ETV Bharat / state

ଟିକସ ଫାଙ୍କିବା ନେଇ ସୁନ୍ଦରଗଡ଼ରେ ଜିଏସଟି ବିଭାଗର ରେଡ୍

author img

By ETV Bharat Odisha Team

Published : Feb 22, 2024, 8:23 PM IST

ଟିକସ ଫାଙ୍କିବା ନେଇ ସୁନ୍ଦରଗଡ଼ରେ ଜିଏସଟି ବିଭାଗର ରେଡ୍
ଟିକସ ଫାଙ୍କିବା ନେଇ ସୁନ୍ଦରଗଡ଼ରେ ଜିଏସଟି ବିଭାଗର ରେଡ୍

GST Authorities Raid: ଜିଏସଟି ବିଭାଗର ସ୍କାନରରେ ଆସିଛି ସୁନ୍ଦରଗଡ ସହରର ପ୍ରୀତି ଫର୍ନିଚର । ଗ୍ରାହକଙ୍କୁ ବିଲ୍ ନ ଦେବା ସହିତ ବିଭିନ୍ନ ସମୟରେ ଆୟକର ଏବଂ ଜିଏସଟି ଟିକସ ଫାଙ୍କି ନେଇ ହୋଇଥିଲା ଅଭିଯୋଗ । ଅଧିକ ପଢନ୍ତୁ

ଟିକସ ଫାଙ୍କିବା ନେଇ ସୁନ୍ଦରଗଡ଼ରେ ଜିଏସଟି ବିଭାଗର ରେଡ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ଜିଏସଟି ବିଭାଗର ରେଡ୍ । ବର୍ତ୍ତମାନ ଆର୍ଥିକ ବର୍ଷ ଶେଷ ହେବାକୁ ଆସୁଥିବା ବେଳେ ଏହାକୁ ନେଇ ଜିଏସଟି ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କଡା ନଜର ରଖିଛି । ଏହି ପରିପ୍ରେକ୍ଷୀରେ ଜିଏସଟି ବିଭାଗର ସ୍କାନରରେ ଆସିଛି ସୁନ୍ଦରଗଡ ସହରର ପ୍ରୀତି ଫର୍ନିଚର । ଏକ ଘଟଣାକ୍ରମରେ ସୁନ୍ଦରଗଡ଼ ମିଶନରୋଡ଼ରେ ଥିବା ପ୍ରୀତି ଫର୍ନିଚର ବିରୋଧରେ ଜିଏସଟି ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗ୍ରାହକଙ୍କୁ ବିଲ୍ ନ ଦେବା ସହିତ ବିଭିନ୍ନ ସମୟରେ ଆୟକର ଏବଂ ଜିଏସଟି ଟିକସ ଫାଙ୍କି ନେଇ ହୋଇଥିଲା ଅଭିଯୋଗ । ଅଭିଯୋଗ ହେବା ପରେ ଜିଏସଟି ବିଭାଗର କର୍ମଚାରୀମାନେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ ଏବଂ ଚଢ଼ାଉ କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ED ରେଡ୍ ନେଇ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା, 'ଚଢ଼ାଉ ପଛରେ ରାଜନୈତିକ ଆକ୍ରୋଶ'

ଦୋକାନ, ଘର ସମେତ ମହେଶଡିହିର ଦୁଇଟି ଲୁକ୍କାୟିତ ଗୋଦାମରେ ତିନୋଟି ଟିମ୍ ଚଢ଼ାଉ ଜାରି ରଖିଛନ୍ତି । ଝାରସୁଗୁଡା ବାଣିଜ୍ୟକର ପ୍ରବର୍ତ୍ତନ ସହକାରୀ ଆୟୁକ୍ତ ସତୀଶ କୁମାର ଜାଲଙ୍କ ନେତୃତ୍ବରେ ଚଢାଉ ଜାରି ରହିଛି । ତେବେ ସହକାରୀ ଆୟୁକ୍ତ ସତୀଶ ଜାଲ କହିଛନ୍ତି ଜିଏସଟି ନିୟମ ଅନୁପାଳନ ଅନୁଧ୍ୟାନ ଓ ଲାଗୁ କରିବାର କ୍ଷମତା ଥିବା ଏହି ଟିମ୍ ଅତି ସତର୍କତାର ସହ ରେକର୍ଡ଼ ଯାଞ୍ଚ କରିବା ସହ ପଚରା ଉଚରା କରୁଛି । ତେବେ ପଚରା ଉଚରାରେ ଜିଏସଟି ବିଭାଗ କେତେ ପରିମାଣର ଦୁର୍ନୀତି ହୋଇଛି ତାହା ଜାଣିବାକୁ ଚେଷ୍ଟା କରିଥିଲା । ବର୍ତ୍ତମାନ ମଧ୍ୟ ଚଢ଼ାଉ ଜାରି ରହିଛି । ତେବେ ଆଜି ଦିନ ଦୁଇଟା ବେଳକୁ ଏହି ଚଢ଼ାଉ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ତେବେ ବର୍ତ୍ତମାନ ସୁଦ୍ଧା ତିନୋଟି ଜାଗାରେ ୧୫ ରୁ ଅଧିକ ଜିଏସଟି ବିଭାଗର ଅଧିକାରୀ ଏହି ଅପରେସନରେ ସାମିଲ ଥିବା ସୂଚନା ରହିଛି । କୋଟି କୋଟ ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗରେ ବର୍ତ୍ତମାନ ଚଢ଼ାଉ ଜାରି ରହିଛି ଏବଂ ବହୁ ମାତ୍ରାରେ କାଗଜପତ୍ର ଜବତ ହେବ ବୋଲି ଆଶା କରାଯାଉଛି । ପ୍ରୀତି ଫର୍ନିଚର ସର୍ବମୋଟ କେତେ ଟଙ୍କାର ଜିଏସଟି ଫାଙ୍କିଛି ସେ ସମ୍ପର୍କରେ ଜିଏସଟି ଅଧିକାରୀ କୌଣସି ଆଧିକାରିକ ସୂଚନା ଦେଇନାହାଁନ୍ତି । ସେହିପରି ଚଳିତମାସ ୧ ତାରିଖରେ ଟିକସ ଫାଙ୍କିବା ନେଇ ଢେଙ୍କାନାଳରେ ଜିଏସଟି ଚଢ଼ାଉ ହୋଇଥିଲା । ଲୁଗା ବ୍ୟବସାୟୀ ସତ୍ୟନାରାୟଣର ଗୋଦାମ ଓ ଦୋକାନ ଉପରେ ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଥିଲା । ସହରର ମହାବୀର ବଜାରରେ ଥିବା ସତ୍ୟନାରାୟଣ ଷ୍ଟୋରର ଗୋଦାମ ଓ ଶିଭମ ଡ୍ରେସ ହାଉସ ନାମକ ଦୋକାନ ଉପରେ ଏହି ଚଢାଉ ହୋଇଥିଲା ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.