ETV Bharat / state

ନଈକୂଳିଆ ଗାଁରେ ଜଳକଷ୍ଟ, ଜିଲ୍ଲାପାଳଙ୍କୁ ଭେଟିଲେ ବହିରା ପଞ୍ଚାୟତବାସୀ

author img

By ETV Bharat Odisha Team

Published : Mar 9, 2024, 5:42 PM IST

ବହିରା ଚିନ୍ତାର ବିଷୟ ପାଲଟିଛି ପାନୀୟ ଜଳ ସମସ୍ୟା
ବହିରା ଚିନ୍ତାର ବିଷୟ ପାଲଟିଛି ପାନୀୟ ଜଳ ସମସ୍ୟା

Water Problem in Boudh: ଖରାଦିନ ଆରମ୍ଭରୁ ଦେଖାଦେଲାଣି ଜଳ ସମସ୍ୟା । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବହିରା ପଞ୍ଚାୟତବାସୀ ବିଭିନ୍ନ ସମସ୍ୟା ଲାଗି ରହୁଥିବା ଅଭିଯୋଗ କରି ଗତକାଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ,

ବହିରା ଚିନ୍ତାର ବିଷୟ ପାଲଟିଛି ପାନୀୟ ଜଳ ସମସ୍ୟା

ବୌଦ୍ଧ: ଖରାଦିନ ଆରମ୍ଭରୁ ଦେଖାଦେଲାଣି ଜଳ ସମସ୍ୟା । ବୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବହିରା ପଞ୍ଚାୟତବାସୀ । ବଡ କଥା ହେଉଛି ବହିରା ପଞ୍ଚାୟତ ମହାନଦୀ କୂଳରେ ଅବସ୍ଥିତ ହୋଇ ମଧ୍ୟ ଅଞ୍ଚଳର ବିଭନ୍ନ ସ୍ଥାନରେ ଜଳ ସମସ୍ୟା ଦେଖାଦେଉଛି । ବ୍ଲକ ପ୍ରଶାସନର ଅବହେଳା କାରଣରୁ ବିଭିନ୍ନ ସମସ୍ୟା ଲାଗି ରହୁଥିବା ଅଭିଯୋଗ କରି ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମର ମହିଳାମାନେ । ସାଙ୍ଗକୁ ବିଭନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବହିରା ପଞ୍ଚାୟତ ୧୩ ଗୋଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି । ମହାନଦୀ କୂଳରେ ଅବସ୍ଥିତ ବହିରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ପାନୀୟଜଳ ଓ ଜଳସେଚନର ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହୁଛି । ତେବେ କେବଳ ଜଳ ସମସ୍ୟା ନୁହେଁ ବରଂ ଅନ୍ୟାନ ସମସ୍ୟା ଯେମିତିକି, ରାସ୍ତା ଘାଟ, ଆବାସ ଏବଂ ରାସନ କାର୍ଡ ଆଦିର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହୁଥିବା ସମସ୍ୟାର ସମାଧାନ ଦିଗରେ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବହିରା ଛକ ଠାରୁ ପୁରୁଣା ବହିରା ଓ ତେନ୍ତୁଳି ପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ହେଲା ଉକ୍ତ ରାସ୍ତାରେ ମାଟି ମୁଠାଏ ପଡିନଥିବା ବେଳେ ଏହି ରାସ୍ତାର ଦୂରାବସ୍ଥା ଯୋଗୁଁ ପ୍ରାୟ ସମୟରେ ସଡକ ଦୁର୍ଘଟଣା ଘଟୁଛି ।

ଏହା ମଧ୍ୟ ପଢ଼ନ୍ତୁ.... ମୁଣ୍ଡ ଗୁଞ୍ଜିବାକୁ ମହିଳାଙ୍କ କାକୁତି ମିନତି; ଘର ପାଇଁ ଜିଲ୍ଲାପାଳଙ୍କ ଅଫିସ ଘେରିଲେ

ସେପଟେ ମହାନଦୀ କୂଳରେ ଅବସ୍ଥିତ ତେନ୍ତୁଳି ପାଲି ଗ୍ରାମ ନଦୀ ଗର୍ଭକୁ ଚାଲି ଯାଉଛି । ଏହି ସ୍ଥାନରେ ତଟ ସୁରକ୍ଷା କରା ନଗଲେ ଉକ୍ତ ଗ୍ରାମଟି ମହାନଦୀ ଗର୍ଭରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ତେନ୍ତୁଳି ପାଲି ଗ୍ରାମ ଓ ପୁରୁଣା ବହିରା ଗ୍ରାମ ନିକଟରେ ମହାନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଏସବୁ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗିରହିଛି । ଏହାର ସମାଧାନ ପାଇଁ ଅଞ୍ଚଳର ମହିଳାମାନେ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ବହିରା ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ସ୍ଥାନୀୟ ସରପଞ୍ଚ ସ୍ବୀକାର କରିବା ସହିତ ପଞ୍ଚାୟତରେ ଗମନାଗମନ, ରାସନ, ପାନୀୟ ଜଳ, ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ରହିଥିବା ସମସ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.