ETV Bharat / state

ସ୍ବାମୀଙ୍କ ପାଇଁ ପ୍ରଚାର ମୈଦାନରେ ସ୍ତ୍ରୀ, ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ପତ୍ନୀ ମୃଦୁଳା - Mrudula Pradhan Election Campaign

author img

By ETV Bharat Odisha Team

Published : Apr 9, 2024, 9:55 PM IST

ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ପତ୍ନୀ ମୃଦୁଳା
ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ପତ୍ନୀ ମୃଦୁଳା

Mrudula Thakur Pradhan Election Campaign For Dharmendra: ସ୍ବାମୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଚାର ମୈଦାନରେ ସ୍ତ୍ରୀ ମୃଦୁଳା ଠାକୁର ପ୍ରଧାନ । ସ୍ବାମୀଙ୍କ ପାଇଁ କଲେ ଭୋଟ ଭିକ୍ଷା । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ପତ୍ନୀ ମୃଦୁଳା

ସମ୍ବଲପୁର: ସ୍ବାମୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ । ସ୍ବାମୀଙ୍କ ପାଇଁ କଲେ ଭୋଟ ଭିକ୍ଷା । ତେବେ ଆଜି ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାରଥିଲା । କିନ୍ତୁ ତାଙ୍କ ସ୍ଥାନରେ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ସେହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ପାଇଁ ପ୍ରଚାର କରିବା ସହ ଧର୍ମେନ୍ଦ୍ରଙ୍କ ପାଇଁ ଭୋଟ ମାଗିଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ତାଙ୍କ ପତ୍ନୀ ମୃଦୁଲା ଠାକୁର ପ୍ରଧାନ । ସମ୍ବଲପୁର ମହାନଗର କାନିଜୁରୀ ଠାରେ ଅନୁଷ୍ଠିତ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର ଥିଲା । କିନ୍ତୁ କୌଣସି କାରଣରୁ ଧର୍ମେନ୍ଦ୍ର ନ ଆସିପାରିବାରୁ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାମୀ ଧର୍ମେନ୍ଦ୍ରଙ୍କ ପାଇଁ ତଥା ବିଜେପି ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ ମୃଦୁଳା କହିଛନ୍ତି, "ଆଜି ହେଉଛି ନବରାତ୍ରି ଓ ହିନ୍ଦୁ ନବବର୍ଷର ଆରମ୍ଭ । ଏଥିପାଇଁ ଆଜି ମାତୃଶକ୍ତିଙ୍କ ଆଶୀର୍ବାଦ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନାରୀମାନଙ୍କୁ ସମ୍ମାନ ଓ ପ୍ରାଧାନ୍ୟ ଦେଇଆସୁଛି । ଏଥିପାଇଁ କେନ୍ଦ୍ର ସରକାର ମାଆ ଭଉଣୀଙ୍କ ପାଇଁ କାମ କରିଆସୁଛନ୍ତି । ଏହାର ପ୍ରମାଣ ହେଉଛି ଯେ ପ୍ରଧାନମନ୍ତ୍ରୀ ବହୁ ବର୍ଷରୁ ଅଟକି ରହିଥିବା ନାରୀ ମାନଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ବିଲକୁ ପାସ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଯୁଯୁମୁରାରେ ରୋଗୀଙ୍କୁ ଖଟିଆରେ ବୋହିବା ଘଟଣା, ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ - Dharmendra Pradhan

ମୃଦୁଳା ଏହା ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ କେବଳ କଥାରେ ନୁହେଁ କାର୍ଯ୍ୟରେ ମଧ୍ୟ ନାରୀଶକ୍ତିଙ୍କୁ ସମ୍ମାନ ଦିଅନ୍ତି । ଏଥିପାଇଁ 2014ରୁ 24 ପର୍ଯ୍ୟନ୍ତ ନାରୀମାନଙ୍କ ପାଇଁ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି କେନ୍ଦ୍ର ସରକାର । ଯାହାର ସିଧାସଳଖ ଲାଭ ମହିଳାମାନଙ୍କ ପାଖକୁ ଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ୱଳା ଗ୍ୟାସ ଯୋଜନା, ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା ଲାଗୁ କରିବା ସହ ତିନି ତଲାକ ବଳି ପ୍ରଥାକୁ ମଧ୍ୟ ଉଚ୍ଛେଦ କରିଛନ୍ତି । ଏଥିପାଇଁ ଏଥର ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବା । ଏହାସହ ଚଳିତ ନିର୍ବାଚନରେ ସାରା ଦେଶରେ ବିଜେପି 4 ଶହ ସିଟ ଜିତିବା ସହ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ କରିବ ସମ୍ବଲପୁର ଲୋକସଭା ସିଟ ଓ ଏହାର ଅନ୍ତର୍ଗତ 7ଟି ବିଧାନସଭା ସିଟରେ ଭାରତୀୟ ଜନତା ପାର୍ଟୀକୁ ଲୋକେ ବିପୁଳ ମାତ୍ରରେ ଭୋଟ ଦେଇ ବିଜୟୀ କରିବେ ।"



ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.