ETV Bharat / state

ଭୁବନେଶ୍ବରରେ ବିଲ୍‌ ଗେଟ୍ସ, ଆଜି ପରିଦର୍ଶନ କରିବେ କୃଷି ବିଭାଗ

author img

By ETV Bharat Odisha Team

Published : Feb 27, 2024, 11:03 PM IST

Updated : Feb 28, 2024, 8:43 AM IST

ଭୁବନେଶ୍ବରରେ ବିଲ୍‌ ଗେଟ୍ସ
ଭୁବନେଶ୍ବରରେ ବିଲ୍‌ ଗେଟ୍ସ

Bill Gates arrives in Bhubaneswar: ଓଡ଼ିଶା ଗସ୍ତରେ ଆସିଥିବା ବିଲ୍‌ ଗେଟ୍ସ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ସେ କୃଷି ଓଡିଶା ପରିଦର୍ଶନ କରିବା ସହ ଗେଟ୍ସ ଫାଉଣ୍ଡେସନ କାର୍ଯ୍ୟର ସମୀକ୍ଷା କରିବେ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଭୁବନେଶ୍ବରରେ ବିଲ୍‌ ଗେଟ୍ସ । ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ ଗେଟ୍ସ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ସେ କୃଷି ଓଡିଶା ପରିଦର୍ଶନ କରିବା ସହ ଗେଟ୍ସ ଫାଉଣ୍ଡେସନ କାର୍ଯ୍ୟର ସମୀକ୍ଷା କରିବେ । ତାଙ୍କର ଏହି ଗସ୍ତ ଓଡିଶା ପାଇଁ ବେଶ ଗୁରୁତ୍ବ ବହନ କରୁଛି । ଏହି ଗସ୍ତ ସମୟରେ ସେ କୃଷକ ମାନଙ୍କର କୃଷି ଶୈଳୀ ବିଷୟରେ ଆଲୋଚନା କରିବେ । ବିଶେଷ କରି ଓଡିଶା କୃଷି ବିଭାଗ ଦ୍ଵାରା କୃଷି କ୍ଷେତ୍ରରେ AI ବ୍ୟବହାର କିଭଳି କରାଯାଉଛି, ତାର ସମୀକ୍ଷା କରିବେ ବିଲ୍‌ ଗେଟ୍ସ ।

ଦିନିକିଆ ଓଡ଼ିଶା ଗସ୍ତରେ ଓଡିଶା ଆସିଛନ୍ତି ବିଶ୍ବର ସୁପ୍ରସିଦ୍ଧ ଶିଳ୍ପପତି ତଥା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଆଜି ସେ କୃଷି ଓଡିଶା ପରିଦର୍ଶନ କରିବା ସହ ଗେଟ୍ସ ଫାଉଣ୍ଡେସନ କାର୍ଯ୍ୟର ସମୀକ୍ଷା କରିବେ । ଏହି ଗସ୍ତ ବେଳେ ବିଲ୍‌ ଗେଟ୍ସ ସହରାଞ୍ଚଳରେ ଜାଗା ମିଶନର କାର୍ଯ୍ୟନ୍ଵୟନ 'ମୁକ୍ତା' ଯୋଜନାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ମଧ୍ୟ କରିବେ । ମିଶନ ଶକ୍ତି ମାଆ ମାନଙ୍କ ସହ ଭେଟି ସେମାନଙ୍କ ସଶକ୍ତିକରଣ, ଏବଂ ମହିଳା ମାନେ ମିଶନ ଶକ୍ତି ଦ୍ବାରା କିଭଳି ସ୍ବାବଲମ୍ବୀ ହୋଇପାରୁଛନ୍ତି, ସେ ବିଷୟରେ ବୁଲି ଦେଖିବେ । ଓଡ଼ିଶା ଗସ୍ତ ଶେଷରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...୨୮ରେ ଓଡିଶା ଆସୁଛନ୍ତି ବିଲ ଗେଟ୍ସ; ଗେଟ୍ସ ଫାଉଣ୍ଡେସନ ସହଯୋଗୀ ଯୋଜନାର ସମୀକ୍ଷା, ବୁଲିବେ କୃଷି ଭବନ

ପ୍ରକାଶ ଥାଉ, ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ଓଡ଼ିଶା ସରକାର । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଗେଟ୍ସ ଫାଉଣ୍ଡେସନ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି, ଏହି ଗସ୍ତ ସମୟରେ ତାହାର ସେ ସମୀକ୍ଷା କରିବେ । ବିଲ ଗେଟ୍ସଙ୍କ ଗସ୍ତ ପୂର୍ବରୁ ତାଙ୍କ ଅଧିକାରୀ ମାନେ ଆଗୁଆ ଓଡିଶା ଆସି ପହଞ୍ଚିଥିଲେ । କୃଷି ଭବନ ପରିଦର୍ଶନ କରି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଓ ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିଥିଲେ । ଏହା ପରେ ବିଲ ଗେଟ୍ସଙ୍କ ଗସ୍ତର ଚୂଡାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।



ଆଜି ବିଲ ଗେଟ୍ସ ସକାଳ ସମୟରେ ଭୁବନେଶ୍ୱର ମଙ୍ଗଳା ବସ୍ତି ପରିଦର୍ଶନ କରି ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିବେ । ପରେ ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ କିସର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ସହ କିଛି ସମୟ ବିତାଇବେ। ସେ କୃଷି ଭବନ ଯାଇ ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଶେଷରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 28, 2024, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.