ETV Bharat / state

ମୟୂରଭଞ୍ଜରେ ଆନ୍ତର୍ଜାତିକ ଯୁବ ଏକତା ଓ ସାଂସ୍କୃତିକ ମହୋତ୍ସବ ଆୟୋଜିତ

author img

By ETV Bharat Odisha Team

Published : Jan 28, 2024, 1:34 PM IST

National youth integration festival
National youth integration festival

National youth integration festival: ମୟୂରଭଞ୍ଜରେ ଜାତୀୟ ଯୁବ ପ୍ରକଳ୍ପ ଦ୍ବାରା ଆନ୍ତର୍ଜାତିକ ଯୁବ ଏକତା ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ । ଅଧିକ ପଢନ୍ତୁ

National youth integration festival

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାତୀୟ ଯୁବ ପ୍ରକଳ୍ପ ଦ୍ବାରା ଆନ୍ତର୍ଜାତିକ ଯୁବ ଏକତା ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ରାଇରଙ୍ଗପୁର ଷ୍ଟାଡିୟମ୍ ଠାରେ ଆୟୋଜିତ ଏହି ମହୋତ୍ସବରେ ସାରା ଦେଶରୁ ଆସିଥିବା ବିଭିନ୍ନ ଧର୍ମର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ଭାଗ ନେଇଥିଲେ । ତେବେ ଜାତୀୟ ଯୁବ ପ୍ରକଳ୍ପ ଓଡିଶା ଶାଖା ମୁଖ୍ୟ ତଥା ସଂଯୋଜକ ମଧୁଭାଇଙ୍କ ସଭାପତିତ୍ବରେ ଏବି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ପରିଚାଳକଙ୍କ ସହିତ ବିଭିନ୍ନ ରାଜ୍ୟରୁ ଆସିଥ‌ିବା ଯୁବକ ଯୁବତୀ ନିଜ ନିଜ ରାଜ୍ୟର ପାରମ୍ପରିକ ବେଶଭୁଷା ପରିଧାନ କରି ଏକ ବିରାଟ ପଟୁଆରରେ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ । ଏହା ପରେ ମହାତ୍ମାଗାନ୍ଧୀଙ୍କ ଆଦର୍ଶ, ଦେଶ ପ୍ରତି ତାଙ୍କ ଅବଦାନ, ସ୍ବପ୍ନ ଓ ଲକ୍ଷ୍ୟ ଉପରେ ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, ଓଡ଼ିଶା, ମହାରାଷ୍ଟ୍ର, ମଣିପୁର, ବିହାର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ ପ୍ରଭୃତି ରାଜ୍ୟର ସଦସ୍ୟ, ସଦସ୍ୟା ସାମିଲ ହେବା ସହିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଜୟପୁରରେ ପୌଷ ପୂର୍ଣ୍ଣିମା ଉତ୍ସବ ପାଳନ, ଯୋଗ ଦେଲେ ଜିଲ୍ଲାର ବହୁ କଳାକାର

ସେହିପରି ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ମୋରୋଡା ବିଧାୟକ ରାଜକିଶୋର ଦାସ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ରାଜ୍ୟରୁ ଆସିଥିବା ଯୁବ ସଦସ୍ୟ ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଯୁବ ପ୍ରକଳ୍ପର କିଛି ବିଶେଷ ଲକ୍ଷ୍ୟ ରହିଛି । ସମାଜରେ ବିଭିନ୍ନ ଧର୍ମ, ଜାତି ଓ ସାଂସ୍କୃତିକ ମିଳନ ବର୍ଷରେ ଏ ମାଟି, ଜାତୀୟତାକୁ ଅଧିକ ପାଖରୁ ଅନୁଭବ କରିବା । ଏଥିସହ ଏ ମାଟିର ଯୁବକ ଯୁବତୀମାନଙ୍କୁ ରାଷ୍ଟ୍ରଭକ୍ତ କରିବାରେ ସାହାଯ୍ୟ କରିବା ହେଉଛି ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏଥି ସହିତ ମୟୂରଭଞ୍ଜ ମାଟିରେ ଭାଷାର ଆଦାନ ପ୍ରଦାନ, ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରା ବଜାୟ ରଖିବା ସହ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହେବ ଏହି କାର୍ଯ୍ୟକ୍ରମ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.