ETV Bharat / state

ରାଉରକେଲା ବିଜେପିକୁ ଝଟକା, ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ନିହାର ରାୟ - nihar ray files nomination

author img

By ETV Bharat Odisha Team

Published : May 3, 2024, 6:08 PM IST

ରାଉରକେଲା ବିଜେପିକୁ ଝଟକା , ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ନେତା ନିହାର
ରାଉରକେଲା ବିଜେପିକୁ ଝଟକା , ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ନେତା ନିହାର(ETV BHARAT ODISHA)

NIHAR RAY FILES NOMINATION: ରାଉରକେଲାରେ ସ୍ୱାଧୀନ ଭାବରେ ଶକ୍ତି ପ୍ରଦର୍ଶନ କଲେ ବିଜେପି ଆଶାୟୀ ପ୍ରାର୍ଥୀ ନିହାର ରାୟ । ଦିଲ୍ଲୀପଙ୍କୁ ଟିକଟ ମିଳିବା ପରେ ଥିଲେ ଅସନ୍ତୋଷ । ସେପଟେ ବୀରମିତ୍ରପୁର ଆସନ ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ନିହାର ସୁରିନ ଦାଖଲ କଲେ ନାମାଙ୍କନ । ଅଧିକ ପଢନ୍ତୁ

ରାଉରକେଲା ବିଜେପିକୁ ଝଟକା , ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ନେତା ନିହାର (ETV BHARAT ODISHA)

ରାଉରକେଲା: ସରଗରମ ହେଉଛି ସୁନ୍ଦରଗଡ଼ ରାଜନୀତି । ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ରାଉରକେଲା ବିଜେପିର ଆଶାୟୀ ପ୍ରାର୍ଥୀ ନିହାର ରାୟ । ଦିଲ୍ଲୀପଙ୍କୁ ଟିକଟ ମିଳିବା ପରେ ଅସନ୍ତୋଷ ଥିଲେ ନିହାର । ସେପଟେ ବୀରମିତ୍ରପୁର ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ମୈଦାନକୁ ଓହ୍ଲାଇଛନ୍ତି ନିହାର । ନିହାର ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ରାଉରକେଲା ବିଧାନସଭା ପାଇଁ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ନିହାର ରାୟ ଏବଂ ବୀରମିତ୍ରପୁର ପାଇଁ ପୂର୍ବତନ ବିଧାୟକ ନିହାର ସୁରିନ ଆଜି ନାମାଙ୍କନ ଦାଖଲ କରିଛନ୍ତି । ତେବେ ନିହାର ରାୟ ପୁଣି ବିଜେପିରୁ ଟିକଟ ପାଇବା ନେଇ ଆଶା କରିଥିଲେ ହେଲେ ଦଳ ଦିଲ୍ଲୀପ ରାୟଙ୍କୁ ଟିକଟ ପ୍ରଦାନ କରିଥିଲା । ପରେ ନିହାର ପ୍ରଦର୍ଶନ କରିବା ସହ ଏଥର ସ୍ବାଧୀନ ଭାବେ ଲଢ଼ିବା ପାଇଁ ଅଣ୍ଟା ଭିଡିଛନ୍ତି । କିଛି ଦିନ ତଳେ ନିଜର ସମର୍ଥକଙ୍କ ସହ ବିଶାଳ ସଭା କରି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବା ନେଇ ଆଲୋଚନା କରିଥିଲେ ।

ଆଜି ନିହାର ନିଜର ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଭରିଛନ୍ତି । ରାଉରକେଲା ଉଦିତନଗର ସିଂହସିନୀ ମନ୍ଦିର ଠାରୁ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେପଟେ ବିଜେପି ,ବିଜେଡି ଓ କଂଗ୍ରେସକୁ କଡ୍ଡା ଟକ୍କର ଦେବେ ବୋଲି କହିଛନ୍ତି ସେ । ନିହାର ରାୟ କହିଛନ୍ତି," ଆଜିର ଶୋଭାଯାତ୍ରାକୁ ଦେଖି ଜାଣିପାରୁଥିବେ ଏଥର କଡା ପ୍ରତିଦ୍ବନ୍ଦିତା ହେବ । ରାଉରକେଲାରେ ସ୍ୱାଧୀନ ଭାବେ ନିହାର ସେନା ବିଧାନସଭା ଆସନ ଗ୍ରହଣ କରିବ ଏବଂ ନିଶ୍ଚିତ ବିଜୟୀ ହେବୁ ।

ଏହା ମଧ୍ୟ ପଢନ୍ତୁ......ପାଟପଟୁଆର ସହ ଆସି ନାମାଙ୍କନ ଭରିଲେ ବିଧାୟକ ପ୍ରାର୍ଥୀ ମହେଶ - Mahesh Sahoo Files Nomination

ସେହିପରି ଆଜି ରାଉରକେଲା ଠାରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଲାଗି ନିହାର ସୁରିନ ମଧ୍ୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପାନପୋଷ ITDAରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ସେ ବୀରମିତ୍ରପୁରର ବିଧାୟକ ଭାବରେ ନିର୍ବଚିତ ହୋଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଗତ ଦୁଇ ତିନି ଥର ହେବ କେହି ଲୋକଙ୍କ ପାଇଁ କାର୍ଯ୍ୟ କରି ନାହାନ୍ତି । ବୀରମିତ୍ରପୁରବାସୀଙ୍କ ପଖରେ କେହି ଛିଡା ହୋଇ ନାହାନ୍ତି ତେଣୁ ଏଥର ବାଧ୍ୟ ହୋଇ JMMରୁ ପ୍ରାର୍ଥୀ ପତ୍ର ଦାଖଲ କରୁଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.