ETV Bharat / state

ତାତିର ତାଉରେ ଅସ୍ତବ୍ୟସ୍ତ ଝାରସୁଗୁଡାବାସୀ - Heatwave

author img

By ETV Bharat Odisha Team

Published : Apr 21, 2024, 10:47 PM IST

Temperature Rise in Jharsuguda
Temperature Rise in Jharsuguda

Temperature Rise in Jharsuguda: ତାତିର ତାଉରେ ଅସ୍ତବ୍ୟସ୍ତ ଝାରସୁଗୁଡା । ଗରମ ଓ ଝାଞ୍ଜି ପବନ ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । ଜଙ୍ଗଲ ନଷ୍ଟକୁ ମୁଖ୍ୟ କାରଣ କହିଛନ୍ତି ଲୋକେ । ଅଧିକ ପଢ଼ନ୍ତୁ

Temperature Rise in Jharsuguda

ଝାରସୁଗୁଡ଼ା: ବଢୁଛି ତାତି ବିଗୁଡୁଛି ସ୍ଥିତି, ଜଳୁଛି ଓଡିଶା । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ଝାରସୁଗୁଡ଼ାବାସୀ । ଦିନ 9ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ତାପମାତ୍ରା 40 ଡିଗ୍ରୀକୁ ଛୁଇଁଲାଣି । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନଯାତ୍ରା । ତାପମାତ୍ରାର ବୃଦ୍ଧି ଯୋଗୁଁ ଲୋକଙ୍କ ଚିନ୍ତା ବଢି ଯାଉଛି । ସନ୍ଧ୍ୟା ହେଲେ ହିଁ ଅଧିକାଂଶ ଲୋକ ଘର ବାହାରକୁ ଆସୁଛନ୍ତି । ଯେଉଁ ମାନଙ୍କ କାମ ଅଛି ସେମାନେ ଛତା, ଟୋପି କିମ୍ୱା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି ।

ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଜଙ୍ଗଲ ଜମିରେ ମାଳ ମାଳ ଶିଳ୍ପ କାରଖାନାମାନ ରହିଛି । ଜଙ୍ଗଲ ନଷ୍ଟ ହେବା ଫଳରେ ସିଧାସଳଖ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଛି । ଜଙ୍ଗଲ ନଷ୍ଟ ହେବା ଦ୍ବାରା ସଠିକ ସମୟରେ ବର୍ଷା ହେଉନଥିବା ସହ ଗରମ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଥିବା କଳକାରଖାନା ଗୁଡ଼ିକରୁ ନିର୍ଗତ ଧୁଆଁ ଯୋଗୁ ବାୟୁମଣ୍ଡଳ ଦୂଷିତ ହେଉଛି । ଯେଉଁଥି ପାଇଁ ଗରମ ଅସମ୍ଭାଳ ହୋଇପଡ଼ିଛି । ଯାହା ଜନସାଧାରଣଙ୍କୁ ଅତିଷ୍ଠ କରିଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତାପମାତ୍ରାର ପ୍ରକୋପ ଏମିତି ଯେ ମୁଣ୍ଡ ବୁଲାଇ ଦେଉଛି । ସହରର ଆଦ୍ରତା ଅଧିକ ହେତୁ ସ୍ଥିତି ଆହୁରି ସଙ୍ଗୀନ ହୋଇଯାଉଛି । ତେବେ ଆଗକୁ ଖରାର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।

ଏହା ମଧ୍ୟ ପଢ଼ନ୍ତୁ... କଟକରେ କଲବଲ କରୁଛି ଖରା, ଆଶ୍ବସ୍ତି ଦେଉଛି ଲସି ସରବତ - Cuttack Lassi Demand

ଆକାଶରୁ ଅଗ୍ନିବର୍ଷା ହେଉଥିବା ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଆଜି ସିଭିୟର ହିଟୱେଭ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ ଓ ନୂଆପଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୟାଗଡ଼, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାରେ ତାପମାତ୍ରା 45 ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ପ୍ରଚଣ୍ଡ ପ୍ରବାହ ରହିବ । ପରେ 23 ଓ 24 ତାରିଖରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ହେବ । ଏହି ସମୟରେ ଯଦିଓ ଗ୍ରୀଷ୍ମ ପ୍ରବାହ ରହିବ ନାହିଁ କିନ୍ତୁ ଉଷ୍ମ ଓ ଆଦ୍ର ସ୍ଥିତି ସହ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.