ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କୁ ଘେରିଲେ ୱାର୍ଡବାସୀ, ପାଣି ପମ୍ପ ଗେଟରେ ପକାଇଲେ ତାଲା

author img

By ETV Bharat Odisha Team

Published : Feb 2, 2024, 7:43 AM IST

ପାଣି ପମ୍ପ ଗେଟରେ ପକାଇଲେ ତାଲା
ପାଣି ପମ୍ପ ଗେଟରେ ପକାଇଲେ ତାଲା

Water Problem: ପାଣି ପାଇଁ ତାତିଲେ ୱାର୍ଡ ବାସୀ । ପାଣି ପମ୍ପ ଗେଟରେ ପକାଇଲେ ତାଲା l କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଥିଲେ ଅଞ୍ଚଳବାସୀ । ଅଧିକ ପଢ଼ନ୍ତୁ

ପାଣି ପମ୍ପ ଗେଟରେ ପକାଇଲେ ତାଲା

ଯାଜପୁର: ପାଣି ପାଇଁ ତାତିଲେ ୱାର୍ଡବାସୀ । ପାଣି ପମ୍ପ ଗେଟରେ ପକାଇଲେ ତାଲା । ସରକାରୀ ପ୍ରତିଶୃତି ପାଲଟିଛି ଫମ୍ପା ମାଠିଆ । ଶୀତ ଦିନ ନସରୁଣୁ ପାଣି ସମସ୍ୟା ଦେଖିବାକୁ ମିଳିଲାଣି । ତେବେ ପାଣି ପମ୍ପର ମଟର ପୋଡି ଯାଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନକୁ ଯେମିତି ଖବର ନାହିଁ । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଶେଷରେ ବାଧ୍ୟ ହୋଇ ଗେଟରେ ତାଲା ପକାଇବା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଥିଲେ ଅଞ୍ଚଳବାସୀ ।

ତେବେ ଘଟଣାଟି ହେଉଛି ଯାଜପୁର ଜିଲ୍ଲାର । ଆଜକୁ ଅନେକ ଦିନ ହେବ ବ୍ୟାସନଗର ପୌର ପରିଷଦର ୱାର୍ଡ ନମ୍ବର 10 ଓ 8ରେ ଥିବା ପାଣି ପମ୍ପର ମଟର ପୋଡି ଯାଇଛି । ତେଣୁ ୱାର୍ଡ ବାସୀ ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ବିଭାଗ୍ୟ ଅଧିକାରୀଙ୍କ ନିକଟକୁ ଧାଇଁ ଧାଇଁ ନୟାନ୍ତ ହେଇପଡି ଅଞ୍ଚଳବାସୀ । ଅନେକ ପ୍ରଚେଷ୍ଠା ପରେ ମଧ୍ୟ ବିଭାଗୀୟ ବାବୁଙ୍କର କିଛି ଧ୍ୟାନ ନାହିଁ । ଶେଷରେ ୱାର୍ଡବାସୀ ପାଣି ପମ୍ପର ମୁଖ୍ୟ ଫାଟକକୁ ତାଲା ପକେଇ ଦେଇଥିଲେ l ଏହି ଖବର ପାଇ ନୀଳାଞ୍ଚଳ କଲୋନୀରେ ପହଞ୍ଚିଥିଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ । ତେବେ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିଲେ ୱାର୍ଡ ବାସିନ୍ଦା ।

ଏହା ମଧ୍ୟ ପଡ଼ନ୍ତୁ... ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ, ନିର୍ଦ୍ଦେଶ ପରେ ମଧ୍ୟ ତଥ୍ୟ ଲୁଚାଉଛନ୍ତି ଜିଲ୍ଲା ଶିକ୍ଷାଧିକାରୀ

ଏ ବାବଦରେ ବାରମ୍ବାର ବିଭାଗୀୟ ଅଧିକାରୀ, ପୌରାଧକ୍ଷା ଓ କାଉନସିଲର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟହୋଇ ଏହି ପଦକ୍ଷେପ ଗ୍ରହଣ କରିଥିଲେ ଅଞ୍ଚଳବାସୀ । ପାଣି ସମସ୍ୟା ଦୂର କରିବା ଦାବିରେ କନିଷ୍ଠ ଯନ୍ତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକ ରଖିଥିଲେ । ରାଜ୍ୟ ସରକାର ଘରେ ଘରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ପ୍ରତି ଛକରେ ଡ୍ରିଙ୍କିଙ୍ଗ ଫ୍ରମ ଟ୍ୟାପ, ଘରେ ଘରେ ଜଳ ଯୋଗାଣର କଥା କହୁଛନ୍ତି । ହେଲେ ବାସ୍ତବିକତା କିଛି ଅଲଗା କଥା କହୁଛି । ପାଣି ପାଇଁ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିବା ସହିତ ଧାରଣାରେ ବସି ରହିଥିଲେ ୱାର୍ଡବାସୀ । ସେପଟେ ଯଥାଶୀଘ୍ର ଏ ସମସ୍ୟାର ସମାଧାନ ହୋଇଯିବ ବୋଲି କନିଷ୍ଠଯନ୍ତ୍ରୀ କହିଥିବା ସୂଚନା ମିଳିଛି । ତେବେ ବ୍ୟାସନଗର ପୌର ପରିଷଦର କେବଳ ଏହି ଦୁଇଟି ୱାର୍ଡରେ ନୁହେଁ ଅନେକ ୱାର୍ଡ ଏବେ ଠାରୁ ପାଣି ସମସ୍ୟା ଦେଖିବାକୁ ମିଳିଲାଣି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.