ETV Bharat / state

ଆସନ୍ତା 1 ବର୍ଷ ମଧ୍ୟରେ କ'ଣ ହେବ ରାଜ୍ୟ ଓ ଦେଶର ସ୍ଥିତି ? କ'ଣ କହୁଛନ୍ତି ପାଞ୍ଜିକାର - New Panjika

author img

By ETV Bharat Odisha Team

Published : Apr 14, 2024, 5:37 PM IST

Updated : Apr 14, 2024, 6:28 PM IST

ଆସନ୍ତା 1 ବର୍ଷ ମଧ୍ୟରେ କ'ଣ ହେବ ରାଜ୍ୟ ଓ ଦେଶର ସ୍ଥିତି ?
ଆସନ୍ତା 1 ବର୍ଷ ମଧ୍ୟରେ କ'ଣ ହେବ ରାଜ୍ୟ ଓ ଦେଶର ସ୍ଥିତି ?

Odia New Year New Panjika : ଆଜୁଠୁ ଆରମ୍ଭ ହେଲା ନୂତନ ପଞ୍ଜିକା । କେମିତି କଟିଏ ଏବର୍ଷ । ରାଜ୍ୟ ତଥା ଦେଶର କ'ଣ ହେବ ସ୍ଥିତ । ପଢ଼ନ୍ତୁ

ଆସନ୍ତା 1 ବର୍ଷ ମଧ୍ୟରେ କ'ଣ ହେବ ରାଜ୍ୟ ଓ ଦେଶର ସ୍ଥିତି ?

ପୁରୀ: ପବିତ୍ର ପଣା ସଂକ୍ରାନ୍ତିରେ ପରମ୍ପରା ଅନୁଯାୟୀ ପ୍ରଚଳିତ ହୋଇଛି ନୂତନ ପଞ୍ଜିକା । ନୂତନ ପଞ୍ଜିକା ପ୍ରଚଳନ ହୋଇଥିବାରୁ ପଣା ସଂକ୍ରାନ୍ତିକୁ ରାଜ୍ୟରେ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ । ତେବେ ଚଳିତ ପଣା ସଂକ୍ରାନ୍ତିଠାରୁ ଆସନ୍ତା ୨୦୨୫ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଏକ ବର୍ଷ ଯାଏଁ ରାଜ୍ୟ, ଦେଶ ଓ ବିଶ୍ବର ପରିସ୍ଥିତି ଏବଂ ଭାଗ୍ୟ ଭବିଷ୍ୟତ କିଭଳି ରହିବ ତା'କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି । ତେବେ ପାଞ୍ଜିକା ଗଣନା ଅନୁସାରେ, ଏହି ଓଡ଼ିଆ ନୂଆ ବର୍ଷ କିପରି କଟିବ ସେ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ର ।

ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ, ନୂତନ ପାଞ୍ଜି ଗଣନା ଅନୁସାରେ, ଏବର୍ଷ ସାରା ବିଶ୍ବର ସ୍ଥିତିକୁ ଦେଖିଲେ ଅସ୍ଥିରତା ଲାଗି ରହିବ । ବିଭିନ୍ନ ଦେଶ ଦେଶ ମଧ୍ୟରେ ସଂଘର୍ଷ ଏବଂ ଅନ୍ତର୍ଦ୍ବନ୍ଦ୍ବ ଲାଗି ରହିବ । ଭାରତ ସାରା ବିଶ୍ବରେ ଶାନ୍ତି, ମୈତ୍ରୀ, ପ୍ରଗତି ଏବଂ ଭାଇଚାରାର ନେତୃତ୍ବ ନେଇ କାର୍ଯ୍ୟ କରିବ । ସେହିପରି ଭାରତ ଦୃଢ଼ ରାଜନୈତିକ ନେତୃତ୍ୱ ଫଳରେ ଅନେକ ବାଧାବିଘ୍ନକୁ ସଠିକ୍ ଢଙ୍ଗରେ ମୁକାବିଲା କରିବ । ଦେଶ ଭିତରେ ଏବଂ ଦେଶ ବାହାରୁ ଅନେକ ଶତ୍ରୁ ଭାରତକୁ ଦୁର୍ବଳ କରିବା ପାଇଁ ଅନେକ ଚକ୍ରାନ୍ତ କରିବେ । ସେହିପରି ଭାରତରେ ମଧ୍ୟ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ଅନେକ ପ୍ରାକୃତିକ ଦୁର୍ବିପାକ ଦେଖାଦେବ । ଏହା ଦ୍ବାରା ଅନେକ କ୍ଷୟକ୍ଷତି ହେବାର ମଧ୍ୟ ସମ୍ଭାବନା ରହିଛି । ଦେଶରେ ଦୁର୍ନୀତି ବଢିବା ସହ ଗରିବୀ ଲୋକ ସରକାରଙ୍କ ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ତେବେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଅର୍ଥନୀତିରେ ଦେଶ ଭଲ ପ୍ରଗତି କରିବ ବୋଲି ପଞ୍ଜିକାରେ ଉଲ୍ଲେଖ ରହିଛି ।

