ETV Bharat / state

ରକ୍ତ ସମ୍ପର୍କରେ ନାଲି ଛିଟା, ନାତି ଟାଙ୍ଗିଆ ଚୋଟରେ ଆଈ ମୃତ - GRANDSON KILLED GRANDMOTHER

author img

By ETV Bharat Odisha Team

Published : Mar 29, 2024, 2:40 PM IST

Grandson kills Grandmother
Grandson kills Grandmother

Grandson killed Grandmother: ପାରିବାରିକ କଳହକୁ ନେଇ ଆଈକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି । ପୋଲିସର ତନାଘନା ଜାରି । ସମ୍ବଲପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ,

Grandson kills Grandmother

ସମ୍ବଲପୁର: ପାରବାରିକ କଳହର କରୁଣ ପରିଣତି । ରାଗ ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ନାତିର ଟାଙ୍ଗିଆ ଚୋଟରେ ଚାଲିଗଲା ଆଈର ଜୀବନ । ଏଭଳି ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଦନ୍ତଗାଡ଼ ଗାଁରେ । ମୃତ ମହିଳା ଜଣକ ହେଉଛନ୍ତି ପ୍ରମିଳା ସାହୁ । ଅଭିଯୁକ୍ତ ଉତ୍ତମ ସାହୁକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା । ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ 10 ଟାରେ ଉତ୍ତମ ସାହୁ(25) ପାରିବାରିକ ସମସ୍ୟାକୁ ନେଇ ନିଜ ଆଈଙ୍କ ସହ ପ୍ରଥମେ ଝଗଡା କରିଥିଲା । ଯାହା ପର ମୁହୂର୍ତ୍ତରେ ଉଗ୍ରରୂପ ନେଇଥିଲା । ଏଥିର ଉତ୍ୟକ୍ତ ହୋଇ ପ୍ରମିଳା ସାହୁଙ୍କୁ ଉତ୍ତମ ସାହୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରମିଳାଙ୍କ ମୃତ୍ୟୁ ଘଟିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ରେଢ଼ାଖୋଲ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l ତେବେ ଅଭିଯୁକ୍ତ ଉତ୍ତମ ପୂର୍ବରୁ ମାନସିକ ବିକୃତି ଥିଲା ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ସ୍ବାମୀ ସାଜିଲା ସୈତାନ; ସ୍ତ୍ରୀ ଓ 3 ଛୁଆଙ୍କୁ ହାଣି ନିର୍ମମ ହତ୍ୟା - MOTIHARI CRIME

ଗତ ଫେବୃଆରୀ ମାସରେ ସମ୍ବଲପୁରରେ ପାରିବାରିକ କଳହକୁ ନେଇ ଏକ ଜଘନ୍ୟ ଘଟଣା ଘଟିଥିଲା । ସାମାନ୍ୟ ବଚସାକୁ ନେଇ ପୁଅ ନିଜ ବାପାକୁ ଆକ୍ରମଣ କରିବା ସହ ନିଆଁ ଲଗାଇ ପୋଡ଼ିଦେବା ଭଳି ଘଟଣା ସାମ୍ନାକୁ ଆସିଥିଲା । ସମ୍ବଲପୁରେ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଘେନୁପାଲି ସହରାପଡାରେ ଏହି ଘଟଣା ଘଟିଥିଲା । ମୃତକ ଜଣଙ୍କ ହେଉଛନ୍ତି ଲିଙ୍ଗରାଜ କୁମୁରା ଓ ହତ୍ୟାକାରୀ ପୁଅ ହେଉଛି ଆଦିତ୍ୟ କୁମୁରା । ପୁଅ ଆଦିତ୍ୟ ବିଭିନ୍ନ ସମୟରେ ମଦ ପିଇ ଘରକୁ ଫେରିବା ସହ ବାପାଙ୍କ ସହିତ ସବୁବେଳେ ଝଗଡା କରୁଥିଲା । ମଦ ପିଇବାକୁ ନେଇ ଅନେକ ସମୟରେ ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । କିନ୍ତୁ ଘଟଣା ଦିନ କୌଣସି କାରଣରୁ ପୁଣିଥରେ ବାପା ପୁଅଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା । ଏହାରି ଭିତରେ ମଦ ନିଶାରେ ଥିବା ପୁଅ ଆଦିତ୍ୟ ନିଜର ହିତାହିତ ଜ୍ଞାନ ହରାଇ ବାପାକୁ ଆକ୍ରମଣ କରିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.