ETV Bharat / state

ଖୋଲିଲା ପାରଳାଖେମୁଣ୍ଡି ସରୋଜିନୀ ହତ୍ୟାକାଣ୍ଡର ଗୁମର, 3 ଗିରଫ

author img

By ETV Bharat Odisha Team

Published : Feb 22, 2024, 7:09 AM IST

ସରୋଜିନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ , ୩ ଗିରଫ
ସରୋଜିନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ , ୩ ଗିରଫ

Sarojini Murder Case: ପାରଳାଖେମୁଣ୍ଡିର ବହୁ ଚର୍ଚ୍ଚିତ ସରୋଜିନୀ ପଟ୍ଟନାୟକ ହତ୍ୟାକାଣ୍ଡ ଉପରୁ ହଟିଲା ପରଦା । ଧରାପଡ଼ିବା ଭୟରେ ଏହି ହତ୍ୟାକାଣ୍ଡ କରିଥିଲେ ଅଭିଯୁକ୍ତ । ଏହି ଘଟଣାରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ମଧ୍ୟ ସମ୍ପୃକ୍ତ ରହିଛି । ଅଧିକ ପଢନ୍ତୁ

ସରୋଜିନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ , ୩ ଗିରଫ

ଗଜପତି: ବହୁ ଚର୍ଚ୍ଚିତ ସରୋଜିନୀ ପଟ୍ଟନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡର ସମ୍ପୃକ୍ତ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି କରଣ ସାହିର ଅମିତ ପଟ୍ଟନାୟକ(୨୯), ପ୍ରତୀକ ପଟ୍ଟନାୟକ(୨୩) ଏବଂ କାଶୀନଗର ଥାନା କୋଲାଗାଁର ଦାଉଦ ଜେନା(୨୩) ଓରଫ ଡେବିଡ ବୋଲି ଜଣାପଡ଼ିଛି । ଏନେଇ ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଶ୍ବାତି ଏସ.କୁମାର ସୂଚନା ଦେଇଛନ୍ତି ।

ସେମାନଙ୍କ ନିକଟରୁ ପୋଲିସ ୪ଟି ମୋବାଇଲ୍, ଲୁଟ ୧୯ଗ୍ରାମ ଓଜନର ସୁନା ଚେନ୍ ଏବଂ ୫.୯ଗ୍ରାମ ଓଜନର ସୁନା କାନଫୁଲ ଏବଂ ଘଟଣାରେ ବ୍ୟବହୃତ ଗୋଟିଏ ବାଇକ ଜବତ କରିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ଅମିତ ଶାସକ ଦଳର ଜଣେ ଛାତ୍ରନେତା । ସେ ବିଜୁ ଛାତ୍ର ଜନତା ଦଳ(ବିସିଜେଡ଼ି)ର ଗଜପତି ଜିଲ୍ଲା ଉପସଭାପତି ମଧ୍ୟ ରହିଥିଲେ । ସେମାନେ ଏହି ଅପରାଧ ଘଟାଇବା ପାଇଁ ମାସକ ଆଗରୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ସମସ୍ତ ପ୍ରସ୍ତୁତି କରିଥିଲେ । ଘଟଣା ଘଟାଇବା ପରେ ପୋଲିସକୁ ଚକମାଦେବା ପାଇଁ ଘର ଭିତରେ ଲଙ୍କାଗୁଣ୍ଡ ବିଞ୍ଛି ଦେଇଥିଲେ । ଏପରିକି ପୋଲିସର ତଦନ୍ତ ସଂପର୍କରେ ଜାଣିବା ପାଇଁ ପୋଲିସ ସହ ବିଭିନ୍ନ ସମୟରେ ଅମିତ ଉପସ୍ଥିତ ରହିଥିଲା । ଏପରି କି ବୃଦ୍ଧାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ବେଳେ ମଧ୍ୟ ଅମିତ ସେହି ପାଖେ ପାଖେ ରହିଥିଲା । ହେଲେ ପୋଲିସର ନଜରୁ ବର୍ତ୍ତି ପାରିନଥିଲା ସେ । ଶେଷରେ ତାକୁ ଉଠାଇ ଆଣି ପଚରାଉଚାର କରିବା ସମୟରେ ସତ କଥା ମାନିଥିଲା ଅଭିଯୁକ୍ତ ।

ମିଳିଥିବା ସୂଚନା ଅନୁସାରେ, ଗତ ଏକ ମାସର ଯୋଜନାକୁ ସଫଳ କରିବା ପାଇଁ ଅମିତ ଓ ପ୍ରତୀକ ସୁଯୋଗ ଅପେକ୍ଷାରେ ରହିଥିଲେ । ଏହି ସମୟରେ ଦାଉଦ ଜାନୁଆରୀ ୧୯ ତାରିଖ ଦିନ ପାରଳାଖେମୁଣ୍ଡିରେ ପହଞ୍ଚିଥିଲା । ଦାଉଦ ସହ ମିଶି ଏମାନେ ଦୁହେଁ, ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ମୁତାବକ ଗତ ଜାନୁଆରୀ ୨୧ତାରିଖ ସନ୍ଧ୍ୟାରେ ସେମାନେ ଲଙ୍କାଗୁଣ୍ଡ କିଣିବା ସହ ଅମିତର ଘର ଉପର ଛାତରେ ବସି କିଭଳି ଏହା କରିବେ ସେନେଇ ଆଲୋଚନା କରିଥିଲେ । ରାତି ପ୍ରାୟ 2.30 ବେଳେ ସେମାନେ ଛାତରୁ ଓହ୍ଲାଇ ସରୋଜିନୀଙ୍କ ଘରେ ପଶିଥିଲେ ।

ଏହା ମଧ୍ୟ ପଢନ୍ତୁ .....ହତ୍ୟା ଅଭିଯୋଗରେ ଦୁବାଇ ଜେଲରେ 18 ବର୍ଷ, ସ୍ବଦେଶ ଫେରିଲେ 5 ଭାରତୀୟ

ସରୋଜିନୀ ପାରଳାଖେମୁଣ୍ଡିରେ ଏକାକି ଘରେ ରହୁଥିବାବେଳେ ତାଙ୍କ ଶୋଇଥିବା ଘର ଭିତରକୁ ପଶି ତାଙ୍କୁ ଟାଣି ଆଣିବା ସହ ସେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କ ନିଦ ଭାଙ୍ଗି ଯାଇଥିଲା । ଅମିତ ନିଜ ସାହିର ପିଲା ହୋଇଥିବାବେଳେ ଅନେକ ଥର ତାଙ୍କ ଘରକୁ ଯିବା ଆସିବା କରିଥିବାରୁ ସରୋଜିନୀ ତାଙ୍କୁ ଚିହ୍ନି ଦେଇଥିଲେ । ତେଣୁ ଧରା ପଡ଼ିଯିବା ଭୟରେ ସରୋଜିନୀଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ଏହାପରେ ସାଙ୍ଗରେ ଆଣିଥିବା ଲଙ୍କାଗୁଣ୍ଡକୁ ଘର ସାରା ବିଞ୍ଛି ସୁନା ଅଳଙ୍କାର ଧରି ଫେରାର୍ ହୋଇଯାଇଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.