ETV Bharat / state

ଆଜି ନୀଳାଦ୍ରି ମହୋଦୟାଷ୍ଟମୀ, ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ନେଇ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର - Niladhri Mahadayastami

author img

By ETV Bharat Odisha Team

Published : May 15, 2024, 11:46 AM IST

Updated : May 15, 2024, 1:46 PM IST

Niladhri Mahadayastami Celebrated In Puri: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀଳାଦ୍ରି ମହୋଦୟ ନୀତି ଆଜି(ସୋମବାର) ଅନୁଷ୍ଠିତ ହେଉଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଆଜିର ଦିବସରେ ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିଲା । ଏହାକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ,

ଆଜି ନୀଳାଦ୍ରି ମହୋଦୟାଷ୍ଟମୀ, ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସକୁ ନେଇ ଉତ୍ସବ ମୁଖରିତ ପୁରୀ
ଆଜି ନୀଳାଦ୍ରି ମହୋଦୟାଷ୍ଟମୀ, ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସକୁ ନେଇ ଉତ୍ସବ ମୁଖରିତ ପୁରୀ (ETV Bharat Odisha)

ଆଜି ନୀଳାଦ୍ରି ମହୋଦୟାଷ୍ଟମୀ, ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ନେଇ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର (ETV Bharat Odsiha)

ପୁରୀ: ଆଜି ହେଉଛି ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ତିଥିରେ ଶ୍ରୀ ମନ୍ଦିରରେ ପାଳନ ହୋଇଥାଏ ନିଳାଦ୍ରୀ ମହୋଦୟାଷ୍ଟମି । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଆଜିର ତିଥିରେ ଯଜ୍ଞ ମଣ୍ଡପରୁ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅଧିଷ୍ଠିତ କରାଯାଇଥିଲା । ଆଜିର ଦିବସରେ ମହାପ୍ରଭୁଙ୍କୁ ସୁବାସିତ ଜଳରେ ଅଭିଷେକ କରାଯାଏ । 108 ଜଳ କୁମ୍ଭରେ ଦାରୁଦିଁଅଙ୍କ ଜଳାଭିଷେକ ହୋଇଥାଏ । ଏଣୁ ସପ୍ତମୀ ରାତିରୁ ୧୦୮ ଜଳ କୁମ୍ଭ ଅଧିବାସ ହୋଇରହିଛି । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଏହା ତ୍ରୟୋଦଶ ଯାତ୍ରା ତଥା ନିଳାଦ୍ରୀ ମହୋତ୍ସବ ।

ବଡ଼ ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ। ଏହି ବିଶେଷ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ଜଳ ବିଜେ ସମୟ ସାଢେ ୧୧ଟା ରହିଛି । ସକାଳ ଧୂପ ଓ ଆଲଟ ଲାଗି ସରିଲେ ଭିତର ଗମ୍ଭୀରାରେ ପାଣି ପଡ଼ିଥାଏ । ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନ ସିଂହାସନ ନିକଟରେ ବିଜେ କରିବେ । ପରେ ଜଳପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ। ପରେ ଦ୍ବାଦଶ ଯାତ୍ରା ବନ୍ଦାପନା ନୀତି ଅନୁଷ୍ଠିତ ହେଇଥାଏ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ବିଦ୍ୟୁତ ବିଭ୍ରାଟ, 20 ମିନିଟ ଅନ୍ଧାର ହୋଇଗଲା ମନ୍ଦିର

ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ପ୍ରଭୂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବିଧି ହୋଇଥାଏ କୁହାଯାଏ । ଏହି ଦିନ ଦାନ, ତପସ୍ୟା ଓ ହୋମ ଇତ୍ୟାଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେବେ ଏହାକୁ ଶ୍ରୀମନ୍ଦିରର ବାର୍ଷିକୋତ୍ସବ ଭାବେ ମଧ୍ଯ ଗଣନା କରାଯାଏ । ତେବେ ଏଥିପାଇଁ ଶ୍ରୀମନ୍ଦିର ଆଜି ଚଳଚଞ୍ଚଳ ହୋଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ ଭିଡ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରଥ ନିର୍ମାଣ ନେଇ ଚଳଚଞ୍ଚଳ ରଥଖଳା, 12ଟି ତୁମ୍ବ କାର୍ଯ୍ୟ ଶେଷ

ପୁରୀ, ଇଟିଭି ଭାରତ

Last Updated :May 15, 2024, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.