ETV Bharat / state

ମୃତ୍ୟୁ ପରେ ବି ଅମର ଉଷା ରାଣୀ, ଅଙ୍ଗଦାନ କଲା ପରିବାର

author img

By ETV Bharat Odisha Team

Published : Feb 24, 2024, 4:50 PM IST

Organ Donation: ଏକ ସଡ଼କ ଦୁର୍ଘଟଣରେ ଗୁରୁତର ହୋଇଥିଲେ ନବରଙ୍ଗପୁର ଜେ. ଉଷା ରାଣୀ । ସେ ୩ ଦିନ ଭେଣ୍ଟିଲେଟରରେ ରହିବା ପରେ ଡାକ୍ତର ବ୍ରେନ ଡେଡ୍ ଘଷଣା କରିଥିଲେ । ଏହାପରେ ଅଙ୍ଗଦାନ କରିବା ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ । ଅଧିକ ପଢନ୍ତୁ

ମୃତ୍ୟୁ ପରେ ବି ଅମର ଉଷା ରାଣୀ , ଅଙ୍ଗଦାନ କଲା ପରିବାର
ମୃତ୍ୟୁ ପରେ ବି ଅମର ଉଷା ରାଣୀ , ଅଙ୍ଗଦାନ କଲା ପରିବାର

ମୃତ୍ୟୁ ପରେ ବି ଅମର ଉଷା ରାଣୀ , ଅଙ୍ଗଦାନ କଲା ପରିବାର

ନବରଙ୍ଗପୁର: ଅଙ୍ଗଦାନ କରି ଆମର ହେଲେ ଜେ. ଉଷା ରାଣୀ । ମୃତ୍ୟୁ ପରେ ବି ଜୀବିତ ସେ । ସଂସାରରୁ ବିଦାୟ ନେଇଛନ୍ତି ସତ କିନ୍ତୁ ନିଜର ମହତକାର୍ଯ୍ୟ ପାଇଁ ସବୁବେଳେ ଅନ୍ୟ ପାଇଁ ଉଦାହାରଣ ସାଜିଛନ୍ତି । ସେ ଅନ୍ୟକୁ ଦେଇଛନ୍ତି ନୂତନ ଜୀବନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ପଡ଼ାଲଗୁଡ଼ା ପଞ୍ଚାୟତର ଝିଅ ଜେ. ଉଷା ରାଣୀ । ସେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ୩ ଦିନ ଧରି ଭେଣ୍ଟିଲେଟରରେ ଭର୍ତ୍ତି ହେବା ପରେ ଡାକ୍ତର ତାଙ୍କୁ ବ୍ରେନ ଡେଡ଼ ଘୋଷଣା କରିଥିଲେ । ପରେ ପରିବାର ଲୋକେ ତାଙ୍କର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସୂଚନାଯୋଗ୍ୟ ୨୦୧୧ ମସିହାରେ ଜେ. ଉଷା ରାଣୀ ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ର ପାତପା‌ଟନା ମଣ୍ଡଳ ପେଡାଲଗିଡ଼ି ଗ୍ରାମରେ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି । ଗତ ୧୯ତାରିଖ ଦିନ ତାଙ୍କ ଦିଅର ନିର୍ବନ୍ଧ ଉତ୍ସବରେ ଯୋଗ ଦେବା ପାଇଁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ଫେରିବା ବାଟରେ ଶ୍ରୀକାକୁଲମ ଜିଲ୍ଲା ହିରାମଣ୍ଡଳମ୍ ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ।ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଶ୍ରୀକାକୁଲମ ସ୍ଥିତ ଜେମସ୍ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେ ଦୀର୍ଘ ୩ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟର ରହିଥିଲେ ହେଲେ ସ୍ବାସ୍ଥ୍ୟାବସ୍ଥାରେ କୈଣସି ଉନ୍ନତି ଘଟିନଥିଲା ।

ସେପଟେ ଗତ ୨୧ ତାରିଖ ଦିନ ମଧ୍ୟ ରାତିରେ ଡକ୍ତର ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରିଥିଲେ । ଏହି ଖବର ତାଙ୍କ ପରିବାର ବର୍ଗଙ୍କୁ ସମ୍ପୂର୍ଣ୍ଣ ଭାବରେ ମର୍ମାହତ କରିଥିଲା । ଦୁଃଖ ସମୟରେ ଉଷା ରାଣୀଙ୍କ ପରିବାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମଗ୍ର ମଣିଷ ଜାତି ପାଇଁ ଏକ ଉଦାହରଣ । ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ସ୍ବାମୀ କ୍ରୀଷ୍ଣା ରାଓ ଏବଂ ପରିବାର ସଦସ୍ୟ ତାଙ୍କର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାପରେ ମେଡିକାଲ କତ୍ତୃପକ୍ଷ ଅଙ୍ଗଦାନ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ମୃତକ ଜେ. ଉଷାଙ୍କ ୨ଟି ଆଖିକୁ ରେଡକ୍ରସକୁ ଦାନ କରାଯାଇଥିବାବେଳେ ,ଲିଭରକୁ ବିଶାଖାପାଟନାର ପିନାକେଲ୍ ହସପିଟାଲକୁ ଦାନ କରାଯାଇଥିଲା । ଏହାସହ ଗୋଟିଏ କିଡନୀ ବିଶାଖାପାଟନମର କେଜିଏଚ୍ ଏବଂ ଅନ୍ୟ କିଡନୀ ଜେମ୍ ହସପିଟାଲକୁ ପଠାଯାଇଥିଲା । ଯାହାକି ଅନ୍ୟ ପାଇଁ ବରଦାନ ସଦୃଶ୍ୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ......ମୃତ୍ୟୁ ପରେ ବି ଅମର ଦମୟନ୍ତୀ ! ଲିଭର ଦାନ କରି ସାଜିଲେ ଉଦାହରଣ, ଅଜଣା ବ୍ୟକ୍ତି ପାଇବେ ନୂଆ ଜୀବନ

ଜେ.ଉଷା ରାଣୀଙ୍କ ମୃତ୍ୟୁ ପରେ ମେଡ଼ିକାଲର ସମସ୍ତ ଡାକ୍ତର , ମେଡ଼ିକାଲ ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମେଡ଼ିକାଲ ପକ୍ଷରୁ ଉଷାଙ୍କ ମୃତ ଶରୀରକୁ ନିଜ ଶ୍ବଶୁର ଘର ଗାଁକୁ ପଠାଯାଇଥିଲା । ଗତ କାଲି ନିଜ ଶ୍ବଶୁର ଘର ଗାଁରେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯାଇଥିଲା । ଅନ୍ତିମ ସଂସ୍କାର ବେଳେ ଆଖପାଖ ଗାଁର ହଜାର ହଜାର ଲୋକେ ଶେଷ ଦର୍ଶନ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.