ETV Bharat / state

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

author img

By ETV Bharat Odisha Team

Published : Feb 28, 2024, 5:43 PM IST

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

Bill Gates Meets CM Naveen Patnaik: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ କଲେ ଆଲୋଚନା । ଅଧିକ ପଢ଼ନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଆଜି ଅପରାହ୍ନରେ ଉଭୟଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ବିଲ୍‌ ଗେଟ୍ସ । ନବୀନଙ୍କ ଆଲୋଚନା ବେଳେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଲ୍‌ ଗେଟ୍ସଙ୍କ ସହଯୋଗୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ଦିନିକିଆ ଗସ୍ତ ସାରି ଫେରିଯାଇଛନ୍ତି ବିଲ୍‌ ଗେଟ୍ସ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଆଜି ଦିନିକିଆ ଓଡ଼ିଶା ଗସ୍ତ ସାରି ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି । ପାଣିପାଗ ପରିବର୍ତ୍ତନ ଉପରେ ବିଲ ଗେଟ୍ସ ଲେଖିଥିବା ପୁସ୍ତକକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଭାବେ ପ୍ରଦାନ କରିଛନ୍ତି । ବିଲ ଗେଟ୍ସ ଓ ନବୀନଙ୍କ ଆଲୋଚନା ବେଳେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଲ ଗେଟ୍ସଙ୍କ ସହଯୋଗୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ସେ ଫେରିଯାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଏହା ମଧ୍ଯ ପଢ଼ନ୍ତୁ...କୃଷି ଭବନରେ ବିଲ୍ ଗେଟ୍ସ: ପ୍ରଶଂସା କଲେ, ପରାମର୍ଶ ଦେଲେ

ଏହା ପୂର୍ବରୁ ବିଲ୍ ଗେଟ୍ସ ରାଜ୍ୟରେ ୪ଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭୁବନେଶ୍ବର ଲୁମ୍ବିନୀ ବିହାରର ମା' ମଙ୍ଗଳା ବସ୍ତି ସେ ପରିଦର୍ଶନ କରିଥିଲେ । ବସ୍ତି ବୁଲି ବିଲ୍‌ ଗେଟ୍ସ ଲୋକଙ୍କ ଜୀବନଶୈଳୀ ଦେଖିଥିଲେ । ସେମାନଙ୍କୁ ସେଠାରେ କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଥିଲେ । ଉନ୍ନୟନ କମିଶନର ଅନୁ ଗର୍ଗ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ପଦକ୍ଷେପ ବାବଦରେ ସେ ସୂଚନା ଦେଇଥିଲେ । ଏହାପରେ ବିଲ୍‌ ଗେଟ୍ସ ଓ ଟିମ କୃଷି ଭବନ ପରିଦର୍ଶନ କରିଥିଲେ । ଗେଟ୍ସ ଫାଉଣ୍ଡେସନ ସହାୟତାରେ ରାଜ୍ୟରେ ଚାଲିଥିବା ବିଭିନ୍ନ ଯୋଜନାର ସେ ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଏହା ମଧ୍ୟ ପଢ଼ନ୍ତୁ...ବସ୍ତିରେ ବିଲ୍ ଗେଟ୍ସ : ବୁଲିଲେ, କଥା ହେଲେ, ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ୍

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଭୁବନେଶ୍ବରରେ ନବ ନିର୍ମିତ ମିଶନ ଶକ୍ତି ବଜାର ବିଲ ଗେଟ୍ସ ବୁଲି ଦେଖିଥିଲେ । ମିଶନ ଶକ୍ତି ବଜାରର ଷ୍ଟଲ ବୁଲି ଦେଖିବା ସହ ବିକ୍ରି ହେଉଥିବା ଉତ୍ପାଦ ବିଷୟରେ ପଚାରି ବୁଝିଥିଲେ । ସେଠାରେ ସେ କୋରାପୁଟ କଫି କିଣି ପିଇଥିଲେ । ମହିଳାଙ୍କ ପାଇଁ ସ୍ବତନ୍ତ୍ର ବଜାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହା ସହ ବିଲ୍‌ ଗେଟ୍ସ କୋରାପୁଟ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ, ଡୋକରା ସାମଗ୍ରୀ ଆଦି କିଣି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍‌ ଗେଟ୍ସ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.