ETV Bharat / state

ବିକାଶର ଅସଲ ଚିତ୍ର, ଦେଢ କିମି ଖଟିଆରେ ବୁହା ହେଲେ ରୋଗୀ - patient carried on cot

author img

By ETV Bharat Odisha Team

Published : Apr 9, 2024, 4:50 PM IST

patient carried on cot
patient carried on cot

patient carried on cot: ସମ୍ବଲପୁର ଜିଲ୍ଲା ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣି ଗ୍ରାମରେ ରାସ୍ତା ସମସ୍ୟାକୁ ନେଇ ବିକଳ ଚିତ୍ର । ଦେଢ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । ଅଧିକ ପଢ଼ନ୍ତୁ

patient carried on cot

ସମ୍ବଲପୁର: ମୋ ସରକାର ଓ 5ଟି ଭଳି ମେଗା ଯୋଜନା କାର୍ଯ୍ୟକାରୀ ପାଇଁ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶର ଫଳ ଶୂନ । ଆଜି ବି ଦୂର ହେଉନି ଅପହଞ୍ଚ ଲୋକଙ୍କ ସମସ୍ୟା । ରାସ୍ତା ନଥିବାରୁ ମିଳୁନି ଆମ୍ବୁଲାନ୍ସ ସେବା । ପୁଣି ଖଟିଆରେ ବୁହା ହେଲେ ରୋଗୀ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣି ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ଟିଏ ନଥିବା ଯୋଗୁଁ ରୋଗୀଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ପାଇଁ ପ୍ରାୟ ଦେଢ଼ କି.ମି. ଖଟିଆରେ ବୋହିଲେ ସମ୍ପର୍କୀୟ l

ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣିର ସୁମିତ୍ରା ପାରେଖ ଗତକାଲି(ସୋମବାର) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏନେଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣି ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଗାଁରୁ ଦେଢ଼ କିମି ପୂର୍ବରୁ ଅଟକି ରହିଥିଲା । ଫଳରେ ରୋଗୀଙ୍କ ସମ୍ପର୍କୀୟ ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ଖଟିଆରେ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ-ପଦାରେ ପଡିଲା ସରକାରୀ ବାହାସ୍ଫୋଟ, ଖଟିଆରେ ୨କିମି ବୁହା ହେଲେ ଆସନ୍ନ ପ୍ରସବା

ତେବେ ବେଲପାଣି ଗାଁକୁ ଯିବା ପାଇଁ ହେଲେ ମୁଖ୍ୟ ରାସ୍ତାରୁ କୁସୁମଟିକିରା ଗ୍ରାମ ଯାଏ ଭଲ ସଡ଼କ ରହିଛି । ପରେ ରାସ୍ତାରେ ଏକ ନାଳ ପଡେ । କିନ୍ତୁ ତା' ପରଠାରୁ ବେଲପାଣି ଗାଁକୁ ରାସ୍ତା ଯାତାୟାତ ଉପଯୋଗୀ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା। ଅବଡା ଖାବଡା ପାଦଚଲା ରାସ୍ତାରେ ପ୍ରାୟ 45 ମିନିଟ ଚାଲିବା ପରେ ସୁମିତ୍ରାଙ୍କୁ ଆମ୍ବୁଲାନ୍ସ ଯାଏ ଅଣାଯାଇ ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବୁର୍ଲା ଭୀମସାର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାଫଳରେ ଲୋକମାନେ ଅନେକ ସମସ୍ୟା ଦେଇ ଗତି କରୁଥିବା ଚିତ୍ର ସାମ୍ନାକୁ ଆସୁଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.