ETV Bharat / state

ଡରାଉଛି ସୁନା ଦର: ମାର୍ଚ୍ଚ ମାସ ଶେଷ ସୁଦ୍ଧା ବଢ଼ିଛି ୭୯୨୦ ଟଙ୍କା - Gold Rate Increasing

author img

By ETV Bharat Odisha Team

Published : Mar 29, 2024, 10:29 PM IST

Gold Rate
Gold Rate

Gold Rate Increasing: ଆଜି ସର୍ବାଧିକ ୬୯ ହଜାର ୭୫୦ ଟଙ୍କା ରହିଛି ସୁନା ଦର । ଦିନକୁ ଦିନ ସୁନା ଦର ବଢିଚାଲିଥିବାରୁ ଚିନ୍ତାରେ ଗ୍ରାହକ । ଅଧିକ ପଢନ୍ତୁ

Gold Rate

ଭୁବନେଶ୍ବର: ଡ଼ରାଉଛି ସୁନା ଦର । ମାର୍ଚ୍ଚ ମାସ ଶେଷ ସୁଦ୍ଧା ସୁନା ଦର ୭ ହଜାର ୯୨୦ ଟଙ୍କା ବୃଦ୍ଧି ପାଇଛି । ଆଜି ସର୍ବାଧିକ ୬୯ ହଜାର ୭୫୦ ଟଙ୍କା ରହିଥିବା ଜଣାପଡ଼ିଛି । ଦିନକୁ ଦିନ ସୁନା ଦର ହୁହୁ ହୋଇ ବଢୁଥିବାବେଳେ ଆଜି ଦିନରେ ସବୁଠାରୁ ଅଧିକ ଦର ଥିବା ଜଣାପଡଡ଼ିଛି । ଆକାଶଛୁଆଁ ଦରକୁ ନେଇ ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି। ସୁନା କିଣିବା ପାଇଁ ପକେଟକୁ ବାଧୁଥିବା କଥା ଗ୍ରାହକ କହୁଥିବାବେଳେ ପୂର୍ବପେକ୍ଷା ବ୍ୟବସାୟ କମିଛି ବୋଲି ମତ ରଖିଛନ୍ତି ବ୍ୟବସାୟୀ ।



ଏହି ବର୍ଦ୍ଧିତ ସୁନା ଦରକୁ ନେଇ ଚିନ୍ତାରେ ଗ୍ରାହକ। ଆଜି ସବୁଠାରୁ ଅଧିକ ସୁନା ଦର ରହିଥିବାବେଳେ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ମୂଲ୍ୟ ୨୦୦୦ ଟଙ୍କା ବଢି ୬୯ ହଜାର ୭୫୦ ଟଙ୍କା ଛୁଇଁଛି । ଯାହା ୫ ଦିନ ପୂର୍ବରୁ ବଢ଼ି ୧୦ ଗ୍ରାମ ପିଛା ୬୭ ହଜାର ୪୮୦ ଟଙ୍କା ଛୁଇଁଥିଲା । ସେହିଭଳି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା 1 ହଜାର ଟଙ୍କା ବଢ଼ି ୬୨ହଜାର ୮୦୦ ଟଙ୍କା ଛୁଇଁଛି । ପୂର୍ବରୁ ଏହି ମୂଲ୍ୟ ୧୦ ଗ୍ରାମ ପିଛା ୧ ହଜାର ଟଙ୍କା ବଢ଼ି ୬୧ହଜାର ୮୦୦ ଟଙ୍କା ଛୁଇଁଥିଲା । ତେଣୁ ବର୍ତ୍ତମାନର ସୁନାର ବଜାର ମୂଲ୍ୟ ଗ୍ରାହକଙ୍କୁ ଭୟଭୀତ କରିଛି। ବାହାଘର ହେଉ ଅବା ମାଙ୍ଗଳିକ କାର୍ଯ୍ୟ ଅଥବା ଉପହାର ଭାବରେ ସୁନା ସବୁବେଳେ ଆଗରେ ରହିଥାଏ । ସୁନାର ଚାହିଦା ଉପହାରରେ ଓ ଶୁଭ କାମରେ ଲୋକଙ୍କ ପ୍ରଥମ ପସନ୍ଦ ଥାଏ । ହେଲେ ବର୍ତ୍ତମାନରେ ଏହାର ଆକାଶଛୁଆଁ ଦର ଯୋଗୁ ପୂର୍ବ ଅପେକ୍ଷା କମ୍ ସୁନା କିଣୁଛନ୍ତି ଗ୍ରାହକ । "ଆମେ ଗ୍ରାହକଙ୍କ ସୁବିଧା ପାଇଁ ଅନେକ ଅଫର ଓ ସ୍କିମ କରିଛୁ" ବୋଲି କହିଛନ୍ତି ଭୁବନେଶ୍ୱର ଥିବା ମାଲବାର ସୋ' ରୁମର ମ୍ୟାନେଜେର ।



