ETV Bharat / state

ଆନ୍ଧ୍ରରେ ଜୀବନ ହାରିଲେ ଓଡିଆ ଦାଦନ ଶ୍ରମିକ

author img

By ETV Bharat Odisha Team

Published : Mar 1, 2024, 9:43 AM IST

ଆନ୍ଧ୍ରରେ ଓଡିଆ ଦାଦନ ଶ୍ରମିକର ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି
ଆନ୍ଧ୍ରରେ ଓଡିଆ ଦାଦନ ଶ୍ରମିକର ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

Odia Migrant Worker Dies: ଫିରିଙ୍ଗିଆରୁ ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇଥିବା ଆଉଜଣେ ଦାଦନ ଶ୍ରମିକ ଜୀବନ ହାରିଥିବା ଅଭିଯୋଗ । ଗତ ଚାରିମାସ ମଧ୍ୟରେ ଫିରିଙ୍ଗିଆ ବ୍ଲକର ପାଞ୍ଚ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳରେ ସରୁନି ଦାଦନ ଦୁଃଖ । ଫିରିଙ୍ଗିଆରୁ ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇଥିବା ଆଉ ଜଣେ ଦାଦନ ଶ୍ରମିକର ଆତ୍ମହତ୍ୟା ଜନିତ ମୃତ୍ୟୁ ଅଭିଯୋଗ । ମୃତ ଶ୍ରମିକ ଜଣକ ଫିରିଙ୍ଗିଆ ବ୍ଲକ ନୂଆପାଦର ଗାଁର ପ୍ରମୋଦ ଦିଗାଲଙ୍କ ବଡ଼ପୁଅ ଲିଙ୍କନ ଦିଗାଲ । ଲିଙ୍କନଙ୍କ ମୃତ୍ୟୁକୁ ନେଇ ସାରା ଫିରିଙ୍ଗିଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ମୃତ ଲିଙ୍କନ ଦିଗାଲ ପରିବାର ସହ ଦୀର୍ଘଦିନ ଧରି ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତର ଗେରୁପଡା ଗାଁରେ ରହିଆସୁଥିଲେ । ତେବେ ଦୀର୍ଘ ଚାରିମାସ ହେବ ସେ ତାଙ୍କ କିଛି ସାଙ୍ଗ ମାନଙ୍କ ସହ ଆନ୍ଧ୍ରପ୍ରଦେଶର ରାଜମନ୍ଦିର ରେଲୱେ ଷ୍ଟେସନ ନିକଟରେ ଥିବା ଏକ ଘରୋଇ ହୋଟେଲରେ ଶ୍ରମିକ ଭାବରେ କାମ କରିଆସୁଥିଲେ । ଗତ ବୁଧବାର ରାତିରେ ହୋଟେଲରୁ କାମ ସାରି ରାତିରେ ତାଙ୍କ ଭଡା ଘରକୁ ଶୋଇବାକୁ ଯାଇଥିଲେ ଲିଙ୍କନ । ସକାଳୁ ତାଙ୍କ ସାନ ଭାଇ ମିଳନ ଦିଗାଲକୁ ଦେହ ଭଲଲାଗୁନି କହିବା ସହ କାମକୁ ଯାଇପାରିବିନି ବୋଲି ଲିଙ୍କନ କହିଥିଲେ ।

ଏହା ମଧ୍ୟ ପଢନ୍ତୁ... ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ପେଟପାଟଣା ଚିନ୍ତାରେ ପରିବାର

ପରେ ମୃତକଙ୍କ ସାନ ଭାଇ କାମ କରିବା ପାଇଁ ଚାଲିଯାଇଥିଲେ । ତେବେ ଘରେ କେହି ନ ଥିବାର ସୁଯୋଗ ନେଇ ସେ ଜୀବନ ହାରିଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ହୋଟେଲ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଵା ସହ ତଦନ୍ତ ଜାରି ରଖିଥିଵା ଜଣାପଡିଛି ।

ଅନ୍ୟପଟେ ବ୍ୟବଚ୍ଛେଦ ପରେ ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତର ଗେରୁପଡା ଗାଁକୁ ଆସିବ ବୋଲି ହୋଟେଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ସୂଚନା ଥାଉକି ଗତ ମଙ୍ଗଳବାର ଦିନ ଏହି ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ଅଧୀନରେ ଥିବା ଲେତପଙ୍ଗିଆ ଗାଁର ଜଣେ ଦାଦନ ଶ୍ରମିକଙ୍କ ରାଜସ୍ଥାନର ଏକା କମ୍ପାନୀରେ କାମ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ତେବେ ଫିରିଙ୍ଗିଆ ପ୍ରେସ କ୍ଳବର ସହାୟତାରେ ମୃତଦେହ ଗୁରୁବାର ସନ୍ଧ୍ୟାରେ ନିଜ ଗାଁ ଲତପଙ୍ଗିଆକୁ ପହଞ୍ଚିଥିଲା ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.