ETV Bharat / state

ସଂସଦରେ ଅର୍ଥମନ୍ତ୍ରୀଙ୍କ ଶ୍ବେତପତ୍ରକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ

author img

By ETV Bharat Odisha Team

Published : Feb 10, 2024, 11:05 PM IST

ସଂସଦରେ ଅର୍ଥମନ୍ତ୍ରୀଙ୍କ ଶ୍ବେତପତ୍ରକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ
ସଂସଦରେ ଅର୍ଥମନ୍ତ୍ରୀଙ୍କ ଶ୍ବେତପତ୍ରକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ

Odisha BJP Press meet: ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ସତ୍ୟବ୍ରତ କହିଛନ୍ତି ୨୦୧୩ ର ଆମେରିକା ବ୍ୟାଙ୍କ ନୀତି ସଂକଟ କାରଣରୁ ଟଙ୍କାର ଅବମୂଲ୍ୟାୟନ ୧୪.୯ପ୍ରତିଶତ ହୋଇଥିଲା। କିନ୍ତୁ ୨୦୨୧ରେ ସମାନ ଆମେରିକା ବ୍ୟାଙ୍କ ନୀତି ସଂକଟ ସମୟରେ ଏହି ଅବମୂଲ୍ୟାୟନ ୦.୭ ପ୍ରତିଶତରେ ସୀମିତ ରହିଥିଲା । ଅଧିକ ପଢନ୍ତୁ

ସଂସଦରେ ଅର୍ଥମନ୍ତ୍ରୀଙ୍କ ଶ୍ବେତପତ୍ରକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ

ଭୁବନେଶ୍ବର: ନିଜ ବଜେଟ ଅଭିଭାଷଣ ପ୍ରତିଶ୍ରୁତି ମୁତାବକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୮ ତାରିଖ ଦିନ ଉଭୟ ଉପା ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ ବର୍ଷ ଶାସନକାଳର ଅର୍ଥନୈତିକ ସ୍ଥିତି ଉପରେ ଏକ ତୁଳନାତ୍ମକ ଶ୍ବେତପତ୍ର ସଂସଦରେ ଆଗତ କରିଥିଲେ । ଏଥିରେ ଅର୍ଥନୈତିକ ସୁପରିଚାଳନା, ବିତୀୟ ଶୃଙ୍ଖଳା ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥା ଦୃଷ୍ଟିକୋଣରୁ ବିଜେପିର ସଫଳତାକୁ ଗୁରୁତ୍ବ ଦିଆଯାଇଛି । ବାହ୍ୟ ବ୍ୟବସାୟୀକ ଋଣ ଉପରେ ଉପା ସରକାରଙ୍କର ମାତ୍ରାଧିକ ନିର୍ଭରଶୀଳତା କାରଣରୁ ଯେକୌଣସି ଆନ୍ତର୍ଜାତୀକ ଘଟଣାର ପ୍ରତିକୂଳ ପ୍ରଭାବରୁ ଭାରତ ସୁରକ୍ଷିତ ହୋଇପାରୁ ନଥିଲା । ଏହି ନିର୍ଭରଶୀଳତା ଉପା ସରକାର ସମୟରେ ବାର୍ଷିକ ୨୧.୧ପ୍ରତିଶତ ହାରରେ ବୃଦ୍ଧି ପାଇଥିଲାବେଳେ ମୋଦିଙ୍କ ଶାସନରେ ବାର୍ଷିକ ୪.୫ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଆଜି ଏହା କହିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।

ଅଧିକ ପଢନ୍ତୁ- ଶ୍ବେତପତ୍ର ଆଲୋଚନାରେ କଂଗ୍ରେସ ଉପରେ ବର୍ଷିଲେ ସୀତାରମଣ, 'ଦେଶକୁ ନଷ୍ଟ କରି ଦେଇଥିଲା UPA'

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ସତ୍ୟବ୍ରତ କହିଛନ୍ତି ‘‘ ୨୦୧୩ ର ଆମେରିକା ବ୍ୟାଙ୍କ ନୀତି ସଂକଟ କାରଣରୁ ଟଙ୍କାର ଅବମୂଲ୍ୟାୟନ ୧୪.୯ପ୍ରତିଶତ ହୋଇଥିଲା। କିନ୍ତୁ ୨୦୨୧ରେ ସମାନ ଆମେରିକା ବ୍ୟାଙ୍କ ନୀତି ସଂକଟ ସମୟରେ ଏହି ଅବମୂଲ୍ୟାୟନ ୦.୭ ପ୍ରତିଶତରେ ସୀମିତ ରହିଥିଲା । ୨୦୦୪ ରୁ ୨୦୧୪ ୟୁପିଏ ଶାସନ କାଳରେ କେବଳ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇନଥିଲା ବରଂ ଦେଶକୁ ଲୁଟ କରାଯାଇଥିଲା ।’’

