ETV Bharat / state

ଶେଷ ଦିନରେ ନାମାଙ୍କନ ଭରିଲେ ଜ୍ୟୋତି ରଞ୍ଜନ ମଲ୍ଲିକ, କହିଲେ ବିଜେଡି-ବିଜେପି ଭାଇ ଭାଇ - JYOTI RANJAN MALLIK

author img

By ETV Bharat Odisha Team

Published : May 14, 2024, 5:16 PM IST

Jyoti Ranjan Mallik Files Nomination: ପ୍ରାର୍ଥୀପତ୍ର ଦାଖଲ କଲେ ନିଆଳି କଂଗ୍ରେସ ଦଳର ଯୁବ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକ । ଅଧିକ ପଢନ୍ତୁ

ନାମାଙ୍କନ ଭରିଲେ ଜ୍ୟୋତି ରଞ୍ଜନ ମଲ୍ଲିକ
ନାମାଙ୍କନ ଭରିଲେ ଜ୍ୟୋତି ରଞ୍ଜନ ମଲ୍ଲିକ (ETV Bharat Odisha)

ନାମାଙ୍କନ ଭରିଲେ ଜ୍ୟୋତି ରଞ୍ଜନ ମଲ୍ଲିକ (ETV Bharat Odisha)

ନିଆଳି: ଶେଷ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଆସନ୍ତା ଜୁନ ୧ ତାରିଖ ଦିନ ଜଗତସିଂହପୁର ଲୋକସଭା ଆସନ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀ ରଣନୀତି ପ୍ରସ୍ତୁତି କରି ସାରିଛନ୍ତି । ଭୋଟରଙ୍କ ମନ ଜିଣିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତିରେ ଅଛନ୍ତି ପ୍ରାର୍ଥୀ । ଆଜି (ମଙ୍ଗଳବାର) ଶେଷ ଦିନରେ କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ଯୁବ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକ ନିଜ କର୍ମୀ ଏବଂ ସମର୍ଥକମାନଙ୍କୁ ସାଙ୍ଗରେ ଧରି କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଜ୍ୟୋତି ନିଜ ଗାଁ ଦାମ୍ପଦାରେ ପୂଜାର୍ଚ୍ଚନା ପରେ ନିଆଳି ବଜାରରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ବଜାର ଦେଇ ନିଜର ଶକ୍ତି ପ୍ରଦର୍ଶନ କରି ନିଜର ନାମାଙ୍କନ ପତ୍ର ଭରିଛନ୍ତି । ଏହି ଅବସରରେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ବିଜେପି ଓ ବିଜେଡି ଭାଇ ଭାଇ ବୋଲି କହି କଟାକ୍ଷ କରିଛନ୍ତି । ସେ କହିଛନ୍ତି, "ଓଡ଼ିଶାରେ କଳି ଦିଲ୍ଲୀରେ କୋଳା କୋଳି । କଂଗ୍ରେସ ଦଳ ଲୋକମାନଙ୍କ ଦଳ । କଂଗ୍ରେସ ଶାସନରେ ଥାଉ କି ନ ଥାଉ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିଛି । ୨୦୨୪ ସାଧାରଣ ନିର୍ବାଚନ ପରିବର୍ତ୍ତନ ହେବ ।" ନିଆଳି ମାଟିରେ ସ୍ବାଭିମାନ ପାଇଁ ଅନ୍ୟାୟ ବିରୋଧରେ ଲଢ଼େଇ କରିବା ପାଇଁ ନିଆଳିବାସୀ ସମର୍ଥନ ଦେବା ପାଇଁ ସେ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିଆଳି ମୈଦାନରେ ଉଚ୍ଚ ଶିକ୍ଷିତ ଜ୍ୟୋତିରଞ୍ଜନ, ଅଞ୍ଚଳର ମୌଳିକ ସମସ୍ୟା ସାଜିଛି ମୁଖ୍ୟ ମୁଦ୍ଦା - NIALI ASSEMBLY CONSTITUENCY

ସେପଟେ ଏନେଇ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା କହିଛନ୍ତି, "କଂଗ୍ରେସ ଦଳ ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି । ବିଜୟୀ କିମ୍ବା ପରାଜୟ ହେଲେ ବି ସାଧାରଣ ଲୋକଙ୍କ ସହିତ କଂଗ୍ରେସ ଦଳ ଅଛି ଆଉ ରହିବ । ଆଗାମୀ ଦିନରେ ନିଆଳି ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ଯୁବ ପ୍ରାର୍ଥୀ ଜ୍ୟୋତି ଲଢେଇ କରିବେ । କଂଗ୍ରେସ ଦଳ ଧାନ ଚାଷୀ, ପାନ ଚାଷୀ, ଦୁଗ୍ଧ ଚାଷୀ ଓ ବେକାରୀମାନଙ୍କ ପାଇଁ ଲଢେଇ କରିବ ।" କହିରଖୁଛି କି, ଜ୍ୟୋତି ରଞ୍ଜନ ଏବେ ନିଆଳି ବ୍ଳକ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅଛନ୍ତି । ତାଙ୍କ ବାପା ଆର୍ତ୍ତତ୍ରାଣ ମଲ୍ଲିକ ମଧ୍ୟ କଂଗ୍ରେସ ଦଳରୁ ୨୦୦୯ ମସିହାରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ ଏବଂ ନିର୍ବାଚିତ ଲଢିଥିଲେ । ଚଳିତ ନିର୍ବାଚନରେ ନିଆଳିରେ ଆରପାର ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.