ETV Bharat / state

ସ୍ବାମୀ ସାଜିଲା ସଇତାନ, କୂଅକୁ ଠେଲି ସ୍ତ୍ରୀକୁ କଲା ହତ୍ୟା - Husband Killed Wife

author img

By ETV Bharat Odisha Team

Published : Apr 22, 2024, 8:51 PM IST

ସ୍ବାମୀ ସାଜିଲା ସଇତାନ !
ସ୍ବାମୀ ସାଜିଲା ସଇତାନ !

Husband Killed Wife In Dhenkanal: ସ୍ତ୍ରୀକୁ କୂଅକୁ ଠେଲିଦେଲା ସ୍ବାମୀ । କୂଅରୁ ମିଳିଲା ମହିଳାଙ୍କ ମୃତଦେହ । ଅଧିକ ପଢ଼ନ୍ତୁ

ସ୍ବାମୀ ସାଜିଲା ସଇତାନ !

ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି । ପତି ପତ୍ନୀ ମଧ୍ୟରେ ଲାଗି ରହିଥିଲା ଝଗଡା । ଆଉ ଆଜି (ସୋମବାର) କୂଅରୁ ଠାବ ହୋଇଛି ପତ୍ନୀର ମୃତଦେହ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ମୃତ ମହିଳାଙ୍କୁ ହତ୍ୟା ପରେ କୂଅରେ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କୋଟଗରା ଗ୍ରାମ ତଳସାହିର ଟଙ୍କଧର ନାଏକଙ୍କୁ ରାସୋଳ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବାସନ୍ତୀ ନାଏକ ୧୦ବର୍ଷ ପୂର୍ବେ ବିବାହ କରିଥିଲେ । କିନ୍ତୁ ଗତ କିଛି ବର୍ଷ ହେଲା ଟଙ୍କଧର ବାସନ୍ତୀଙ୍କୁ ମାରପିଟ କରିବା ସହିତ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ଗତକାଲି (ରବିବାର) ବାସନ୍ତୀଙ୍କୁ ମାରିଦେବାର ଧମକ ଦେବାସହ ବାସନ୍ତୀଙ୍କ ବାପାଘର ଲୋକଙ୍କୁ ଫୋନ କରି ତାଙ୍କ ଝିଅକୁ ଏଠାରୁ ନେଇ ଯିବାକୁ କହିଥିଲା । ଏହାସହ ଯଦି ଝିଅକୁ ନ ନିଅନ୍ତି ତେବେ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲା ଟଙ୍କଧର ।

ସେପଟେ ବାସନ୍ତୀଙ୍କ ଭାଇ ଗତକାଲି ସନ୍ଧ୍ୟାରେ ଭଉଣୀ ସହିତ ଫୋନରେ କଥା ହୋଇଥିଲେ । ସ୍ୱାମୀ ତାଙ୍କୁ ବାରମ୍ବାର ମାରପିଟ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ନିର୍ଯାତନା ଦେଉଥିବା ନେଇ ନିଜ ଭାଇକୁ ଜଣାଇଥିଲେ । ଭାଇ ବାସନ୍ତୀଙ୍କୁ ବୁଝାଇବା ସହ ସକାଳୁ ଯାଇ ତାଙ୍କୁ ଘରକୁ ଆଣିବା ପାଇଁ କହିଥିଲେ । ହେଲେ ଭଉଣୀ ସାଥିରେ ତାହା ଭାଇର ଶେଷ କଥା ଥିଲା । ରାତି ୨ଟାରେ ବାସନ୍ତୀଙ୍କ ବାପାଘର ଲୋକଙ୍କୁ ଖବର ଆସିଥିଲା ଯେ, ବାସନ୍ତୀ ଜୀବନ ହାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁଅକୁ ପିଟିପିଟି ମାରିଦେଲା ନୃଶଂସ ବାପା, ଦୋଷ ଲୁଚାଇବାକୁ ଜାଳିଦେଲା ମୃତଦେହ - Father Killed Son

ସେପଟେ ବାସନ୍ତୀଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ସକାଳେ ଘଟଣସ୍ଥଳରେ ପହଞ୍ଚିଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହକୁ ଉଦ୍ଧାର କରିଥିଲା । ଏନେଇ ପୋଲିସକୁ ଖବର ଦେଇଥିଲେ ବାସନ୍ତୀଙ୍କ ପରିବାର ଲୋକ । ପୋଲିସ ମୃତଦେହ ଜବତ କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ବାସନ୍ତୀଙ୍କୁ ଟଙ୍କଧର ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ବାସନ୍ତୀଙ୍କ ବାପାଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଟଙ୍କଧରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ବାସନ୍ତୀଙ୍କ ପରିବାର ଲୋକ । ସେପଟେ ଅଭିଯୋଗ ପରେ ତୁମୁସିଙ୍ଗା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.