ETV Bharat / state

କାଲି ୬ ଜିଲ୍ଲାରେ ହାଲୁକା ବର୍ଷା ! ପୁଣି ୪ ତାରିଖରେ ବର୍ଷିବା ସମ୍ଭାବନା

author img

By ETV Bharat Odisha Team

Published : Feb 28, 2024, 8:07 PM IST

Weather Update
Weather Update

Weather Update: ରାଜ୍ୟରେ ଶୁଖିଲା ରହିଛି ପାଗ । ଆସନ୍ତାକାଲି ୬ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ଖବର ପଢନ୍ତୁ

Weather Update

ଭୁବନେଶ୍ବର: ରାଜ୍ୟରେ ଶୁଖିଲା ରହିଛି ପାଗ । ବର୍ତ୍ତମାନ କୌଣସି ପାଣିପାଗର ନିୟାମକ ସକ୍ରିୟ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆଜି ପାଗ ଶୁଖିଲା ଥିବାବେଳେ ଆସନ୍ତାକାଲି ୬ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ଥାନେ ସ୍ଥାନେ ସାମାନ୍ୟ ବର୍ଷାର ସମ୍ଭାବନା ହୋଇପାରେ । ଏହାପରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ବର୍ଷା ପାଗ ନାହିଁ । କିଛି ଦିନର ବ୍ଯବଧାନ ପରେ ଅର୍ଥାତ୍ ୪ ତାରିଖ ବେଳକୁ ପୁଣି ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ବିଭାଗ ।

ଆଗାମୀ ୪ ଦିନ ଯାଏ ତାପମାତ୍ରାରେ କୌଣସି ବି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ନିମ୍ନ ଚାପରେଖା ଓ ଦୁର୍ବଳ ପଶ୍ଚିମା ଝଡର ପ୍ରଭାବରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ଜଣାପଡ଼ିଛି । ତେବେ ପାରଳାଖେମୁଣ୍ଡି ତାପମାତ୍ରା ୩୫. ୪ ଡିଗ୍ରୀ ସେଲ୍‌ସିୟସ ଥିଲା । ଅନ୍ୟ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ରହିଥିଲା । ମାଲକାନଗିରି, ଟିଟିଲାଗଡ଼, ଭବାନୀପାଟଣା, ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁରରେ ଦିନ ତାପମାତ୍ରା ୩୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ...ପରିବର୍ତ୍ତନଶୀଳ ଜଳବାୟୁରେ ଖାପ ଖୁଆଇବା ପାଇଁ ଆବଶ୍ୟକୀୟ ଉପାଦାନ କ'ଣ ?

ଗତ କିଛି ଦିନ ତଳେ ରାଜ୍ୟରେ ଭୀଷଣ ତାତି ଅନୁଭୂତ ହେଉଥିଲା । ଯାହା ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା । ଯେଉଁଥିରେ ବର୍ତ୍ତମାନ ଲଗାମ ଲାଗିଛି । ରାଜ୍ୟରେ ଅଦିନିଆ ବର୍ଷା ରାଜ୍ୟବାସୀଙ୍କୁ ଦେଇଛି ଆଶ୍ବସ୍ତି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଥିଲା । କିଛି କିଛି ସ୍ଥାନରେ ଭାରି ବର୍ଷା ମଧ୍ୟ ରେକର୍ଡ କରାଯାଇଥିଲା । ପୁଣି ଥରେ ପାଗ ଶୁଖିଲା ରହିଥିବାବେଳେ କାଲି ମଧ୍ୟ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ଆସନ୍ତା ୩-୪ ଦିନ ପାଗ ଶୁଖିଲା ରହିପାରେ । ଆଉ ୪ ତାରିଖ ବେଳକୁ ପୁଣି ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.