ETV Bharat / state

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ଶୁଣାଣି ଶେଷ, ରାୟ ସଂରକ୍ଷିତ

author img

By ETV Bharat Odisha Team

Published : Jan 31, 2024, 2:28 PM IST

Junior Teacher Recruitment Hearing: ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ । ଆଜି ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ କୋର୍ଟ । ଅଧିକ ପଢନ୍ତୁ,

Etv Bharat
Etv Bharat

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ; ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ କୋର୍ଟ

କଟକ: ହାଇକୋର୍ଟରେ ଜୁନିଅର ଟିଚର ନିଯୁକ୍ତି ଅନିୟମିତତା ମାମଲା । ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିସହ ନିଯୁକ୍ତି ଉପରେ ଲାଗିଥିବା ଅଙ୍କୁଶକୁ ବଳବତ୍ତର ରଖିଛନ୍ତି କୋର୍ଟ । ଚୟନ ପ୍ରକ୍ରିୟା ସରିଥିଲେ ବି ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ ବୋଲି କହିଛନ୍ତି ।

ଡକୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ। ମାତ୍ର ଚୂଡ଼ାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆ ଯାଇପାରିବ ନାହିଁ ବୋଲି କୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ । ଆଜି ଏହି ମାମଲାର ଶୁଣାଣି ସମୟରେ ନିଯୁକ୍ତି ପ୍ରକ୍ରିୟା ଆଇନ ଅନୁସାରେ କରାଯାଇଥିବା ନେଇ କୋର୍ଟଙ୍କୁ କହିଥିଲେ ଆଡଭୋକେଟ ଜେନେରାଲ । ତେବେ ଏହାକୁ ଆବେଦନକାରୀ ଅପୋଜ କରିଥିଲେ । ଉଭୟଙ୍କ ପକ୍ଷରୁ ଶୁଣାଣି କରି କୋର୍ଟ ମାମଲାକୁ ସଂରକ୍ଷିତ ରଖିଛନ୍ତି ।

ଆବେଦନକାରୀ ଚିନ୍ତାମଣି ଭୂୟାଁ ଏବଂ ଅନ୍ୟ ମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି । ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ଶିକ୍ଷକଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତବର୍ଷ ସେପ୍ଟେମ୍ବର ୧୩ରୁ ଏଥିପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ୨୦୨୩ ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ଥିଲା । ତେବେ ସମସ୍ତ ପରୀକ୍ଷା ଶେଷ ହୋଇଥିବା ବେଳେ ଦୁଇ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥାନ୍ତା ।

ଏହି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା । ଏପରିକି ନିଯୁକ୍ତି ବିଜ୍ଞପ୍ତି ନିୟମ ଆଧାରରେ ଚୂଡାନ୍ତ ମେଧା ତାଲିକା ବା ମେରିଟ ଲିଷ୍ଟ ପ୍ରକାଶ କରାଯାଇନାହିଁ । ଫଳରେ ଆବେଦନକାରୀ ଏଥିରୁ ବାଦ ପଡିଛନ୍ତି । ତେଣୁ ଏହା ବେଆଇନ ବୋଲି ଦର୍ଶାଇ ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଆବେଦନକାରୀ ।

ଏହା ମଧ୍ୟ ପଢନ୍ତୁ: ଜୁନିଅର ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ୍, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ଏହାର ପ୍ରାଥମିକ ଶୁଣାଣି କରି ଜବାବ ଦାଖଲ କରିବାକୁ ରାଜ୍ୟ ସରକାର ଏବଂ ଓସେପାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ୨୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା । ତେବେ ଆଜି ମାମଲାର ଶୁଣାଣି ଶେଷ କରି କୋର୍ଟ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ଚୂଡାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.