ETV Bharat / state

୨୭ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା, ତାପମାତ୍ରାରେ ହେବନି ପରିବର୍ତ୍ତନ

author img

By ETV Bharat Odisha Team

Published : Feb 25, 2024, 9:25 PM IST

୨୭ ତାରିଖ ଯାଏ ରାଜ୍ୟରେ ଲାଗିରହିବ ବର୍ଷା, ତାପମାତ୍ରାରେ ହେବନି ପରିବର୍ତ୍ତନ
୨୭ ତାରିଖ ଯାଏ ରାଜ୍ୟରେ ଲାଗିରହିବ ବର୍ଷା, ତାପମାତ୍ରାରେ ହେବନି ପରିବର୍ତ୍ତନ

Light To Moderate Rainfall Prevail In State For Upcoming 2 Days : ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ୨୭ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

୨୭ ତାରିଖ ଯାଏ ରାଜ୍ୟରେ ଲାଗିରହିବ ବର୍ଷା, ତାପମାତ୍ରାରେ ହେବନି ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ତାତିରେ ଲାଗିଛି ଲଗାମ । ରାଜ୍ୟରେ ହୋଇଛି ଅଦିନିଆ ବର୍ଷା । ଫଳରେ ରାଜ୍ୟବାସୀ ପାଇଛନ୍ତି ଆଶ୍ବସ୍ତି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଦୁଇଟି ସ୍ଥାନରେ ଭାରି ବର୍ଷା ମଧ୍ୟ ରେକର୍ଡ କରାଯାଇଛି । ଆଜି କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଥିବା ବେଳେ ବିଶେଷ କରି ମଧ୍ୟଭାଗର ଜିଲ୍ଲାଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାର ବାଣପୁରଠାରେ ୧୦୫.୦ ମିମି ଓ ଗଞ୍ଜାମର ବେଲଗୁଣ୍ଠାରେ ୯୬.୬ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଖୋର୍ଦ୍ଧା ଚିଲିକାରେ ୫୪.୦ ମିମି ଓ ଗଞ୍ଜାମର ବୁଗୁଡ଼ାରେ ୪୮.୦ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ସର୍ବୋଚ୍ଚ ତାମମାତ୍ରା ଟିଟିଲାଗଡ଼ ଓ ମାଲକାଗିରିରେ ୩୫.୦ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ କୋରାପୁଟରେ ୧୪.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବର୍ତ୍ତମାନ ଏକ ନିମ୍ନ ଚାପରେଖା ଛତିଶଗଡ଼ରୁ ବାହାରି କର୍ଣ୍ଣାଟକ ପପର୍ଯ୍ୟନ୍ତ ଲମ୍ବିଥିବା ବେଳେ ବାୟୁମଣ୍ଡଳର ଉପରି ଭାଗରେ ପଶ୍ଚିମା ବାୟୁର ଏକ ନିମ୍ନ ଚାପରେଖା ରହୁଛି । ପାଣିପାଗର ଏହି ଦୁଇ ନିୟାମକକୁ ନେଇ ବଙ୍ଗୋପସାଗର ଦେଇ ଜଳୀୟବାଷ୍ପ ପୁର୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶା ଓ ତାର ପାଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ... ତାତିରୁ ମିଳିଲା ତ୍ରାହି, ଆଜିଠୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା !

ସୋନପୁର, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ନୟାଗଡ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ଗଜପତି, ରାୟଗଡା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଉତ୍ତର ଅଭ୍ୟନ୍ତର ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ । ୨୭ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ରାତ୍ରି ଓ ଦିନର ତାପମାତ୍ରା ୨୯ ତାରିଖ ଯାଏ ମଧ୍ୟ ବିଶେଷ ପରିବର୍ତନ ହେବାର ନାହିଁ ବୋଲି ବିଭାଗ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.