ETV Bharat / state

ବେଗୁନିଆ ଓ ଟାଙ୍ଗୀରେ ପାଣ୍ଡିଆନଙ୍କ ପ୍ରଚାର; ମଞ୍ଚ ଉପରୁ ଅପରାଜିତାଙ୍କୁ କଲେ ଟାର୍ଗେଟ - PANDIAN TARGET APARAJITA SARANGI

author img

By ETV Bharat Odisha Team

Published : May 10, 2024, 11:29 AM IST

Pandian Target Aparajita Sarangi: ବେଗୁନିଆ ଓ ଟାଙ୍ଗୀରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ବିକାଶକୁ ନେଇ ମଞ୍ଚ ଉପରୁ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ । ଅଧିକ ପଢନ୍ତୁ

Pandian Target Aparajita Sadangi
Pandian Target Aparajita Sadangi (ETV Bharat Odisha)

Pandian Target Aparajita Sadangi (ETV Bharat Odisha)

ଖୋର୍ଦ୍ଧା: ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ଘନ ଘନ ପ୍ରଚାର କରୁଛନ୍ତି ନେତା । ବିଜେଡି ମଧ୍ୟ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଛି । ଏହି କ୍ରମରେ ଗୁରୁବାର ବେଗୁନିଆ ଏବଂ ଟାଙ୍ଗୀ ଆସି ଭୋଟ ଭିକ୍ଷା କରିଛନ୍ତି ବିଜେଡି ନେତା ତଥା ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ । ମଞ୍ଚ ଉପରୁ ବିରୋଧୀଙ୍କୁ ଟାର୍ଗେଟ କରିବା ସହିତ ସେମାନଙ୍କୁ ବିଶ୍ବାସ ନକରିବା ପାଇଁ ଅପିଲ କରିଛନ୍ତି ।

ଗୁରୁବାର ବିଜୁ ଜନତା ଦଳ ପକ୍ଷରୁ ବେଗୁନିଆ ମିନି ଷ୍ଟାଡିୟମଠାରେ ନିର୍ବାଚନ ପ୍ରଚାର ସଭା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେଡି ନେତା ପାଣ୍ଡିଆନ, ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଯୋଗ ଦେଇଥିଲେ । ସେହିପରି ହଜାର ହଜାର ଦଳୀୟ କର୍ମକତ୍ତାଙ୍କ ସହ ଜନସାଧାରଣ ସାମିଲ ହୋଇଥିଲେ । ଅପରାହ୍ନରେ ହେଲିକପ୍ଟର ଯୋଗେ ସଭାସ୍ଥଳରେ ପହଞ୍ଚିବା ପରେ ମଞ୍ଚ ଉପରକୁ ନଯାଇ ଲୋକଙ୍କ ଗ୍ରହଣକୁ ଯାଇ ମୁଁ ଏଠାକୁ ହିସାବ ଦେବାକୁ ଆସିଛି ବୋଲି କହିଥିଲେ ପାଣ୍ଡିଆନ ।

ଏହା ମଘଧ୍ୟ ପଢନ୍ତୁ: ସରିଲା ନାମାଙ୍କନ ପତ୍ର ଯାଞ୍ଚ, ଆସିଲା ପ୍ରାର୍ଥୀ ତାଲିକା - Nomination Verification

ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, ନିର୍ବାଚନ ଆସିଲେ ବହୁତ ଲୋକ ଆସନ୍ତି ମିଠା ମିଠା କଥା କହି ଚାଲିଯାଆନ୍ତି । ତା'ପରେ ଦେଖାଯାଆନ୍ତି ନାହିଁ । କିନ୍ତୁ ଆପଣମାନେ ଆମକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ଦାୟିତ୍ୱକୁ ସଫଳ ରୂପାନ୍ତରିତ କରିବା ପରେ ମୁଁ ହିସାବ ଦେବାକୁ ଆସିଛି ବୋଲି କହିଥିଲେ ପାଣ୍ଡିଆନ । ଏଥିସହ ସେ ମଞ୍ଚ ଉପରେ ସାଂସଦ ଅପରାଜିତାଙ୍କୁ କଡା ସମାଲୋଚନା କରି ପାଞ୍ଚ ବର୍ଷରେ ସାଂସଦ କ'ଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ସାଂସଦ ନିଜ କାର୍ଯ୍ୟ ଛାଡି ଅନ୍ୟ କାର୍ଯ୍ୟରେ ମୁଣ୍ଡ ଖେଳାଉଛନ୍ତି ଯାହାଦ୍ବାରା ଅଞ୍ଚଳର ବିକାଶରେ ବାଧା ଉପୁଜୁଛି । ସାଂସଦ ଚାହିଁଥିଲେ ଅଞ୍ଚଳରେ ଶିଳ୍ପର ବିକାଶ ଘଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇପାରିଥାନ୍ତେ । କିନ୍ତୁ ତାହା ନକରି ଓଡିଆ ଅସ୍ମିତାର କଥା କହୁଥିବା ଦଳ ଏବେ ସେହି ଓଡିଆ ଅସ୍ମିତା ପାଇକ ମାଟିର ସମସ୍ୟାକୁ ନେଇ ଦିଲ୍ଲୀ ଦରବାରରେ ଉପସ୍ଥାପନା କରିବାରେ ବିଫଳ ହୋଇଛନ୍ତି । ଏହି ପାଇକ ମାଟିକୁ ସାଂସଦ ଠକିଛନ୍ତି, ଯାହାର ଜବାବ ବେଗୁନିଆ ନିର୍ବାଚନ ମଣ୍ଡଳୀବାସୀ ଦେବେ ବୋଲି କହିଛନ୍ତି ପାଣ୍ଡିଆନ ।

ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି । ଏଥର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ 60 ହଜାର ଭୋଟ ବ୍ୟବଧାନରେ ବିଜୟ ହେବେ ବୋଲି ସଭା ମଞ୍ଚରେ କହିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ଏକାଧିକ ବିଜେପି କର୍ମକର୍ତ୍ତା ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ବେଗୁନିଆ କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ ଟାଙ୍ଗୀରେ ଆୟୋଜିତ ନିର୍ବାଚନୀ ସଭାରେ ପହଞ୍ଚି ଅନୁରୂପ ଭାବେ ବିରୋଧୀଙ୍କୁ ଟାର୍ଗେଟ କରିବା ସହିତ ବିଜେଡିକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ଭିକେ ପାଣ୍ଡିଆନ ।



ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.