ETV Bharat / state

କାଳ ହେଲା ଅସଦାଚରଣ, ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

author img

By ETV Bharat Odisha Team

Published : Feb 17, 2024, 9:12 PM IST

Dhenkanal Murder: ବୃଦ୍ଧଙ୍କ ବେକକୁ ଟାଙ୍ଗିଆରେ ହାଣି ହତ୍ୟା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ l ଅଧିକ ପଢ଼ନ୍ତୁ,

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଢେଙ୍କାନାଳ: ବୃଦ୍ଧଙ୍କ ବେକକୁ ଟାଙ୍ଗିଆରେ ହାଣି ହତ୍ୟା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ l ବୋହୁ ଏବଂ ଝିଅକୁ ଅସଦ ବ୍ୟବହାର କରିଥିବା କାରଣରୁ ଗାଁର ଶ୍ରୀଧର ଦେହୁରୀ ଏହି ହତ୍ୟାକାଣ୍ଡ ଭିଆଇଥିବା ଆଜି ସ୍ବୀକାର କରିଛି । ତେବେ ମୃତକ ଜଣକ ସେହି ଗ୍ରାମର ଧର୍ମାନନ୍ଦ ଦେହୁରୀ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଅଭିଯୁକ୍ତ ଶ୍ରୀଧର ଦେହୁରୀ ତାଙ୍କ ବୋହୁ ଏବଂ ଝିଅଙ୍କ ସହ ଘରେ ଥିବା ସମୟରେ ମୃତ ଧର୍ମାନନ୍ଦ ଦେହୁରୀ ନିଶାଶକ୍ତ ଅବସ୍ଥାରେ ତାଙ୍କ ଘରକୁ ଆସିଥିଲେ । ଅଭିଯୁକ୍ତ ଶ୍ରୀଧରଙ୍କ ଝିଅ ଏବଂ ବୋହୂଙ୍କୁ ଅସଦ ବ୍ୟବହାର କରୁଥିବାରୁ ସେ ସହି ନପାରି ଧର୍ମାନନ୍ଦଙ୍କ ବେକକୁ ଟାଙ୍ଗିଆରେ ଚୋଟ ମାରିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୋଷ ଲୁଚାଇବାକୁ ଶ୍ରୀଧର ମୃତଦେହକୁ ପ୍ରାୟ ୨ଶହ ମିଟର ଜଙ୍ଗଲ ମଧ୍ୟରେ ଘୋଷାଡି ନେଇ ଫିଙ୍ଗି ଦେଇଥିଲେ । ଘଟଣା ପ୍ରଘଟ ପରେ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଏବଂ କଙ୍କଡାହାଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ରାଉରକେଲାରେ ଯୁବକଙ୍କୁ ଭୁଜାଲିରେ ହାଣି ନିର୍ମମ ହତ୍ୟା

ତେବେ ନିଜେ କରିଥିବା ଦୋଷକୁ ମାନି ଯାଇଥିଲା ଅଭିଯୁକ୍ତ ଶ୍ରୀଧର ଦେହୁରୀ । ମୃତକ ଧର୍ମାନନ୍ଦ ଦେହୁରୀଙ୍କ ନାମରେ ଅନେକ ଲୋକଙ୍କୁ ଗୁଣି ଗାରେଡି କରିଥିବା ଅଭିଯୋଗ ମଧ୍ୟ ଆଣିଥିଲେ । ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୋଲିସ l ଏହା ସହ ଅଭିଯୁକ୍ତକୁ ଅଟକ ରଖି ସାଇଣ୍ଟିଫିକ ଟିମ ଦ୍ବାରା ଅଧିକ ତଦନ୍ତ କରାଯାଉଛି । ସେହିଭଳି ଗତ ସୋମବାର ଦିନ ରାଉରକେଲାରେ ଯୁବକଙ୍କୁ ପିଟିପିଟି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ପୋଲିସ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟାଇଥିବା ସୂଚନା ଦେଇଥିଲା ପୋଲିସ । ମୃତକ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏର 32 ବର୍ଷୀୟ ଅମର ତନ୍ତି ହୋଇଥିବା ବେଳେ ଅଭିଯୁକ୍ତଙ୍କ ନାମ ସୁରଜ ଦାସ ବୋଲି ଜଣାପଡ଼ିଥିଲା । ମିଳିଥିବା ସୂଚନା ଅନୁୟାୟୀ, ସୋମବାର ବିଳମ୍ବିତ ରାତିରେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏରେ ଅମରଙ୍କୁ ହତ୍ୟା କରାଯାଇଥିଲା । ପୂର୍ବରୁ ଅଭିଯୁକ୍ତ ସୁରଜଙ୍କ ଭାଇ କିଛି ଦିନ ତଳେ ଅମର ତନ୍ତିଙ୍କ ଦେକାନରେ ଚୋରି କରିଥିଲେ । ଯାହାର ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ପରେ ଅମର ତନ୍ତି ଓ ସୁରଜ ଦାସଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.