ETV Bharat / state

ଆସନ୍ତା ୨ତାରିଖରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ, ଠିକ୍ ସମୟରେ ପିଲାଙ୍କୁ ପାଠ୍ୟପୁସ୍ତକ ଦେବାକୁ ନିର୍ଦ୍ଦେଶ - New academic session

author img

By ETV Bharat Odisha Team

Published : Mar 29, 2024, 3:19 PM IST

Updated : Mar 29, 2024, 5:50 PM IST

New academic session
New academic session

New academic session 2024-25: ଆସନ୍ତା ୨ ତାରିଖରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ । ଠିକ୍ ସମୟରେ ପିଲାଙ୍କୁ ପାଠ୍ୟପୁସ୍ତକ ଦେବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭୁବନେଶ୍ୱର: ଆସନ୍ତା ୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ନୂତନ ଶିକ୍ଷା ବର୍ଷ । ଏପ୍ରିଲ 2 ତାରିଖରୁ ନୂଆ ଶ୍ରେଣୀରେ ପାଠ ପଢ଼ିବେ ଛାତ୍ର ଛାତ୍ରୀ । ଏନେଇ ନାମଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ନାମଲେଖା ସମୟରେ ଯେପରି ଅନ୍ୟ ପିଲାମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ନ ହୁଏ ସେନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଠିକ ସମୟରେ ପିଲାଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

New academic session
New academic session

ଏପ୍ରିଲ 2 ତାରିଖରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ 2024-25 । ଏନେଇ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥୋରିଟି (OSEPA) ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଓସେପା ପକ୍ଷରୁ ଜାରି ଚିଠି ଅନୁଯାୟୀ, ସମେଟିଭ୍ ଆସେସମେଣ୍ଟ -୨ ରେଜଲ୍ଟ ପ୍ରକାଶ କରାଯିବା ସହ ଏପ୍ରିଲ ୨ ତାରିଖରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ । ଉପଯୁକ୍ତ ପଦ୍ଧତି ଅନୁଯାୟୀ ସମସ୍ତ କାର୍ଯ୍ୟ ଦିବସରେ ବିଦ୍ୟାଳୟରେ ବୟସ ଉପଯୁକ୍ତ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ଯିବ ।

ଏହାମଧ୍ୟ ପଢନ୍ତୁ.. RTE ମାଧ୍ୟମରେ ୧୭ ହଜାର ଛାତ୍ରଛାତ୍ରୀ ବେସରକାରୀ ସ୍କୁଲରେ ନିଃଶୁକ୍ଳ ନାମ ଲେଖାଇବେ - RTE Admission Process

ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ସମେଟିଭ୍ ଆସେସ୍‌ମେଣ୍ଟ -୨ ଫଳାଫଳ ପ୍ରକାଶ କରାଯିବ । ରେଜଲ୍ଟ ପ୍ରକାଶ ଦିନ ଅଭିଭାବକମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଏସ୍ଏ-୨ ଫଳାଫଳକୁ ଆଧାର କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଆଗାମୀ ଶ୍ରେଣୀରେ ସେମାନଙ୍କର ପାଠପଢାରେ କିଭଳି ଆହୁରୀ ଉନ୍ନତି କରାଯିବ ସେନେଇ ସ୍ଵତନ୍ତ୍ର ପ୍ରସ୍ତୁତ ହେବାକୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଠିକ ସମୟରେ ପିଲାଙ୍କୁ ସେମାନଙ୍କର ପାଠ୍ୟପୁସ୍ତକ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ପାଠପଢ଼ା ସମୟରେ ନାମଲେଖା ଚାଲୁ ରହିବ । ରେଜଲ୍ଟ ପ୍ରକାଶ ଦିନ ସ୍କୁଲରେ ଅନ୍ୟ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ଓସେପା ପକ୍ଷରୁ ଉଲ୍ଲେଖ କରାଯାଇଛି ।

ନୂଆ ଶିକ୍ଷା ବର୍ଷର ପାଠ ପଢା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ପିଲାମାନଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବାର ଆବଶ୍ୟକତା ରହିଛି । ଅନେକ ସମୟରେ ଦେଖାଯାଇଛି ଯେ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହେଲା ପରେ ମଧ୍ୟ ପିଲାମାନଙ୍କ ପାଖରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିନଥାଏ । ତେଣୁ ଚଳିତ ବର୍ଷ ଯେଭଳି ଏଭଳି ଅସୁବିଧା ଦେଖା ନଯାଏ ସେନେଇ ପ୍ରସ୍ତୁତ ଆରମ୍ଭ କରାଯାଇଛି ବୋଲି ଓସେପା ପକ୍ଷରୁ କୁହାଯାଇଛି । ଏପଟେ ମଧ୍ୟ ପିଲାମାନଙ୍କ ଡ୍ରପ ଆଉଟକୁ ନେଇ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି କହିଛି ଓସେପା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Mar 29, 2024, 5:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.