ETV Bharat / state

ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ବିପୁଳ ଅସଲି-ନକଲି ମଦ ଜବତ, ୯ ଗିରଫ - liquor seized in rairangpur

author img

By ETV Bharat Odisha Team

Published : Apr 22, 2024, 10:52 PM IST

Updated : Apr 23, 2024, 9:34 AM IST

ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ବିପୁଳ ଅସଲି ଓ ନକଲି ମଦ ଜବତ , ୯ ଗିରଫ
ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ବିପୁଳ ଅସଲି ଓ ନକଲି ମଦ ଜବତ , ୯ ଗିରଫ

LIQUOR SEIZED IN RAIRANGPUR: ରାଇରଙ୍ଗପୁର ଅବକାରୀ ବିଭାଗ ହାତରେ ଲାଗିଲା ଚୋରା ମଦ କାରବାର । ବିପୁଳ ପରିମାଣର ଦେଶୀ-ବେଦେଶୀ ମଦ ସହ ନକଲି ମଦ ପ୍ରସ୍ତୁତ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ବିପୁଳ ଅସଲି ଓ ନକଲି ମଦ ଜବତ , ୯ ଗିରଫ

ରାଇରଙ୍ଗପୁର: ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗ ହାତରେ ଲାଗିଲା ଚୋରା ମଦ କାରବାର । ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଥିବାବେଳେ ରାଇରଙ୍ଗପୁର ଉପଖଣ୍ଡରେ ଏବେଠୁ ଆରମ୍ଭ ହୋଇ ଯାଇଛି ନକଲି ମଦ ପ୍ରସ୍ତୁତ ସହ ଚୋରାରେ ମଦ କାରବାର । ପୂର୍ବରୁ ମଧ୍ୟ ରାଇରଙ୍ଗପୁର ଅଞ୍ଚଳରେ ଚୋରାରେ ମଦ ବିକ୍ରି ଓ ନକଲି ମଦ ପ୍ରସ୍ତୁତ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ହେଲେ ଅବକାରୀ ବିଭାଗର ଏଥିପ୍ରତି ଦୃଷ୍ଟି ପଡି ପାରୁନଥିଲା । ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଅବକାରୀ ବିଭାଗ ପୁଣି ଥରେ ସକ୍ରିୟ ହୋଇ ଉଠିଛି ।

ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଛି ଅବକାରୀ ବିଭାଗ । ଗୋରୁମହିଷାଣୀ ଓ ପୁରୁଣାପାଣି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରା ଯାଇଥିଲା । ତେବେ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ ସହିତ, ବିପୁଳ ପରିମାଣରେ ସ୍ପିରିଟ, ନକଲି ଲେବୁଲ, ନକଲି ଠିପି, ମଦ ପ୍ରସ୍ତୁତ ପାଇଁ ଏସେନ୍ସ ସହିତ ନକଲି ମଦ ପ୍ରସ୍ତୁତ ପାଇଁ ସରଞ୍ଜାମ ସବୁ ଜବତ କରିଛି ବିଭାଗ । ଏଥିସହି ମଦ ମାଫିଆମାନଙ୍କ ନିକଟରୁ ଏକ ହିରୋ ଡିଲକ୍ସ ବାଇକ ଜବତ କରିଛି ବିଭାଗ ।

ଆଜିର ଏହି ଚଢାଉ କରାଯାଇ ପୁରୁଣାପାଣିରୁ ୪ ଜଣ ଅଭିଯୁକ୍ତ ଓ ଗୋରୁମହିଷାଣୀରୁ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଅଭିଯୁକ୍ତମାନେ ହେଲେ ପୁରୁଣାପାଣିର ରାମପ୍ରସାଦ ମହାନ୍ତ, କୁନ୍ତଳା ମହାନ୍ତ, ସଞ୍ଜନ ମହାନ୍ତ ଓ ଦେବେନ ମହାନ୍ତ । ସେହିପରି ଗୋରୁମହିଷାଣୀର ରାମେଶ୍ବର ବାରିକ, ବିଦ୍ୟାପତି ମହାକୁଡ଼, ତପନ ମହାକୁଡ଼, ମୁକେଶ ସାହୁ ଓ ନରେନ୍ଦ୍ର ଗିରି । ଏହି କାରବାରରେ ଆଉ କେତେ ଜଣଙ୍କ ସମ୍ପୃକ୍ତି ରହିଛି ସେନେଇ ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ଅବକାରୀ ବିଭାଗ ।

ଏହା ମଧ୍ୟ ପଢନ୍ତୁ .....ବେଗୁନିଆରେ ବିପୁଳ ପରିମାଣର ଦେଶୀ ମଦ ଜବତ, ଡ୍ରାଇଭର ଗିରଫ - Liquors Seized In Begunia

ଏହା ମଧ୍ୟ ପଢନ୍ତୁୁ ..... ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ନକଲି ମଦ ଜବତ, ଜଣେ ଗିରଫ - Duplicate Liquor Seized

ଆଜିର ଏହି ଚଢ଼ାଉରେ ଅବକାରୀ ଉପଅଧୀକ୍ଷକଙ୍କ ସମେତ ରାଇରଙ୍ଗପୁର, ବିଶୋଇ ଓ ବହଳଦାର ଅବକାରୀ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ । ତେବେ ରାଇରଙ୍ଗପୁର ସହରରେ ମଧ୍ୟ ଖୁଲମଖୁଲା ଚୋରାରେ ମଦ, ଗଞ୍ଜେଇ ଓ ଡ୍ରଗ୍ସ ଆଦିର କାରବାର ଚାଲୁଥିବାବେଳେ ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated :Apr 23, 2024, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.