ETV Bharat / state

ନିର୍ବାଚନ ପୂର୍ବରୁ ଚଢ଼ାଉ ହେବ ଜୋରଦାର ! ଯୋଗଦେଲେ ନୂତନ ମୁଖ୍ୟ ଆୟକର କମିଶନର - Chief IT commissioner Manoranjan

author img

By ETV Bharat Odisha Team

Published : Apr 3, 2024, 11:37 AM IST

Manoranjan Panigrahi odisha chief IT commissioner: ନିର୍ବାଚନ ପୂର୍ବରୁ ବଦଳିଲେ ଓଡ଼ିଶାର ଆୟକର କମିଶନର । ନୂତନ ଆୟକର କମିଶନର ଭାବେ ଯୋଗ ଦେଲେ ଓଡ଼ିଆ ପୁଅ IRS ମନୋରଞ୍ଜନ ପାଣିଗ୍ରାହୀ । ଅଧିକ ପଢନ୍ତୁ

Manoranjan Panigrah
Manoranjan Panigrah

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବଦଳିଲେ ରାଜ୍ୟର ଆୟକର କମିଶନର । ଓଡ଼ିଶାର ନୂତନ ମୁଖ୍ୟ ଆୟକର କମିଶନର ହେଲେ ଓଡ଼ିଆ ପୁଅ IRS ମନୋରଞ୍ଜନ ପାଣିଗ୍ରାହୀ । ଏପ୍ରିଲ 1 ତାରିଖରେ ସେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି । ଆଗକୁ ରାଜ୍ୟରେ ଆୟକର ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ମନୋରଞ୍ଜନ ପାଣିଗ୍ରାହୀ ହେଉଛନ୍ତି ୧୯୮୮ ବ୍ୟାଚର ଭାରତୀୟ ରାଜସ୍ୱ ସେବାର ଅଧିକାରୀ ।

ବିହାର, ଝାଡ଼ଖଣ୍ଡ ଭଳି ଓଡ଼ିଶାର ଦାୟିତ୍ୱ ନିର୍ବାହ କରିବେ IRS ମନୋରଞ୍ଜନ ପାଣିଗ୍ରାହୀ । ସେ ପୂର୍ବରୁ ପଶ୍ଚିମବଙ୍ଗ ଓ ସିକିମର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଥିଲେ । ପୂର୍ବରୁ ମଧ୍ୟ ସେ ଓଡ଼ିଶା ସରକାରଙ୍କ ଅଧିନରେ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଦୀର୍ଘ ପାଞ୍ଚ ବର୍ଷ ଓଡିଶାରେ କାର୍ଯ୍ୟ କରିଥିଲେ । ଜଣେ ସୁବକ୍ତା, ସୁସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ଅଟନ୍ତି ମନୋରଞ୍ଜନ ପାଣିଗ୍ରାହୀ । ସେ ଆୟକର କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ଆଇଟି ରେଡ୍ ସମ୍ପର୍କିତ ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ସମୟରେ ଅଫିସରଙ୍କ ବଦଳିର କ'ଣ ରହିଛି ଆଇନଗତ ଦିଗ ? ଜାଣନ୍ତୁ - Top Officials Transfer

ବର୍ତ୍ତମାନ ନିର୍ବାଚନ ମାହୋଲ ରହିଥିବାରୁ ଆହୁରି ଚଢାଉ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ବିଗତ କିଛି ଦିନ ହେବ ଆୟକର ଫାଙ୍କିବା ନେଇ ଅନେକ ସ୍ଥାନରେ ରେଡ ହୋଇଛି । ଗତ ସୋମବାର ଦିନ ଆୟକର ପକ୍ଷରୁ 'ବଣିକ' ଓ ହୋଟେଲ 'ଯଯାତି କୋର୍ଟୟାଡ' ଉପରେ ଚଢ଼ାଉ କରିଥିଲା ଆୟକର ବିଭାଗ । ବିଜେଡି ନେତା ସୁବ୍ରତ ଛାଟୋଇ ଓ ତାଙ୍କର ପାର୍ଟନର ଦିବ୍ୟରଞ୍ଜନ ନାୟକଙ୍କ ବ୍ୟବସାୟରେ ଟିକସ ହେରଫେର ମାମଲାରେ ଆୟକର ବିଭାଗର ଯାଞ୍ଚ ଚାଲିଛି ।

ଏହାମଧ୍ୟ ପଢନ୍ତୁ.. ECIଙ୍କ ନିର୍ଦ୍ଦେଶ; ନିର୍ବାଚନ ଦାୟିତ୍ବରୁ ହଟିବେ ଓଡ଼ିଶାର ଜଣେ ଆଇଜି, ୨ ଜିଲ୍ଲାପାଳ ଓ ୫ ଏସପି - ECI Transfers DM

ସେହିପରି କିଛି ଦିନ ପୂର୍ବେ ମଧ୍ୟ ଡିଏନ ଗ୍ରୁପ ଉପରେ ଚଢ଼ାଉ ରହିଥିଲା ଇନକମ ଟ୍ୟାକ୍ସ ବିଭାଗ । ଏପରିକି ଚଢ଼ାଉ ବେଳେ ଡିଏନଏ ଗ୍ରୁପର ଆୟକର ନେଇ ତଥ୍ୟ ପଦାକୁ ଆଣିଥିଲା । ଗ୍ରୁପର ବିଭିନ୍ନ ସ୍ଥାନରେ ରେଡ୍ କରି ନଗଦ ଟଙ୍କା ସହ ବହୁ କାଗଜପତ୍ର ଓ ଆୟକର ସମ୍ପର୍କିତ ତଥ୍ୟ ପାଇଥିଲା । କେବଳ ସେତିକି ନୁହେଁ କିଛି ଦିନ ପୂର୍ବେ ଚାରି ନମ୍ବର ମାଛ ମାର୍କେଟଠୁ ଆରମ୍ଭ କରି ବିଭିନ୍ନ ସଂସ୍ଥାରେ ଆୟକର ଚଢ଼ାଉର ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.