ETV Bharat / state

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

author img

By ETV Bharat Odisha Team

Published : Mar 11, 2024, 1:49 PM IST

Group clash over fishing: ମାଛ ଧରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

Group clash over fishing
Group clash over fishing

Group clash over fishing

କେନ୍ଦ୍ରାପଡା: ମାଛ ଧରିବା ଘଟଣାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତ ଅଠରବାଟିଆ ଗ୍ରାମରେ । ମୃତକ ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ନରସିଂହପୁର ପଞ୍ଚାୟତ ଅଠରବାଟିଆ ଗାଁର ଗୋଲକ ସେଠୀ । ଏହି ଗାଁର ନିଲାମ ପୋଖରୀ ମାଛଧରାକୁ ନେଇ ଗତ ୬ ତାରିଖ ଦିନ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ୨୦ରୁ ଊର୍ଦ୍ଧ୍ବ ଲୋକ ସଂଘବଦ୍ଧ ଭାବରେ ଆକ୍ରମଣ କରିବାରୁ ଗୋଲକ ସେଠୀ ଗୁରୁତର ଆହତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର ଦିନ ଗୋଲକଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ପାରାଦ୍ୱୀପ ମାଛଧରା ବନ୍ଦରରୁ ଯୁବକଙ୍କ ଗଳିତ ମୃତଦେହ ଠାବ

ଏହି ଘଟଣାରେ ପଟ୍ଟାମୁଣ୍ଡାଇ ଥାନାରେ ପୃଥକ ପୃଥକ ଭାବରେ ଦୁଇଟି ଏତଲା ହୋଇଥିଲା । ଯାହାକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ଶନିବାର ସନ୍ଧ୍ୟାରେ ଶତାଧିକ ମହିଳା ଗ୍ରାମାଞ୍ଚଳ ଥାନା ଆଗରେ ମୃତଦେହ ରଖି ଥାନା ଘେରାଉ କରିଥିଲେ । ଏନେଇ ଖବର ପାଇ ପଟ୍ଟାମୁଣ୍ଡାଇ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରିବାର ପ୍ରତିଶୃତି ଦେବାରୁ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନରୁ ବିରତ ରହି ଆନ୍ଦୋଳନରୁ ହଟିଥିଲେ । ତେବେ ଗୋଷ୍ଠୀ ସଂଘର୍ଷ ଫଳରେ ଉଭୟ ପକ୍ଷର ୭ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୮ ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଗୋଲକଙ୍କ ସ୍ତ୍ରୀ ରିଙ୍କି ସେଠୀଙ୍କ ଏତଲା ଆଧାରରେ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଯେଉଁଥିପାଇଁ ଅଠରବାଟିଆ ଗାଁ ଏବେ ପୁରୁଷ ଶୂନ୍ୟ ହୋଇପଡିଛି । ଅନ୍ୟପଟେ ଘଟଣା ଦିନ ଗୋଲକଙ୍କ ଦୁଇ ପୁଅ ଗ୍ରାମାଞ୍ଚଳ ଥାନାକୁ ଏତଲା ନେଇ ଆସିଥିବା ବେଳେ ପୋଲିସ ଉକ୍ତ ଦୁଇଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି, ଯେଉଁଥିପାଇଁ ପୋଲିସ ବିରୋଧରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି ।

ଏନେଇ ମୃତକଙ୍କ ଭାଇ କହିଛନ୍ତି, ''ଆମ ଗ୍ରାମରେ ମୁରବୀ ନଥାଇ କିଛି ପିଲା ପୋଖରୀରୁ ମାଛ ନେଇଗଲେ । ଏନେଇ ପ୍ରତିବାଦ କରିବାପରୁ ଆମକୁ ସେମାନେ ଆକ୍ରମଣ କରିଥିଲେ । ମୋ ଭାଇକୁ ହତ୍ୟା କରାଯାଇଥିବା ବେଳେ ମୁଁ ଆକ୍ରମଣରେ ଆହତ ହୋଇଛି । ମୋ ଭାଇର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।''

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.