ETV Bharat / state

ମହାପ୍ରଭୁଙ୍କୁ ଅପମାନ ଅକ୍ଷମଣୀୟ: ସମ୍ବିତ ପାତ୍ର - Disrespect To Jagannath Idol

author img

By ETV Bharat Odisha Team

Published : Apr 22, 2024, 1:20 PM IST

Updated : Apr 22, 2024, 4:59 PM IST

Disrespect To Jagannath Idol
Disrespect To Jagannath Idol

Disrespect To Jagannath Idol: ପୁରୀ କୃଷ୍ଣପ୍ରସାଦରେ ବିଜେଡି ବୈଠକ ପରେ ମହାପ୍ରଭୁଙ୍କ ମୂର୍ତ୍ତିଙ୍କୁ ଅଣଦେଖା କରାଯାଇଥିବା ଘଟଣାରେ ବିଜେଡି ଉପରେ ବର୍ଷିଲେ ସମ୍ବିତ ପାତ୍ର । କ୍ଷମା ପ୍ରାର୍ଥନା କରିବାକୁ ଦାବି । ଅଧିକ ପଢନ୍ତୁ

Disrespect To Jagannath Idol

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ । ଯାହାକୁ ନେଇ ବିଜେଡ଼ି ଉପରେ ବର୍ଷିଲେ ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଏନେଇ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି । ପୁରୀ କୃଷ୍ଣପ୍ରସାଦ ମାଲୁଦ ପଞ୍ଚୁ ଦୋଳ ପଡିଆରେ 2 ଦିନ ଧରି ମହାପ୍ରଭୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ପକାଇବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି ।

ପୁରୀ କୃଷ୍ଣପ୍ରସାଦ ମାଲୁଦ ପଞ୍ଚୁ ଦୋଳ ପଡିଆରେ 2 ଦିନ ଧରି ମହାପ୍ରଭୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ପକାଇବା ଘଟଣାକୁ ନେଇ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ଅପମାନ କାର୍ଯ୍ଯ କରିଥିବା ବ୍ୟକ୍ତିଙ୍କ ବିରୋଧ ରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି । ତେବେ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଏହି ଘଟଣାକୁ କଡ଼ା ସମାଲୋଚନା କରିଛନ୍ତି । ବିଜେଡିର ଦଳୀୟ କାର୍ଯ୍ୟକ୍ରମ ସରିବା ପରେ ଦଳ ମହାପ୍ରଭୁଙ୍କୁ ଅପମାନ କରିଛି କହି ସମ୍ବିତ ପାତ୍ର କଡ଼ା ସମାଲୋଚନା କରିଛନ୍ତି ।

ରାଜନୀତି ପ୍ରଚାର ନାମରେ ମହାପ୍ରଭୁଙ୍କୁ ଅପମାନ ଗ୍ରହଣୀୟ ନୁହେଁ ବୋଲି ସମ୍ବିତ କହିଛନ୍ତି । ତୁରନ୍ତ ବିଜେଡି ଏହି ଘଟଣାରେ କ୍ଷମା ପ୍ରାର୍ଥନା କରୁ ବୋଲି ସମ୍ବିତ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ବିଜେଡି କୌଣସି କ୍ଷମା ମାଗି ନଥିବା ବେଳେ ଏଭଳି ଘଟଣାକୁ କେହି କ୍ଷମା ନଦେବାକୁ ଜଗନ୍ନାଥ ପ୍ରେମୀଙ୍କୁ ସେ ନିବେଦନ କରିଛନ୍ତି । ସମ୍ବିତ କହିଛନ୍ତି," ଏହା ରାଜନୀତିର କଥା ନୁହେଁ । ଏହା ଧର୍ମର କଥା । କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ସମ୍ମାନ କଥା । ତୁରନ୍ତ ଏ ନେଇ ବିଜେଡି କ୍ଷମା ପ୍ରାର୍ଥନା କରୁ ।"

ଏହାମଧ୍ୟ ପଢନ୍ତୁ.. ସରିଲା ନିର୍ବାଚନୀ ସଭା, ଅଲୋଡ଼ା ହେଲେ ମହାପ୍ରଭୁ; ଧୁ ଧୁ ଖରାରୁ ଜଗନ୍ନାଥ ମୂର୍ତ୍ତି ଉଦ୍ଧାର କଲେ ଲୋକେ - Disrespect To Jagannath Idol

ସୂଚନାଯୋଗ୍ୟ, ଗତ 19 ତାରିଖ ରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚୁ ଦୋଳ ପଡ଼ିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନ ସଭା ଅନୁଷ୍ଠିତ ହେଇଥିଲା । କାର୍ଯକ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ । ହେଲେ ଏହି ଦଳୀୟ ସଭା ସରିବା ପରେ ଟେଣ୍ଟ ହାଉସ୍ ମାଲିକ ସବୁ ସାମଗ୍ରୀ ନେଇ ଯାଇଥିବା ବେଳେ ମହାପ୍ରଭୁଙ୍କ ମୂର୍ତ୍ତି ସହ କିଛି ସାମଗ୍ରୀ ପଡିଆରେ ଛାଡି ଦେଇଯାଇଥିଲେ । 2 ଦିନ ଧରି ଖରାରେ ଏକ ଅଖା ଗୁଡାଇ ପଡିଆରେ ମହାପ୍ରଭୁଙ୍କ ମୂର୍ତ୍ତି ରହିଥିଲା । ସେହି ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକେ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଗନ୍ନାଥଙ୍କ ପ୍ରତି ଏହା ଅପମାନ ବୋଲି କହିବା ସହ ବିଜେଡି ନେତାଙ୍କୁ କଡା ସମାଲୋଚନା କରିଛନ୍ତି ସ୍ଥାନୀୟ ଲୋକଙ୍କ ସମେତ ବିଜେପି ନେତା ।

ସଭା କାର୍ଯ୍ୟ ଦୁଇ ଦିନ ହେବ ସରିଥିବା ବେଳେ କାହିଁକି ଟେଣ୍ଟ ହାଉସ୍ ମାଲିକ ଏଭଳି ଖାମ ଖିଆଲି ଢଙ୍ଗରେ ପଡିଆ ମଝିରେ ପରିତ୍ୟକ୍ତ ଭାବେ ମହାପ୍ରଭୁଙ୍କୁ ଛାଡି ପଳାଇଲେ ତାହା ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି । କୋଟି ଓଡିଆଙ୍କ ମଉଡ ମଣି, କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତାଙ୍କ ପ୍ରତି ଏଭଳି ଅପମାନକୁ ଜଗନ୍ନାଥ ପ୍ରେମୀ ଗ୍ରହଣ କରିପାରିନାହାନ୍ତି । ତୁରନ୍ତ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।

ଇଟିଭି ଭାରତ, ପୁରୀ

Last Updated :Apr 22, 2024, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.