ETV Bharat / state

ସାଂସଦ ଫଣ୍ଡକୁ ନେଇ ଘେରିଲେ ଲେଖାଶ୍ରୀ, ଜବାବ ରଖିଲେ ପ୍ରତାପ ଷଡ଼ଙ୍ଗୀ - Pratap Sarangi

author img

By ETV Bharat Odisha Team

Published : May 10, 2024, 7:18 AM IST

Pratap Sarangi hit backs at Lekhashree: ସାଂସଦ ଫଣ୍ଡକୁ ନେଇ ଲେଖାଶ୍ରୀ ପ୍ରଶ୍ନ ଉଠାଇଥିବା ବେଳେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାର ଜବାବ ରଖିଛନ୍ତି । ଅଧିକ ପଢନ୍ତୁ

Pratap Sarangi
Pratap Sarangi (ETV BHARAT ODISHA)

ବାଲେଶ୍ବର: ବାଲେଶ୍ବର ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ଖାରବେଳ ସ୍ବାଇଁଙ୍କ ମତ ଉପରେ ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ପ୍ରତାପ ଷଡ଼ଙ୍ଗୀଙ୍କ ସାଂସଦ କାର୍ଯ୍ୟକାଳ ଭିତରେ ସେ ନିଜର ସାଂସଦ ଫଣ୍ଡ ଉଚିତ ଭାବେ ଖର୍ଚ୍ଚ କରିପାରିନଥିବା ଲେଖାଶ୍ରୀ ଅଭିଯୋଗ କରିଥିଲେ । ଯାହା ଉପରେ ଗୁରୁବାର ଦିନ ଲେଖାଶ୍ରୀଙ୍କୁ କାଉଣ୍ଟର ଆଟାକ୍‌ କରିଛନ୍ତି ପ୍ରତାପ ।

ଲେଖାଶ୍ରୀ ଅଭିଯୋଗ କରିଥିଲେ ଯେ, ପ୍ରତାପ ଷଡ଼ଙ୍ଗୀଙ୍କ ସାଂସଦ କାର୍ଯ୍ୟକାଳ ଭିତରେ ସେ ନିଜର ସାଂସଦ ଫଣ୍ଡ ଉଚିତ ଭାବେ ଖର୍ଚ୍ଚ କରି ନପାରି ଶେଷରେ 21 କୋଟି ଟଙ୍କା ଫେରିଯାଇଛି । ଏହି ସମାନ ପ୍ରଶ୍ନ ଭିନ୍ନ ଢଙ୍ଗରେ ମଧ୍ୟ ଖାରବେଳ ପଚାରିଥିଲେ ଯେ ପ୍ରତାପ ସମସ୍ତ ସରକାରୀ କାର୍ଯ୍ୟକୁ ନିଜେ କରିଥିବା କଥା କହୁଛନ୍ତି, ନିଜ ଫଣ୍ଡରୁ କିଛି ବିକାଶମୂଳକ କାର୍ଯ୍ୟ କରିନାହାନ୍ତି । ଏହାର କାଉଣ୍ଟର ଉତ୍ତର ଦେବାକୁ ଯାଇ ପ୍ରତାପ କହିଛନ୍ତି ଯେ, ସାଂସଦଙ୍କ ଫଣ୍ଡ କେବେ ଫେରିଯାଏ ନାହିଁ ତାହା ସେମିତି ରହିଥାଏ ଆଉ ଜଣେ ସାଂସଦ ଚାହିଁଲେ ବ୍ୟବହାର କରିପାରିବେ । ନିଜ ସାଂସଦ କାର୍ଯ୍ୟକାଳ ଭିତରର କୋଭିଡ ମହାମାରୀ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 1 ବର୍ଷର ସାଂସଦ ଫଣ୍ଡ କୋଭିଡ ମୁକାବିଲା ପାଇଁ ଦିଆଯାଇଥିଲା ।

ଏହା ବି ପଢନ୍ତୁ- ବାଲେଶ୍ବରରେ ବିଜେଡିର ପ୍ରଚାର; ଘର ଘର ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ପ୍ରାର୍ଥୀଙ୍କ ଅପିଲ୍

ବାକି ଫଣ୍ଡରେ ବହୁଳ ବିକାଶ କାର୍ଯ୍ୟରେ ବ୍ୟବହାର ହୋଇଛି । କେଉଁଠି ପୋଲ ହୋଇଛି, କେଉଁଠି ସ୍କୁଲରେ ବିକାଶ ପାଇଁ ଫଣ୍ଡ ଦିଆଯାଇଛି । ଯାହା ସଂକଳ୍ପ ପତ୍ରରେ ଲେଖିବା ସମ୍ଭବ ନୁହେଁ । ଏହାକୁ ନେଇ ଖାରବେଳ ଏବଂ ଲେଖାଶ୍ରୀ ପ୍ରଶ୍ନ କରିବା ସମୀଚିନ ନୁହଁ ବୋଲି ସେ କହିଛନ୍ତି । ଅପରପକ୍ଷେ ଖାରବେଳ ପ୍ରତାପଙ୍କୁ ଟାର୍ଗେଟ କରି ପ୍ରାର୍ଥୀ ବଦଳାଇବା କଥାରେ ପ୍ରତାପ କହିଛନ୍ତି ଯେ, ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀ ଘୋଷଣା କରାଯାଇଛି । ଯଦି ଖାରବେଳଙ୍କ କୌଣସି ଅଭିଯୋଗ ଏ ନିଷ୍ପତ୍ତି ଉପରେ ରହିଥିଲା ତେବେ ସେ ଦଳର ହାଇକମାଣ୍ଡଙ୍କ ସହ କଥା ହୋଇପାରିଥାନ୍ତେ ।

ଏହା ବି ପଢନ୍ତୁ- ଲେଖାଶ୍ରୀ ବାଲେଶ୍ଵରରୁ ପ୍ରାର୍ଥୀ ହେଲେ ବିଜେପିକୁ ଅସୁବିଧା ନାହିଁ: ପ୍ରତାପ ଷଡଙ୍ଗୀ

ମାତ୍ର ତାହା ନକରି ସେ ବାରମ୍ବାର ଗଣମାଧ୍ୟମ ଜରିଆରେ ବିଷୋଦାଗାର କରିବାର କିଛି ମାନେ ନାହିଁ । ତେବେ ଚଳିତ ନିର୍ବାଚନରେ ଏମିତି ଆରୋପ ପ୍ରତ୍ୟରୋପ ଭିତରେ ପ୍ରାର୍ଥୀମାନେ ରହିଥିବା ବେଳେ ଜନସାଧାରଣ କାହାକୁ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.