ୍ତାରୋକ

ନିମାପଡ଼ା: ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା । ସେଥିରେ ଦାଉ ସାଜୁଛି ଜଳ କଷ୍ଟ । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରୁଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ପରି ଜଳ ସଙ୍କଟ ଚିନ୍ତା ବଢ଼ାଉଛି । ପାନୀୟ ଜଳ ଯୋଗାଣ ଦାବିରେ ରାସ୍ତାରୋକ କରିଛନ୍ତି ପୁରୀ ଜିଲ୍ଲା ଶୋଳପୁରର ଗ୍ରାମବାସୀ । ରାଜ୍ୟ ତଥା କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନାମାନ କରିଥିବା ବେଳେ ସତେ ଯେପରି ସମସ୍ତ ଯୋଜନା ଏଠାରେ ଫେଲ ମାରିଛି । ତେବେ ଗାଁରେ ବସୁଧା ଟାଙ୍କିର ମଟର ପୋଡ଼ି ଯାଇଥିବା ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ତାଙ୍କ ଗୁହାରୀ କେହି ଶୁଣି ନଥିଲେ । ଯାହା ପ୍ରତିବାଦରେ ଏହି ପଦକ୍ଷେପ ନେଇଛନ୍ତି ଗ୍ରାମବାସୀ ।

ସରକାରଙ୍କ ଦ୍ଵାରା ଜନସାଧାରଣଙ୍କ ପାଇଁ ଅନେକ ଯୋଜନାମାନ ପ୍ରସ୍ତୁତ କରାଯାଉଛି । ହେଲେ କେତେ ଦୂର ତାହା ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁଛି ତାହା କହିବା ମୁସ୍କିଲ । ବସୁଧା ପାନୀୟ ଜଳ ଯୋଜନା ଏବଂ ହର ଘର ଜଲ ଯୋଜନା କରାଯାଇଛି, ଯେପରିକି କୌଣସି ଲୋକ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ନହେବେ । ହେଲେ ବଡ଼ ଦୁଃଖ ଓ ପରିତାପର ବିଷୟ ହେଉଛି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଶୋଳପୁର, ଖଣ୍ଡିଆକୁଦ, ଦଳବା, ଚଢେଇଗାଁ, ବାଙ୍କିପୁର ଗ୍ରାମରେ ଦୀର୍ଘ ବର୍ଷଧରି ପାଣି ପାଇଁ ଅହରହ ସଙ୍ଘର୍ଷ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହା ସତ୍ତ୍ବେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନାହିଁ । ଯାହା ପ୍ରତିବାଦରେ ଗୋପ - ନାଗପୁର ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ... ଖରା କଷ୍ଟଠୁ ବଳିଯାଉଛି ପାନୀୟ ଜଳସଙ୍କଟ, ଜିଲ୍ଲାପାଳଙ୍କୁ ଭେଟିଲେ ଅର୍ପଣ ଗାଁଲୋକେ - Drinking Water Problem

ପାଞ୍ଚ ମଉଜାର ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ ହେବାରୁ ଆଜି ଶତାଧିକ ପୁରୁଷ ଓ ମହିଳାମାନେ ଗ୍ରାମର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି l ତେବେ ପଞ୍ଚାୟତରେ ଯଦିଓ ପାନୀୟ ଜଳର ସମସ୍ୟା ପାଇଁ ବସୁଧା ଜଳ ଯୋଗାଣ ପାଇଁ ଓଭର ହେଡ୍‌ ଟ୍ୟାଙ୍କ ନିର୍ମାଣ କରାଯାଇଥିବା ସତ୍ତ୍ୱେ ଗ୍ରାମକୁ ପାଇପ ଯୋଗେ ପିଇବା ପାଣି ମିଳିପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସେପଟେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଠାରୁ ଖାଲି ମିଥ୍ୟା ପ୍ରତିଶୃତି ମିଳିଛି ବୋଲି ଗ୍ରାମବାସୀ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ବାରମ୍ବାର ଜଣାଇବା ସହିତ ଗୋପ ବ୍ଲକ କାର୍ଯ୍ୟାଳୟର ଦ୍ଵାରସ୍ତ ହୋଇ ବିଫଳ ହେଲାପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିନାହିଁ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.