ସେହିପରି ସତ୍ୟବ୍ରତ କହିଛନ୍ତି କ୍ଷତିଗସ୍ତ ଅର୍ଥବ୍ୟବସ୍ଥାରେ ରୂପାନ୍ତରିତ କରିଦେଲେ, ଏହା ଏହି ଶ୍ବେତପତ୍ରରୁ ସ୍ପଷ୍ଟ ହୋଇଛି । କୌଣସି ଅର୍ଥନୈତିକ କାର୍ଯ୍ୟକ୍ରମ ପାଇଁ ନୁହଁ ବରଂ ପ୍ରୀୟା ପ୍ରୀତି ତୋଷଣ ପାଇଁ ବ୍ୟାଙ୍କ ଅଗ୍ରୀମରେ ଏହି ଅହେତୁକ ବୃଦ୍ଧି ଘଟିଥିଲା । ଉପା ସରକାର ସମୟରେ ଦେଶର ଚଳନ୍ତି ଖାତା ନିଅଣ୍ଟ ସମୁଦାୟ ଘରୋଇ ଉତ୍ପାଦନ ବା ଜିଡିପିର ୨.୩ପ୍ରତିଶତ ଥିଲାବେଳେ ମୋଦିଙ୍କ ସୟମରେ ୧.୧ପ୍ରତିଶତକୁ ଖସିଆସିଛି । ବିଜେପି ଶାସନ କାଳରେ ବିନିର୍ମାଣକୁ ପ୍ରୋତ୍ସାହନ କାରଣରୁ ଦ୍ରବ୍ୟ ରତ୍ପାନୀ ୪୧ପ୍ରତିଶତ ଓ ସେବା ରପ୍ତାନୀ ୯୭ପ୍ରତିଶତ ବୃଦ୍ଧି ପାଇଛି, ଯାହାକି ବିଶ୍ୱ ଅଭିବୃଦ୍ଧି ହାରଠାରୁ ଅଧିକ । ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ୧୦ବର୍ଷ ପୂର୍ବେ ୩୦୫.୩ ବିଲିୟନ ଡଲାର ଥିଲାବେଳେ ମୋଦିଜୀଙ୍କ ଦ୍ବିତୀୟପାଳି ଶାସନକାଳରେ ତାହା ୫୯୬.୫ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ଉପା ସରକାର ଅମଳରେ ବୈଦେଶିକ ମୁଦ୍ରା ଭଣ୍ଡାରର ଆକାର ୩୦୩ବିଲିୟନ ଡଲାର ଥିଲାବେଳେ ତାହା ମୋଦିଙ୍କ ସମୟରେ ୨ଗୁଣରୁ ଅଧିକ ବୃଦ୍ଧି ପାଇ ୬୧୭ବିଲିୟନ ଡଲାରରେ ପହଞ୍ଚିଛି ।

ସେହିଭଳି ଉପା ସରକାର ସାମାଜିକ ଗ୍ରାମୀଣ କ୍ଷେତ୍ର ନିମନ୍ତେ ଉର୍ଦ୍ଦିଷ୍ଟ ନିଜ ବଜେଟର ୬.୪ପ୍ରତିଶତ ବା ୯୪ହଜାର ୬୦କୋଟି ଟଙ୍କା ଖର୍ଚ୍ଚ କରିପାରିନଥିଲେ । ବିଜେପି ଶାସନ କାଳରେ ବ୍ୟୟ ନହୋଇପାରିଥିବା ଏହି ଅନୁପାତ ୧ପ୍ରତିଶତରୁ ମଧ୍ୟ କମ ରହିଛି । ଜନଧନ-ଆଧାର-ମୋବାଇଲ ବା ଜାମ ଭଳି ବୈଷୟିକ ଜ୍ଞାନ ଭିତିକ ଲକ୍ଷ୍ୟଧାର୍ଯ୍ୟ ଓ କାର୍ଯ୍ୟାନ୍ବୟନ ମୋଦିଙ୍କୁ ଏହି ସଫଳତା ଦେଇଛି । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୩୪ ଲକ୍ଷ କୋଟି ଟଙ୍କା ପଠାଯାଇପାରିଛି । ଦିନଦୟାଲ ଅନ୍ତଦ୍ବୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୧୦କୋଟି ମହିଳାଙ୍କୁ ସଶକ୍ତ କରାଯାଇଛି । ଇ-ଶ୍ରମ ପୋର୍ଟାଲ ଦ୍ବାରା ପ୍ରବାସୀ ଓ ଦାଦନ ଶ୍ରମିକଙ୍କ ଡାଟା ବ୍ୟାଙ୍କ ପ୍ରସ୍ତୁତ ହୋଇଛି। ୱାନ ନେସନ ୱାନ ରେସନ କାର୍ଡ ଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.