ETV Bharat / state

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ଅଧ ଘଣ୍ଟା ପୂର୍ବରୁ ହଲକୁ ଗଲେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Feb 16, 2024, 6:51 AM IST

Updated : Feb 16, 2024, 12:27 PM IST

Plus Two Board Exam
ଯୁକ୍ତ ଦୁଇ ପରୀକ୍ଷା

Plus Two Board Exam: ଆରମ୍ଭ ହେଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ରାଜ୍ୟରେ ମୋଟ ୩ ଲକ୍ଷ ୮୬ ହଜାର ୨୫୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଅଧିକ ପଢନ୍ତୁ

Plus Two Board Exam

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ହେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ଅପରାହ୍ନ ୧ଟା ଯାଏଁ ଚାଲିବ । ଚଳିତ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାର ପିଲାଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷା ଦେବେ ।

ମୋଟ ପରୀକ୍ଷାର୍ଥୀ: ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ପରୀକ୍ଷା ଦେଉଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୩୬୧ । କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଚଳିତଥର ପରୀକ୍ଷା ଦେଉଛନ୍ତି ।

ଆଜି ମାତୃଭାଷା ପରୀକ୍ଷା: ଆଜି ପ୍ରଥମ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ବିଜ୍ଞାନ ଛାତ୍ରଛାତ୍ରୀ । ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ବ୍ୟତୀତ ଆଡିସନାଲ ସିଟ୍ ଦିଆଯିବ ନାହିଁ । ଲେଖିବା ପାଇଁ କଳା ବଲ୍ ପେନ ଏବଂ ଆଡମିଟ୍ କାର୍ଡ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ନେଇ ପ୍ରବେଶ କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ପରାମର୍ଶ ଦେଲା CHSE

୯.୩୦ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପରୀକ୍ଷାର୍ଥୀ: ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅଧଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଥିଲେ ପରୀକ୍ଷାର୍ଥୀ । ୧୫ ମିନିଟ୍ ପୂର୍ବରୁ ହଲ୍ ମଧ୍ୟକୁ ପ୍ରବେଶ କରିବା ନେଇ ଅନୁମତି ଦିଆଯାଇଥିଲା । ୧୦ ମିନିଟ୍ ପୂର୍ବରୁ ଖାତା ପାଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷାର ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ପାଇଥିଲେ। ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ୟା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ପରୀକ୍ଷା କେନ୍ଦ୍ରରେ ଥିବା ଅଧିକାରୀଙ୍କୁ ଜଣାଇପାରିବେ । ସେହିପରି ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ ।

କଡାକଡି ବ୍ୟବସ୍ଥା: ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ନେଇ ଅନେକ ବିଭ୍ରାଟ ଦେଖିବାକୁ ମିଳେ । ତେବେ ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସୋସିଆଲ ମିଡିଆରେ ଏଭଳି ଭାଇରାଲ ପ୍ରଶ୍ନପତ୍ରର ଗୁଜବକୁ ବିଶ୍ବାସ ନ କରିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରୀକ୍ଷା ନେଇ ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା ହୋଇଛି । କଡାକଡି ଯାଞ୍ଚ କରିବେ ତ୍ରିସ୍ତରୀୟ ସ୍କ୍ବାଡ । ପରୀକ୍ଷା ହଲ୍ ବ୍ୟତୀତ ପ୍ରଶ୍ନପତ୍ର ଥିବା ହବରୁ ସିସିଟିଭିର ଲାଇଭ ଷ୍ଟ୍ରିମିଂ ହେବ । କଣ୍ଟ୍ରୋଲ ରୁମରୁ ପରୀକ୍ଷା କେନ୍ଦ୍ର ଏବଂ ହବର ନିରୀକ୍ଷଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 16, 2024, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.