ETV Bharat / state

ହସ୍ପିଟାଲ ବିସ୍ଫୋରଣ ଘଟଣା: ଜ୍ୟୋତି ରଞ୍ଜନଙ୍କ ପର୍ସ ଫେରାଇଲେ କର୍ତ୍ତୃପକ୍ଷ, କ୍ଷତିପୂରଣକୁ ନେଇ ଅସନ୍ତୁଷ୍ଟ ପରିବାର

author img

By ETV Bharat Odisha Team

Published : Jan 29, 2024, 4:04 PM IST

Updated : Jan 29, 2024, 4:12 PM IST

hospital tragedy news
hospital tragedy news

Hospital Blast Case: ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ମାସେ ପୂରିଛି । ମୃତ୍ୟବରଣ କରିଥିବା ଜ୍ୟୋତି ରଞ୍ଜନଙ୍କ ଶେଷ ସନ୍ତକ ମନି ପର୍ସରୁ ସ୍ମୃତି ସାଉଁଣ୍ଟୁଛନ୍ତି ପରିବାର । ଅଧିକ ପଢନ୍ତୁ

hospital tragedy news

ନିଆଳି: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗ୍ଯାସ ବିସ୍ଫୋରଣ ଘଟଣାକୁ ମାସେ ପୂରିଛି। ହେଲେ ଏବେବି ଜ୍ୟୋତିଙ୍କୁ ମନେ ପକାଇ ପରିବାର ପରିବାର ଆଖିରୁ ଲୁହୁ ଶୁଖୁନି । ମେଡିକାଲ ପକ୍ଷରୁ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ମନି ପର୍ସ ହସ୍ତାନ୍ତର କରାଯାଇଛି। ସେହି ଶେଷ ସନ୍ତକ ମନି ପର୍ସରୁ ଜ୍ୟୋତିଙ୍କ ପରିବାର ସାଉଁଟୁଛନ୍ତି ସ୍ମୃତି। ଜ୍ୟୋତି ନାହାନ୍ତି ସତ, ତାଙ୍କ ଫଟୋ ଓ ମନି ପର୍ସ ଜ୍ୟୋତିଙ୍କ ସ୍ମୃତିକୁ ତାଜା କରିଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା କୂଳ ବ୍ରାହ୍ମଣ ଗ୍ରାମର ରମେଶ ମଲ୍ଲିକଙ୍କ ଏକ ମାତ୍ର ପୁଅ ହେଉଛନ୍ତି ଜ୍ୟୋତି ରଞ୍ଜନ । ମାତ୍ର ୨୪ ବର୍ଷ ବୟସରେ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ତାଙ୍କର ଜୀବନ ଯାଇଛି ।‌


ଘରୋଇ ହସ୍ପିଟାଲରେ ଘଟିଥିବା ବିସ୍ଫୋରଣ ପରେ ମୃତଦେହ ଅଦଳବଦଳ ଘଟଣା କାହାକୁ ଅଛପା ନାହିଁ । ଯାହାକୁ ନେଇ ବହୁ ପ୍ରତିବାଦ ପରେ ଜ୍ୟୋତିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ମେଡିକାଲ କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି ମାତ୍ର ୪ ଲକ୍ଷ ଟଙ୍କା । ପ୍ରଦାନ କରାଯାଇଥିବା ଅନୁକମ୍ପା ରାଶିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜ୍ୟୋତିଙ୍କ ବାପା ରମେଶ ମଲ୍ଲିକ । ଜ୍ୟୋତିଙ୍କ ମା' ଏବେବି ଗୁମୁରି ଗୁମୁରି କାନ୍ଦିବା ସହିତ ଖାଇବା ପିଇବା କରୁନାହାନ୍ତି ।

"ଯଦି ମନି ପର୍ସ ସୁରକ୍ଷିତ ରହିଲା ତେବେ ମୋ ଭାଇର ଶରୀର କେମିତି ପୋଡିଗଲା? ଘଟଣା ସମୟରେ ପର୍ସ କାହିଁକି ଦିଆନଗଲା ଏବଂ ଭାଇର ମୃତଦେହକୁ ଅନ୍ଯକୁ ହସ୍ତାନ୍ତର କରାଗଲା?" ବୋଲି ଜ୍ୟୋତିଙ୍କ ବଡ ଭଉଣୀ ସସ୍ମିତା ପ୍ରଶ୍ନ କରିଛନ୍ତି। ଏହା ସହିତ ଘରୋଇ ମେଡିକାଲର ଏହି ବଡ ଧରଣର ତ୍ରୃଟି ପାଇଁ ସମ୍ପୃକ୍ତ ମେଡିକାଲ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଘରୋଇ ହସ୍ପିଟାଲ ବିସ୍ଫୋରଣ, ତଦନ୍ତ ଆରମ୍ଭ କଲା ଶ୍ରମ ବିଭାଗ

ଏହି ଅଘଟଣ ୨୦୨୩ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ଘଟିଥିବାବେଳେ ୩ ଜଣଙ୍କ ଜୀବନ ଯାଇଥିଲା । ଜ୍ୟୋତି ରଞ୍ଜନଙ୍କ ବାପା, ମାଆ ଓ ଦୁଇ ଭଉଣୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କେମିତି ଚଳିବେ ଏଥିପାଇଁ ଚିନ୍ତାରେ ଜ୍ୟୋତିଙ୍କ ପରିବାର । ଗତ ଦୁଇଦିନ ତଳେ ହସ୍ପିଟାଲ କର୍ତ୍ତୃପକ୍ଷ ଜ୍ୟୋତିଙ୍କ ବାପା ରମେଶ ମଲ୍ଲିକଙ୍କୁ ମନିପର୍ସ ହସ୍ତାନ୍ତର କରିଛନ୍ତି। ପର୍ସରୁ ମିଳିଛି ଗୋଟିଏ ୫୦୦ ଟଙ୍କିଆ ଓ ଗୋଟିଏ ଶହେ ଟଙ୍କିଆ ନୋଟ୍, ଗୋଟିଏ ୧୦ ଟଙ୍କିଆ ନୋଟ୍ ଏବଂ ୪ଟି ୫ ଟଙ୍କିଆ କଏନ ରହିଛି । ଏହାସହ ଏଟିଏମ୍ କାର୍ଡ ୨ଟି ଏବଂ ବିଦେଶୀ ମୁଦ୍ରା ୨ଟି ରହିଛି।

ଇଟିଭି ଭାରତ, ନିଆଳି

Last Updated :Jan 29, 2024, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.