ETV Bharat / state

ଆରମ୍ଭ ହେବ ସ୍ବାସ୍ଥ୍ୟ ଅନୁଷ୍ଠାନର ବିଲ୍ଡିଂ ନିର୍ମାଣ ଏବଂ ମରାମତି, ଆକ୍ସନ ପ୍ଲାନ ପ୍ରସ୍ତୁତି ପାଇଁ ତଥ୍ୟ ମାଗିଲା ସ୍ବାସ୍ଥ୍ୟ ବିଭାଗ - Health Department Notice

author img

By ETV Bharat Odisha Team

Published : Apr 12, 2024, 10:48 PM IST

Health Department Notice
Health Department Notice

Health Department Notice: ରାଜ୍ୟରେ ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନର ବିଲ୍ଡିଂ ନିର୍ମାଣ ଏବଂ ମରାମତି ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତି ଆରମ୍ଭ ହେବ । ଆକ୍ସନ ପ୍ଲାନ ପ୍ରସ୍ତୁତି ପାଇଁ ତଥ୍ୟ ମାଗିଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢ଼ନ୍ତୁ

Health Department Notice
Health Department Notice

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକର ୨୦୨୪ -୨୫ ଆର୍ଥିକ ବର୍ଷର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ତଥ୍ୟ ମାଗିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଶୁକ୍ରବାର ଜାତୀୟ ସ୍ବାସ୍ଥ୍ୟ ମିଶନ, ସ୍ବାସ୍ଥ୍ୟ ସେବା, ସ୍ବାସ୍ଥ୍ୟ ଶିକ୍ଷା ଏବଂ ପ୍ରଶିକ୍ଷଣ, ପରିବାର କଲ୍ୟାଣ, ଆୟୁଷ, ନର୍ସିଂ ନିର୍ଦ୍ଦେଶକ ଓ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଚିଠି ଲେଖିଛନ୍ତି । ୨୦୨୪- ୨୫ ବର୍ଷ ପାଇଁ ସ୍ବାସ୍ଥ୍ୟ ଅନୁଷ୍ଠାନର ନୂତନ ବିଲ୍ଡିଂ ନିର୍ମାଣ ଏବଂ ପୂର୍ବରୁ ଥିବା ବିଲ୍ଡିଂର ମରାମତି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାର ଅଛି । ତେଣୁ ୨୦୨୩- ୨୪ ଆର୍ଥିକ ବର୍ଷରେ ଆକ୍ସନ ପ୍ଲାନରେ ଅନୁମୋଦନ ମିଳିଥିବା କେଉଁ କାମ ହାତକୁ ନିଆଯାଇଛି ଏବଂ କେଉଁ କାମ ଆଦୌ ଆରମ୍ଭ ହୋଇନାହିଁ, ସେ ସମସ୍ତ ତଥ୍ୟ ଆସନ୍ତା ୭ ଦିନରେ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ନିଆଯାଇଛି ଆଉ ଏକ ପଦକ୍ଷେପ । ରାଜ୍ୟର ଅନ୍ୟତମ ସରକାରୀ ହସ୍ପିଟାଲ ଭାବରେ କ୍ୟାପିଟାଲ୍‌ ହସ୍ପିଟାଲ ରୋଗୀ ସେବାରେ ବହୁ ଆଗରେ ରହିଛି । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ ହେବ । ୨୦୦ ଶଯ୍ୟା ବିଶିଷ୍ଟ ହେବ ଏହି ବିଶ୍ରାମସ୍ଥଳୀ । ଏଥିପାଇଁ ଖର୍ଚ୍ଚ ହେବ ୮ କୋଟି ୮୧ ଲକ୍ଷ ୭୭ ହଜାର ୩୦୦ ଟଙ୍କା । କେଉଁ ଦିଗରେ କେତେ ଟଙ୍କା ଖର୍ଚ୍ଚ ହେବ, ସେନେଇ ସବିଶେଷ ସୂଚନା ଦିଆଯାଇଛି । ୨୦୦ ଶଯ୍ୟା ବିଶିଷ୍ଟ ଏହି ବିଶ୍ରାମସ୍ଥଳୀ ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରଶାସନିକ ଅନୁମୋଦନ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନରେ ନିୟୋଜିତ ପୋଲିଂ କର୍ମଚାରୀଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା ସୁବିଧା - Cashless treatment to Polling staff

କେବଳ ସେତିକି ନୁହେଁ, କଟକ ଏସ୍‌ସିବି ମେଡିକାଲ କଲେଜକୁ ମଧ୍ୟ ବିଶ୍ବସ୍ତରୀୟ 'ଏମ୍ସ ପ୍ଲସ' ହସ୍ପିଟାଲ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି । ନିର୍ମାଣ ହେଉଛି ବଡ଼ ବଡ଼ ବିଲ୍ଡିଂ । କିଭଳି ଭାବରେ ରୋଗୀମାନେ ସଠିକ ଭାବରେ ଚିକିତ୍ସା ପାଇବେ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି । ଏହାସହ ମେଡିକାଲ ପାଠ୍ୟକ୍ରମରେ ମଧ୍ୟ କିଭଳି ଭାବରେ ଅଧିକରୁ ଅଧିକ ପିଲାମାନେ ପାଠ ପଢ଼ିବେ, ସେନେଇ ବ୍ୟବସ୍ଥା ମଧ୍ୟ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.