ETV Bharat / state

କଲେଜ ଛାତ୍ରୀ ହତ୍ୟା ଘଟଣାରେ ସମ୍ପର୍କୀୟ ଭାଇକୁ ବାନ୍ଧିଲା ପୋଲିସ, ପୁତୁରାକୁ ଫସା ଯାଉଛି କହିଲା ମୃତକଙ୍କ ପରିବାର

author img

By ETV Bharat Odisha Team

Published : Mar 6, 2024, 1:03 PM IST

Dhenkanal college student death case: କଲେଜ ଛାତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ । ଘଟଣାର ୪ ଦିନ ପରେ ସମ୍ପର୍କୀୟ ଭାଇ ସମେତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

college student death case
college student death case

college student death case

ଢେଙ୍କାନାଳ: ଚର୍ଚ୍ଚିତ ଢେଙ୍କାନାଳର କଲେଜ ଛାତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାର ୪ ଦିନ ପରେ ସମ୍ପର୍କୀୟ ଭାଇ ସମେତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ଗତକାଲି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସପି ମଡକର ସନ୍ଦୀପ ସମ୍ପଦ ସୂଚନା ଦେଇଛନ୍ତି ।

ତେବେ ମୃତ ଛାତ୍ରୀର ପରିବାର ସହିତ ତାର ନିଜ ବଡବାପା ପରିବାରର ଜାଗା ବାଡ଼ି ବିବାଦ ରହିଥିଲା । ଏଥିପାଇଁ ପ୍ରତିଶୋଧ ପ୍ରରାୟଣ ହୋଇ ମୃତ ଛାତ୍ରୀର ବଡବାପା ପୁଅ ଭାଇ ନାରାୟଣ ସାହୁ ଓ ତାର ଜଣେ ସାଥି ତାଙ୍କ ଗ୍ରାମର ବିଜୟ ବେହେରା ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୂର୍ବରୁ ମୃତ ଛାତ୍ରୀର ବାପା ବିରୋଧ କରିବାରୁ ଗିରଫ ବିଜୟ ବେହେରା ଏକ ଇନ୍ଦିରା ଆବାସ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ତେଣୁ ବିଜୟ ସହ ମୃତ ଛାତ୍ରୀର ବାପାଙ୍କ ସହିତ ଶତ୍ରୁତା ରହିଥିଲା । ଫଳରେ ବିଜୟର ବେହେରା ଓ ଛାତ୍ରୀର ଭାଇ ନାରାୟଣ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟାଇଥିଲେ ।

ଘଟଣା ଦିନ ବିଜୟ ଛାତ୍ରୀଙ୍କୁ ତାର ବାଇକ ଯୋଗେ ବସାଇ ଆଣି ତାଙ୍କୁ ଘଟଣାସ୍ଥଳରେ ଅତି ବୀଭତ୍ସ ଭାବେ ପଥରେ ଛେଚି ଛେଚି ହତ୍ୟା କରିଥିଲେ । ଉଭୟଙ୍କ ରକ୍ତଲଗା ପୋଷାକ ପରେ ପୋଲିସର ହସ୍ତଗତ ହୋଇଛି ବୋଲି ଏସପି ପ୍ରକାଶ କରିଛନ୍ତି । ହତ୍ୟାକାଣ୍ଡ ମାମଲାର ତଦନ୍ତ ମୁତାବକ ସିସିଟିଭି ଫୁଟେଜ ଓ କେତେକ ତଥ୍ୟ ଆଧାରରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହାର ଦୁଇଟି ରକ୍ତ ଲାଗ ପଥର ଓ ବାଇକ ମଧ୍ୟ ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ- କଟକରେ ମହିଳାଙ୍କୁ ହତ୍ୟା ଘଟଣା, ବନ୍ଧାହେଲା ଅଭିଯୁକ୍ତ

ଅନ୍ୟପଟେ ଏହି ଘଟଣାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ଖୋଦ ହତ୍ୟାକାଣ୍ଡର ଅଭିଯୋଗକାରୀ ଅର୍ଥାତ ମୃତ ଛାତ୍ରୀର ବାପା ଓ ତାଙ୍କ ବଡ଼ ଭାଇ ଅର୍ଥାତ ହତ୍ୟାକାଣ୍ଡରେ ଗିରଫ ନାରାୟଣର ବାପା । ପୋଲିସ ତାଙ୍କ ଝିଅ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟକୁ ଲୁଚାଇ ପ୍ରକୃତ ହତ୍ୟାକାରୀମାନଙ୍କୁ ଖସାଇବାକୁ ଯାଇ ତାଙ୍କ ପୁତୁରାକୁ ଫସାଇଛି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀର ବାପା । ଆମ ପରିବାରରେ ସେପରି କିଛି ଜମି ଜମା ବିବାଦ ନାହିଁ ଓ ଆମେ ତିନି ଭାଇ ବହୁତ ଭଲ ସଂପର୍କ ବୋଲି କହିଛନ୍ତି । ପ୍ରକୃତ ହତ୍ୟାକାରୀକୁ ଗିରଫ କରି ଆମକୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.