ETV Bharat / state

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା, ୧୧୦ ଜୋନରେ ଚାଲିଛି ମୂଲ୍ୟାଙ୍କନ - Plus Two Exam Evaluation

author img

By ETV Bharat Odisha Team

Published : Mar 21, 2024, 2:08 PM IST

Updated : Mar 22, 2024, 1:16 PM IST

Plus Two Exam Evaluation: ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଖାତା ଦେଖା । ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ 110 ଜୋନରେ ଚାଲିଛି ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ । ଅଧିକ ପଢନ୍ତୁ

Odisha Plus Two Exam Evaluation
Odisha Plus Two Exam Evaluation

PLUS TWO EXAM EVALUATION

ଭୁବନେଶ୍ୱର: ଆଜି (ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି ଖାତା ଦେଖା ପ୍ରକ୍ରିୟା । ପୂର୍ବ ବର୍ଷ ପରି ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ । ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ୧୧୦ଟି ଜୋନରେ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୪ ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ ୧୫ ପର୍ଯ୍ୟନ୍ତ ଚାଲିବ ।

ମୋଟ ୨୮୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ବିଷୟରେ ପ୍ରଥମ ପର୍ଯ୍ୟାୟ ଅନଲାଇନ ମାଧ୍ୟମରେ ମୂଲ୍ୟାଙ୍କନ କରିବେ । ୩୭୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମ ପର୍ଯ୍ୟାୟ ଅଫଲାଇନରେ ଖାତା ଦେଖିବେ । ଅଫଲାଇନରେ ୬୯ଟି ଜୋନରେ ମୂଲ୍ୟାଙ୍କନ କରାଯିବ ଏବଂ ୪୧ଟି ଜୋନରେ ଅନଲାଇନ ମାଧ୍ୟମରେ ମୂଲ୍ୟାଙ୍କନ କରାଯିବ । ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ବିଷୟରେ ଅନଲାଇନରେ ମୂଲ୍ୟାଙ୍କନ କରାଯିବ । ଅନ୍ୟ ସମସ୍ତ ବିଭାଗର ବିଷୟ ଗୁଡ଼ିକ ଅଫଲାଇନରେ କରାଯିବ ।

ଏନେଇ ବିଜେବି କଲେଜ ଅଧ୍ୟକ୍ଷ ରଞ୍ଜନ କୁମାର ବଳ କହିଛନ୍ତି, ''ବିଜେବି କଲେଜରେ ଦୁଇଟି ଜୋନ କରାଯାଇଛି । ଗୋଟିଏ ଅନଲାଇନ ଏବଂ ଅନ୍ୟଟି ଅଫଲାଇନ ଜୋନ । ଅନଲାଇନ ଜୋନରେ ୧୦୫ ଜଣ ଅଧ୍ୟାପକ ରହିଥିବା ବେଳେ ଦୁଇଟି ପର୍ଯ୍ୟାୟରେ ଖାତା ଦେଖିବେ। ପ୍ରଥମ ସିଫ୍ଟି ରେ ୫୨ ଜଣ ଦିତୀୟ ସିଫ୍ଟି ରେ ୫୩ ଜଣ ଅଧ୍ୟାପକ ମାନେ ଖାତା ଦେଖିବେ । ସେହିଭଳି ଭାବରେ ଅଫଲାଇନରେ ୬୬ ଜଣ ଅଧ୍ୟାପକ ମାନେ ଖାତା ଦେଖିବେ । ଏପଟେ ଅନଲାଇନ ଜୋନରେ ଅଧ୍ୟାପକ ମାନଙ୍କୁ ଟ୍ରେନିଂ ଦିଆଯାଉଛି । କିଭଳି ଭାବରେ ଖାତା ଦେଖିବେ ଅନଲାଇନରେ । ଖାତା ଦେଖିବା ସମୟରେ ପାଣିର ବ୍ୟବସ୍ଥା, ଦୁଇଟି ଜୋନ ସମ୍ପୂର୍ଣ୍ଣ ଭାବରେ ଏୟାର କଣ୍ଡିସନର ବ୍ୟବସ୍ଥା କରାଯାଇଛି । ସେହିଭଳି ଭାବରେ ଅଫଲାଇନ ଜୋନରେ ମୋବାଇଲ ବାରଣ କରାଯାଇଥିବା ବେଳେ ଅନଲାଇନ ଜୋନରେ ମୋବାଇଲ ନେଇପାରିବେ ଅଧ୍ୟାପକ । ଇଲେକ୍ସନକୁ ନେଇ ଖାତା ଦେଖରେ କୌଣସି ପ୍ରଭାବ ପକାଇବ ନାହିଁ। ''

ଏହା ମଧ୍ୟ ପଢନ୍ତୁ-CBSE ଢାଞ୍ଚା ଆପଣାଇଲା CHSE: ଚଳିତ ବର୍ଷରୁ ଗୋଟିଏ ଦିନରେ କଳା-ବିଜ୍ଞାନ-ବାଣିଜ୍ୟ ରେଜଲ୍ଟ


ସୂଚନା ଅନୁଯାୟୀ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୮୬ ହଜାର ୮୮୯ । ସେହିଭଳି ଭାବରେ କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନ ବିଭାଗରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟ ବିଭାଗରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ବିଭାଗରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ କପି କରି ଧରାପଡିଛନ୍ତି ୬୪୯ ଜଣ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Mar 22, 2024, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.