ETV Bharat / state

ଶ୍ରୀକ୍ଷେତ୍ର ଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଆର୍ଥିକ ସହାୟତା ଯୋଗାଇଲେ ରାଜ୍ୟ ସରକାର

author img

By ETV Bharat Odisha Team

Published : Feb 13, 2024, 12:31 PM IST

Boudha devotee death case: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ନିମନ୍ତେ ଯାଉଥିବା ଶ୍ରଦ୍ଧାଳୁଙ୍କ ହୃଦଘାତରେ ମୃତ୍ୟୁ ଘଟଣା । ଆର୍ଥିକ ସହାୟତା ଯୋଗାଇଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ର ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଶ୍ରୀକ୍ଷେତ୍ର ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Man died in heart attack

ବୌଦ୍ଧ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ନିମନ୍ତେ ଯାଉଥିବା ବୌଦ୍ଧ ଜିଲ୍ଲା ଶ୍ରଦ୍ଧାଳୁଙ୍କ ଅଧାବାଟରେ ହୃଦଘାତରେ ମୃତ୍ୟୁ ଘଟଣା । ଏନେଇ ଗତକାଲି(ସୋମବାର) ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ଏହି ମୃତକ ଥିଲେ ସରସରା ଅଞ୍ଚଳରେ ପୂର୍ଣ୍ଣଚନ୍ଦ୍ର ବାରିକ ।

ସୂଚନା ମୁତାବକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ନିମନ୍ତେ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପୁରୀକୁ ବସ୍ ଯୋଗାଇ ଦିଆଯାଉଛି । ତେଣୁ ବୌଦ୍ଧ ଜିଲ୍ଲାରେ ମଧ୍ୟ ଶ୍ରଦ୍ଧାଳୁ ପରିଦର୍ଶନରେ ଯିବାର ବ୍ୟବସ୍ଥା କରାଯାଇଥିଲା । ଏନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗତ ୫ ଦିନ ତଳେ ଶ୍ରଦ୍ଧାଳୁମାନଙ୍କୁ ବସ୍ ଯୋଗେ ପୁରୀ ନିଆଯାଉଥିଲା । ସେହି ସମୟରେ ବୌଦ୍ଧ ଜିଲ୍ଲା ସରସରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତି ପୁରୀ ଯାତ୍ରା ସମୟରେ ଖୋର୍ଦ୍ଧା ନିକଟରେ ହୃଦଘାତରେ ଆଖି ବୁଜିଥିଲେ ।

ତେବେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସୂଚନା ମିଳିବା ପରେ ବୌଦ୍ଧ ଜିଲ୍ଲାର ସରସରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ତେଣୁ ଗତକାଲି(ସୋମବାର) ବୌଦ୍ଧ ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ଜେ ସୋନାଲ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୃତକଙ୍କ ପରିବାରବର୍ଗଙ୍କୁ ୩ ଲକ୍ଷ ଟଙ୍କାର ଚେକ ପ୍ରଦାନ ସହିତ ସମବେଦନା ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ - ସୁନାବେଶ ଦର୍ଶନ ବେଳେ ଅଣନିଶ୍ବାସୀ ହୋଇ ଯୁବତୀ ମୃତ

ଏହା ମଧ୍ୟ ପଢନ୍ତୁ- ରାଧାଷ୍ଟମୀରେ ଅଘଟଣ: ବରସାନା ସ୍ଥିତ ରାଧା ମନ୍ଦିରରେ ଅତ୍ୟଧିକ ଭିଡରେ 2 ଶ୍ରଦ୍ଧାଳୁ ମୃତ !

ଏନେଇ ଗ୍ରାମବାସୀ ଅରୁଣ କୁମାର ପ୍ରଧାନ କହିଛନ୍ତି, "ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଗ୍ରାମ ପଞ୍ଚାୟତରୁ ଯେଉଁ ତୀର୍ଥଯାତ୍ରୀମାନେ ପୁରୀ ଯାଉଥିଲେ ସେଥିରୁ ଆମ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ମଧ୍ୟ ଯାଇଥିଲେ । ବାଟରେ ଯିବା ସମୟରେ ଖୋର୍ଦ୍ଧା ନିକଟରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ତାଙ୍କର ପରିବାରବର୍ଗଙ୍କ ସହ ଭେଟି ସମବେଦନା ଜଣାଇଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.