ETV Bharat / state

ଫାଙ୍କୁଥିଲେ ଟିକସ୍‌, ଚଢାଉ କଲା ଜିଏସଟି ବିଭାଗ - GST RAID

author img

By ETV Bharat Odisha Team

Published : Mar 29, 2024, 8:46 AM IST

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ, ଲୁଗା ଦୋକାନରେ ଜିଏସଟି ରେଡ୍
ଟ୍ୟାକ୍ସ ଫାଙ୍କିବା ଅଭିଯୋଗ, ଲୁଗା ଦୋକାନରେ ଜିଏସଟି ରେଡ୍

Gst Raid In Mayurbhanj: ଟିକସ ଫାଙ୍କିବା ଅଭିଯୋଗରେ ଏକକାଳୀନ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକ ବଡ଼ ଲୁଗା ଦୋକାନ ଉପରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ । ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ । ଅଧିକ ପଢନ୍ତୁ

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ, ଲୁଗା ଦୋକାନରେ ଜିଏସଟି ରେଡ୍

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟତଃ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବିଭିନ୍ନ ସମୟରେ ଟିକସ ଫାଙ୍କୁ ଥିବା ନେଇ ଅଭିଯୋଗ ହୋଇ ଆସୁଛି । ଟିକସ ଫାଙ୍କିବା ଦ୍ବାରା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ମଧ୍ୟ ହେଉଛି । ଜିଲ୍ଲାରେ ଟିକସ ଫାଙ୍କିବାକୁ ରୋକିବା ପାଇଁ ଅନେକ ସମୟରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢାଉ ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ହେଲେ ବି ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଏସବୁକୁ ଖାତିର ନକରି ଟିକସ ଫାଙ୍କି ଚାଲିଛନ୍ତି । ପୂର୍ବରୁ ଅନେକ ଥର ଟିକସ ଫାଙ୍କୁ ଥିବା ଅଭିଯୋଗ ହେବା ପରେ ଗତକାଲି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାରର ଏକ ଲୁଗା ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି ।

ତେବେ ଏକକାଳୀନ ମୟୂରଭଞ୍ଜ ଜିଲ୍ଲାର ବହଳଦା ଓ କେନ୍ଦୁଝର ଜିଲ୍ଲାର ବଡ଼ବିଲ ସ୍ଥିତ ରାଜ ଫେସନ ଡ୍ରେସେସ୍ ନାମକ ବଡ଼ ଡ୍ରେସ୍ ଦୋକାନରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସିଟି ଓ ଜିଏସଟି ଏନଫର୍ସମେଣ୍ଟ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ପୂର୍ବରୁ ରାଇରଙ୍ଗପୁର, କରଞ୍ଜିଆ, ଉଦଳା, ଠାକୁରମୁଣ୍ଡା ଓ ବାରିପଦାରେ ଥିବା କିଛି ବଡ ବଡ ସଂସ୍ଥା ଉପରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଥିବା ବେଳେ ଗତକାଲି(ବୁଧବାର) ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାରରେ ଥିବା ରାଜ ଫେସନ ଡ୍ରେସେସ୍ ନାମକ ଏକ ବଡ଼ ଲୁଗା ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ଜିଏସଟି ରେଡ୍ ପରେ ସିଲ୍ ହେଲା ସୁନା ଦୋକାନ

ପୂର୍ବରୁ ଉକ୍ତ ସଂସ୍ଥା ଟ୍ୟାକ୍ସ ଫାଙ୍କୁ ଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଦିନ ତମାମ ସିଟି ଜିଏସଟି ବିଭାଗ ପକ୍ଷରୁ ଉକ୍ତ ସଂସ୍ଥା ଉପରେ ଚଢ଼ାଉ ଜାରି ରଖା ଯାଇଥିଲା । ପରେ ଉକ୍ତ ପ୍ରତିଷ୍ଠାନରେ ଥିବା ସମସ୍ତ ଷ୍ଟୋକର ଡାଟା ଓ ଜିଏସଟି କାଗଜପତ୍ର ଓ ଏହି ସମ୍ବନ୍ଧୀୟ ଅନ୍ୟାନ୍ୟ କାଗଜପତ୍ର ଗୁଡିକ ମଧ୍ୟ ଜବତ କରିଛି ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ । ପରେ ଟିକିନିଖି ଯାଞ୍ଚ ପରେ ଯେତେ ପରିମାଣରେ ଟିକସ ଫାଙ୍କି ହୋଇଥିବ ସେତିକି ଟିକସ ଫାଇନ ଆକାରରେ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମର ଡେପ୍ୟୁଟି କମିସନର କୁଳମଣି ମଲ୍ଲିକ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.