ETV Bharat / state

ରାଉରକେଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ, ବେସରକାରୀ ବସ୍ ଚଳାଚଳ ବନ୍ଦ

author img

By ETV Bharat Odisha Team

Published : Feb 16, 2024, 12:51 PM IST

Bharat bandh
ରାଉରକେଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

Bharat bandh impact in Rourkela: ରାଉରକେଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ। ବେସରକାରୀ ବସକୁ ବାଦ ଦେଇ ଅନ୍ୟ ସମସ୍ତ ଗାଡି଼ି ସ୍ୱାଭାବିକ ଭାବେ ଚଳାଚଳ କରୁଛି । ଅଧିକ ପଢନ୍ତୁ

ରାଉରକେଲାରେ ଭାରତ ବନ୍ଦର ଆଂଶିକ ପ୍ରଭାବ,

ରାଉରକେଲା: ଫସଲର ସର୍ବନିମ୍ନ ମୂଲ୍ୟ(ଏମଏସପି) ଗ୍ୟାରେଣ୍ଟି ଆଇନ ସମେତ ବିଭିନ୍ନ ଦାବିରେ ଆଜି(ଶୁକ୍ରବାର) ଦେଶବ୍ୟାପୀ ଆନ୍ଦୋଳନ କରୁଛି କୃଷକ ସଂଗଠନ। ସକାଳ 6ଟାରୁ ଅପରାହ୍ନ 4ଟା ଯାଏ ଏହି ବନ୍ଦ ଡାକରା ଦିଆଯାଇଛି । ରାଉରକେଲାରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନକୁ ବାଦ ଦେଲେ ଅଧିକାଂଶ ସ୍ଥାନରେ ଦୋକାନ ବଜାର ଖୋଲା ରହିଛି । ସରକାରୀ ବସ୍ ଓ ଅନ୍ୟ ସମସ୍ତ ଗାଡିମୋଟରଗୁଡିକ ମଧ୍ୟ ସ୍ୱାଭାବିକ ଭାବେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । କେବଳ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଛି ।

ଆଜି କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଛି । ମିଳିତ ଟ୍ରେଡ୍ ୟୁନିୟନ ଆଇଏନଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇଟିୟୁସି, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଜିଏମଏମ୍, ସିୟର, ଏଲପିଏଫ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରାଉରକେଲାରେ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ରାଉରକେଲା ସହରରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି ।

ସକାଳ ସମୟରେ ପିକେଟିଂ କରାଯାଇଥିଲେ ମଧ୍ୟ ଘଣ୍ଟାଏ ପରେ ଅର୍ଥାତ୍ ସକାଳ ୯ଟାରୁ ରାଉରକେଲା ସହରରେ ସ୍ୱାଭାବିକ ସ୍ଥିିତି ଦେଖିବାକୁ ମିଳିଛି । ରାଉରକେଲା ସହରରେ ଗମନାଗମନ ସାଧାରଣ ରହିଛି । କେବଳ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ସରକାରୀ ବସ ସମେତ ଅନ୍ୟାନ୍ୟଗୁଡିକ ଗୁଡିକ ଯାତାୟାତ କରୁଛି । କିଛି ମୁଖ୍ୟ ଛକକୁ ବାଦ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ପ୍ରମୁଖ ଖୋଲା ରହିଛି । ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀମାନେ ସାମାନ୍ୟ ଅସୁବିଧା ଭୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..କୃଷକ ସଂଗଠନର ଆଜି ଭାରତ ବନ୍ଦ, ସମର୍ଥନ କଲା କଂଗ୍ରେସ

ମିଳିତ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୨୧ ଦଫା ଦାବି ଯଥା ଶ୍ରମିକ ସ୍ଵାର୍ଥ ବିରୋଧୀ ୪ ଟି ଶ୍ରମକୋଡ ବାତିଲ, ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ ବନ୍ଦ କରିବା, ମନରେଗାରେ ଦୈନିକ ମଜୁରୀ ୬ ଶହ ଟଙ୍କା ଓ ୨ଶହ ଦିନ କାମ, କୃଷକଙ୍କୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା, ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା, ବେକାର ଯୁବକଯୁବତୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବା, ନିର୍ମାଣ, ଆଶା, ଅଙ୍ଗନବାଡ଼ି, ଗାଁ ସାଥି ମାନଙ୍କୁ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ, ପରିବହନ ଶ୍ରମିକମାନଙ୍କ ବିରୋଧରେ ହିଟ୍ ଆଣ୍ଡ ରନ୍ ମାମଲାରେ ଜେଲ୍ ଓ ଜରିମାନାର କଳା ଆଇନ୍ ପ୍ରତ୍ୟାହାର କରିବା, କର୍ପୋରେଟ ଲୁଣ୍ଠନ ଓ ସରକାରଙ୍କ କୁଚକ୍ର ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି ।

ରାଉରକେଲା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.