ଖଡ଼ିଆଳରେ ମିଶ୍ରଣ ପର୍ବ, ପଦ୍ମ ଧରିଲେ ଶତାଧିକ ବିଜେଡି କର୍ମୀ - BJP joining Program

author img

By ETV Bharat Odisha Team

Published : Apr 18, 2024, 10:44 PM IST

ଖଡ଼ିଆଳରେ ବିଜେପିର ମିଶ୍ରଣ ପର୍ବ ,ବିଜେଡି ଛାଡ଼ିଲେ ଶତାଧିକ କର୍ମୀ

BJP JOINING PROGRAM: ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତିଙ୍କ ନେତୃତ୍ୱରେ ବୋଡେ଼ନ ବ୍ଲକ ବୁଢ଼ୀପଦର ଗାଁ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ । ଅଧିକ ପଢନ୍ତୁ

ଖଡ଼ିଆଳରେ ବିଜେପିର ମିଶ୍ରଣ ପର୍ବ ,ବିଜେଡି ଛାଡ଼ିଲେ ଶତାଧିକ କର୍ମୀ

ନୂଆପଡା: ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ବଳ ଗୋଟାଉଛି ଭାରତୀୟ ଜନତା ପାର୍ଟି । ଆଜି ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି ଶତାଧିକ ବିଜେଡି ନେତା ଓ କର୍ମୀ । ବିଜେପି ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତିଙ୍କ ନେତୃତ୍ୱରେ ଆଜି ବୋଡେ଼ନ ବ୍ଲକ ବୁଢ଼ୀପଦର ଗାଁ ଠାରେ ବିଜେପିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ତେବେ ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବପ୍ରସାଦ ମୁଣ୍ଡ, ବରିଷ୍ଠ ନେତା ଅତୀନ୍ଦ୍ର ସିଂ ମଲ୍ଲିକ, ଅଜିତ କିଶୋର ଚଲାନ, ଜନକ କୁମାର ନାଏକ ,ରାତ୍ର ଭାଇ ମନହୀରା, କିଶୋର ନାଗ ସମେତ ବିଜେପିର ବହୁ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରହି ବିଜେପିରେ ଯୋଗ ଦେବାକୁ ଥିବା ନବାଗତଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ।

ଏହି ମିଶ୍ରଣ ପର୍ବରେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର କୁମାର ସାହା, ବିଜେଡି ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ ସଭାପତି ଭୋଳାନାଥ ନାଗ, ଜିଲ୍ଲା ଯୁବ ସମ୍ପାଦକ ରେହେମାନ ଖାନ, କୃଷ୍ଣଚନ୍ଦ୍ର ଦାସ, ରାନୀମୁଣ୍ଡା ସମିତିସଭ୍ୟା ନିରାସୁ ଶବର, କୁବେର ତାଣ୍ଡି, ଚିତ୍ତମନ ମାଝୀ ନରହରି ଭୋଇ ଭୁବନେଶ୍ୱର ଶବର, ହରବସ ମାଝୀ ସମେତ ବିଜୁଜନତା ଦଳର ଡୁଆଝ ସମେତ ରାଣୀମୁଣ୍ଡା ଗ୍ରାମପଞ୍ଚାୟତର ଶତାଧିକ ନେତା ଓ କର୍ମୀ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ବିଜେପିରେ ଯୋଗଦେଲେ ନବରଙ୍ଗପୁରର ଶତାଧିକ ବିଜେଡି କର୍ମୀ - BJP Joining Program

ନରେନ୍ଦ୍ର ମୋଦି ସରକାରଙ୍କ ସୁଶାସନ ବହୁମୁଖୀ ଜନକଲ୍ୟାଣକାରୀ ଯୋଜନା ତଥା ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗଦେଇଥିବା ନେତା ଓ କର୍ମୀ କହିଛନ୍ତି । ଅପରପକ୍ଷେ ବିଜୁ ଜନତା ଦଳ ଲାଞ୍ଜି , ଡୁଆଝର, ରାନିମୁଣ୍ଡା ଗ୍ରାମପଞ୍ଚାୟତର ଶତାଧିକ ନେତା କର୍ମୀ ଆଜି ବିଜେପିରେ ଯୋଗଦେଇଛନ୍ତି । ତାଙ୍କୁ ଦଳ ପକ୍ଷରୁ ସ୍ୱାଗତ କରିବା ସହିତ ନିଶ୍ଚିତ ଭାବରେ ବିଜେପି ଶକ୍ତିଶାଳୀ ହେବା ସହିତ ଚଳିତ ନିର୍ବାଚନରେ ବିଜେପି ବିଜୟ ହେବ ବୋଲି ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ଚଳିତ ନିର୍ବାଚନରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ହେଲେ ଜନତା କାହାକୁ ନିଜର ପ୍ରତିନିଧି ଭାବେ ବାଛିବେ ତାହା ସମୟ କହିବ ।

ଇଟିଭି ଭାରତ,ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.