ସୂଚନା ଅନୁଯାୟୀ, ଫେବ୍ରୁଆରୀ ୨୯ରେ ଭୁବନେଶ୍ଵରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୨ ହଜାର ୮୩୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୭ ହଜାର ୫୯୦ ଟଙ୍କା ଥିଲା । ସେହିଭଳି ମାର୍ଚ୍ଚ ୧ ତାରିଖରେ ଏହି ଦାମ୍ ଯଥାକ୍ରମେ ୬୨ ହଜାର ୮୪୦ ଏବଂ ୫୭ ହଜାର ୬୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ତେଣୁ ଏପ୍ରିଲ ମାସ ସୁଦ୍ଧା ୨୪ କ୍ୟାରେଟ୍ ସୁନା ୮୦ ହଜାର ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି। ସେହିପରି ଯଦି ପ୍ରତିଶତ ହିସାବରେ ଦେଖିବା ତେବେ କେବଳ ମାର୍ଚ୍ଚ ମାସରେ ପ୍ରାୟ ୭ ରୁ ୮ ପ୍ରତିଶତ ମୂଲ୍ୟ ବୃଦ୍ଧି ପାଇଛି । ଆଗାମୀ ଦିନରେ ସୁନା ଓ ରୁପା ମୂଲ୍ୟ ଆହୁରି ବଢ଼ିବା ସମ୍ଭାବନା ରହିଛି । ଏପରିକି ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଦାମ୍ ୮୦ ହଜାର ଛୁଇଁପାରେ ବୋଲି ଆକଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ...ମାସ ଆରମ୍ଭରୁ ମହଙ୍ଗା ମାଡ, ୨୫ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର



ସେପଟେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ୨୦୨୪ରେ ୩ ଥର ସୁଧ ହାର ଘୋଷଣା ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ଆଜିର ସୁନା ମୂଲ୍ୟ ବୃଦ୍ଧିର ଏହା ସବୁଠୁ ବଡ଼ କାରଣ ବୋଲି କୁହାଯାଉଛି । ଏହାସହ ରୁଷ ଓ ୟୁକ୍ରେନ ଏବଂ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ କାରଣରୁ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ହେଉଛି ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି । କେବଳ ସେତିକି ନୁହେଁ, ଚଳିତ ବର୍ଷ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ମଧ୍ୟ ସୁନା ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ । ଏଥିସହିତ ବିଶ୍ବର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ସୁନା କିଣୁଛନ୍ତି । ଏଥିଯୋଗୁ ସୁନା ଚାହିଦା ଅନ୍ତର୍ଜାତୀୟ ବଜାରରେ ବଢ଼ିଥିବା କୁହାଯାଉଛି । ଏହା ଫଳରେ ନିବେଶକମାନେ ଅଧିକ ମାତ୍ରାରେ ଇଟିଏଫ୍ ବା ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ କିଣୁଥିବାରୁ ସୁନା ଦାମ ବଢୁଛି ବୋଲି ମତ ପ୍ରକାଶ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୨୨୦୦ ଡଲାର ଉପରେ ରହିଛି ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.