ETV Bharat / state

ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ବିଜୁଳି ଘଡ଼ଘଡ଼ି ସହ କୂଆ ପଥର ବର୍ଷା ! - Rain In Odisha

author img

By ETV Bharat Odisha Team

Published : Apr 6, 2024, 9:50 PM IST

Updated : Apr 7, 2024, 8:26 AM IST

Etv Bharat
Etv Bharat

Light To Moderate Rain In Odisha: ଅସହ୍ୟ ତାତି ଓ ଗରମରୁ ମିଳିବ ମୁକ୍ତି । ଆଜି ଠାରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ କୂଆ ପଥର ବର୍ଷା ସମ୍ଭାବନା । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ଠାରୁ ବିଜୁଳି ଘଡ଼ଘଡ଼ି ସହ କୂଆ ପଥର ବର୍ଷା ସମ୍ଭାବନା

ଭୁବନେଶ୍ବର: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ସକାଳ ହେଉ ହେଉ ଦିନ ଦ୍ବିପ୍ରହର ଭଳି ତାତି ଅନୁଭବ ହେଉଛି । ଏକ ପ୍ରକାର ରାଜ୍ୟରେ ଅଗ୍ନୀବର୍ଷା ଭଳି ଅନୁଭୂତ ଦେଉଛି । ଆକାଶରୁ ନିଆଁ ଝୁଲ ଖସୁଛି । ହେଲେ ଏହାରି ଭିତରେ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି । ଆଜି ଠାରୁ ଓଡ଼ିଶାରେ ବଦଳିବ ପାଗ । ପୁଣି ଭିଜିବ ସାରା ଓଡିଶା । 7 ଓ 8 ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।



ରାଜ୍ୟରେ ବଦଳିବ ପାଗ । ଅଧିକାଂଶ ଜିଲ୍ଲାରେ କାଳବୈଶାଖି ସମ୍ଭାବନା ଥିବାରୁ ପୁଣି ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ । ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନ ଚାପରେଖା ଓ ଗୁରୁଚାପ ପ୍ରଭାବରେ ଆଜି (ରବିବାର) ୭ ତାରିଖରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ କୂଆ ପଥର ବର୍ଷାର ସମ୍ଭାବନା । ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ କୂଆ ପଥର ବର୍ଷାକୁ ନେଇ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ ଓ କଟକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି 8 ତାରିଖରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ଏହାସହ 40ରୁ 50କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ହେଲା କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ । ସେପଟେ ୯ ତାରିଖ ପରେ ପାଗରେ କିଛି ପରିବର୍ତ୍ତନ ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଅସମ୍ଭାଳ ତାତି: ଅଂଶୁଘାତରେ 8 ଅସୁସ୍ଥ, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଭାଗ - Sunstroke In Odisha

ତେବେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 17ଟି ସ୍ଥାନରେ 41 ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଉତ୍ତପ୍ତ ସହର ଭାବରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା 43.05 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆଜିର ଦିନର ତାପମାତ୍ରାରେ 1ରୁ 2 ଡିଗ୍ରୀ ହ୍ରାସ ପାଇଥିବା ବେଳେ ତାତି ଅନୁଭୂତ ହୋଇଛି । ନୟାଗଡ଼, ବଲାଙ୍ଗୀର ଓ ଭଦ୍ରକ ଭଳି ଜିଲ୍ଲାରେ ଅଧିକ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 7, 2024, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.