ETV Bharat / state

ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ, ଦୋଷୀକୁ ୨୦ ବର୍ଷ ଜେଲ

author img

By ETV Bharat Odisha Team

Published : Feb 7, 2024, 9:18 PM IST

ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ
ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ

Minor Girl Rape Case: ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ ସାଙ୍ଗକୁ ଦଶ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ । ଅଧିକ ପଢ଼ନ୍ତୁ,

କେନ୍ଦୁଝର: ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ମିଳିଲା ନ୍ୟାୟ । ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ ସାଙ୍ଗକୁ ଦଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ପୀଡ଼ିତାକୁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଦେବା ପାଇଁ କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସାମୀକୁ ଆଇପିସିର ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଇଛି । ସେ ପୀଡ଼ିତାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବାର ଅଭିଯୋଗ ରହିଥିଲା ।

ତିନିବର୍ଷ ପରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତା ନାବାଳିକା । ଆଜି କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏହି ନାବାଳିକା ଦୁଷ୍କର୍ମ ଶୁଣାଣି କରିଥିଲେ । କୋର୍ଟ ଦୁଷ୍କର୍ମକାରିକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି । ଆଜି ଫାଷ୍ଟଟ୍ରାକ କୋର୍ଟ ୨୦ ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ ଆସାମୀକୁ ଦୋଷୀ ସାବ୍ୟସ୍ତ କରିଥିଲେ । ନାବାଳିକା ପୀଡ଼ିତାକୁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଦେବା ସହ ଆସାମୀକୁ ଦଣ୍ଡ ବିଧାନ କରିଥିଲେ । ଏହି କେସ ସରକାରଙ୍କ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ପରିଚାଳନା କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ... ଶିଶୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀକୁ ଆଜୀବନ କାରାଦଣ୍ଡ, ୩ ବର୍ଷ ପରେ ମିଳିଲା ନ୍ୟାୟ

ସୂଚନା ଅନୁଯାୟୀ, ଘଟଣାଟି ଗତ 2021 ମସିହା ଜୁନ ମାସ 15 ତାରିଖରେ ଘଟିଥିଲା । ନାବାଳିକା ସନ୍ଧ୍ୟା ସମୟରେ ବ୍ରାହ୍ମଣୀପାଳରେ ଥିବା ତା ସାଙ୍ଗ ଘରକୁ ଅନ୍ୟ ଏକ ସାଙ୍ଗ ସହ ଯାଇଥିଲେ । କିନ୍ତୁ ଆଉ ସନ୍ଧ୍ୟା ପରେ ଘରକୁ ଫେରିନଥିଲେ । ଘରକୁ ଫେରିବାରୁ ଘର ଲୋକ ବହୁତ ଖୋଜାଖୋଜି କରିଥିଲେ । ପର ଦିନ ଘରଲୋକଙ୍କ ଫୋନକୁ ଏକ କଲ ଆସିଥିଲା । ଯେଉଁଥିରେ ନାବାଳିକା ବ୍ରାହ୍ମଣୀପାଳରେ ଥିବା କୁହାଯାଇଥିଲା । ଉକ୍ତ ନମ୍ୱର ବିଜୟ କୁମାର ବାରିକଙ୍କ ବୋଲି ଜଣାପଡିଥିଲା । ଏହି ଖବର ପାଇ ଘର ଲୋକେ ଦୈତାରି ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ଦୈତାରି ଥାନା ପକ୍ଷରୁ ୪୪/୨୧ କେସ ରୁଜୁ କରାଯାଇଥିଲା। ଏହି କେସ ଆଧାରରେ ନାବାଳିକାକୁ ଉଦ୍ଧାର କରିବା ସହ ଆସାମୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.