ETV Bharat / state

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ରେଡ ଆଲର୍ଟ ଜାରି - Odisha Weather

author img

By ETV Bharat Odisha Team

Published : Apr 26, 2024, 7:07 PM IST

Updated : Apr 26, 2024, 7:35 PM IST

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ରେଡ୍‌ ଆର୍ଲଟ ଜାରି
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ରେଡ୍‌ ଆର୍ଲଟ ଜାରି

Odisha Weather Update: ରାଜ୍ୟରେ ବଢ଼ୁଛି ତାତି । ଏହି ସ୍ଥିତି ଆହୁରି 5 ଦିନ ଲାଗି ରହିବ । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ରେଡ୍‌ ଆର୍ଲଟ ଜାରି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ରେଡ୍‌ ଆର୍ଲଟ ଜାରି

ଭୁବନେଶ୍ବର: ଖରାର କୋପରେ କଲବଲ ରାଜ୍ୟବାସୀ । ସୂର୍ଯ୍ୟଙ୍କ ତାପରେ ଜଳୁଛି ସାରା ଓଡ଼ିଶା । ଦିନ ତ ଦିନ ସକାଳ ୮ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଗ୍ରୀଷ୍ମ ଲହରୀ ଝାସରେ ଲୋକେ ସନ୍ତୁଳିତ ହେୁଥିବା ବେଳେ ଏହି ସ୍ଥିତି ଆହୁରି 5 ଦିନ ପର୍ଯ୍ୟନ୍ତ ଲାଗି ରହିବ । କିଛି କିଛି ସ୍ଥାନରେ ତାପମାତ୍ରା 45 ଡିଗ୍ରୀ ଅତିକ୍ରମ କରିବାକୁ ଥିବା ବେଳେ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । କ୍ରମାଗତ ଭାବେ ୧୧ ଦିନ ଧରି ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ରହିଥିବା ବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତିର ପ୍ରକୋପରୁ ତ୍ରାହି ନାହିଁ । ଆଉ ଏଥିପାଇଁ ୫ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ରେଡ ଆଲର୍ଟ ଜାରି କରାଯାଇଛି । ୩୦ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ବିଭିନ୍ନ ସ୍ଥାନରେ 45 ଡିଗ୍ରୀ ଛୁଇଁପାରେ ପାରଦ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି ।

ତେବେ ଆସନ୍ତା ୨୪ ଘଣ୍ଟାରେ କିଛି କିଛି ଯାଗାରେ ସିଭିୟର ହିଟୱେଭ ହେବାର ସମ୍ଭାବନା ରହିଛି । ସେଗୁଡିକ ହେଲା କେନ୍ଦ୍ରାପଡା, ମୟୂରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡା ଓ ଅନୁଗୋଳରେ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଥିବା ବେଳେ ରେଡ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ଆଗାମୀ 5 ଦିନ ମଧ୍ୟରେ ତାପମାତ୍ରା 45 ଡିଗ୍ରୀରୁ ଅଧିକ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ ମେ' 1 ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ତତଲା କଡ଼େଇରେ ଝାରସୁଗୁଡ଼ା, ୪୩.୮ ଡିଗ୍ରୀ ସହ ପାଲଟିଲା ରାଜ୍ୟର ଉତ୍ତପ୍ତ ସହର - HIGHEST TEMPERATURE

ସେହିପରି ଆଗାମୀ ୨ ଦିନରେ ରାଜ୍ୟର କିଛି ଜିଲ୍ଲା ଯେପରିକି ରାୟଗଡା, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଖୋର୍ଦ୍ଧା ଓ କଟକର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ହେବ । ଏହି ସମୟରେ 30ରୁ 40 କିମି ପବନ ବହିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮ ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ୪୩.୮ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ୨୨ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 26, 2024, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.