ସେହିପରି ଯଦି ଓଡ଼ିଶା କଥା ଦେଖାଯାଏ ତେବେ ଓଡ଼ିଶାରେ ରାଜନୈତିକ କ୍ଷେତ୍ରରେ ଅନେକ ଗୋଷ୍ଠୀ କନ୍ଦଳ ଓ ଷଡ଼ଯନ୍ତ୍ର ଲାଗି ରହିବ । ଦୃଢ଼ ସ୍ଥିର ସରକାର ଏବଂ ରାଜନୈତିକ ନେତୃତ୍ୱ ଫଳରେ ଏହାର ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଚଳିତ ବର୍ଷ ରାଜ୍ୟକୁ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ରହିଛି । ରାଜ୍ୟର କେତେକ ଅଞ୍ଚଳରେ ମରୁଡ଼ି ପ୍ରଭାବରେ କୃଷିରେ କ୍ଷତି ଘଟିବାର ଆଶଙ୍କା ରହିଛି । ସ୍ଵଳ୍ପ ବୃଷ୍ଟିପାତ ଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି । ଦୀପାବଳୀ ଅମାବାସ୍ୟା ପରେ ରାଜ୍ୟକୁ ଏକ ସାମୁଦ୍ରିକ ଝଡ ଅଳ୍ପ କ୍ଷତି ପହଞ୍ଚାଇବ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ଆର୍ଥିକ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ମିଶ୍ରିତ ରହିବ ବୋଲି ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ର ନୂତନ ପାଞ୍ଜିର ତଥ୍ୟକୁ ଆଧାର କରି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆପଡା ତୁକୁଳାରେ ଧୁମଧାମରେ ପାଳିତ ହେଲା ପଣା ସଂକ୍ରାନ୍ତି - Maha Bisuba Sankranti

ତେବେ ପ୍ରତ୍ୟେକ ନାଗରିକ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସଙ୍କଟ ମୋଚକ ପ୍ରଭୁ ହନୁମାନଙ୍କ ନିକଟରେ ଶରଣାପନ୍ନ ହୋଇ ନିଜକୁ ସମର୍ପିତ କରିଦେଲେ ସବୁ ବିପଦକୁ ପ୍ରଭୁ ଟାଳି ଦେବେ ବୋଲି କହିଛନ୍ତି ପଞ୍ଜିକାର । ଗତ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନିକଟରେ ନୂଆ ପାଞ୍ଜି ପୂଜା କରାଯାଇଥିଲା । ଉତ୍କଳର ପରମ୍ପରା ଅନୁଯାୟୀ, ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଠାରୁ ନୂଆ ପାଞ୍ଜି ପ୍ରଚଳନ ହେବାର ପରମ୍ପରା ରହିଛି । ତେଣୁ ଆଜି ଓଡ଼ିଶା ନବବର୍ଷରେ ସାରା ରାଜ୍ୟବାସୀ ଏହାକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Apr 14, 2024, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.