ETV Bharat / state

ଖଣ୍ଡଗିରି ଜାଗମରାରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Feb 2, 2024, 7:25 AM IST

Khandagiri Group Clash: ରାଜନୈତିର ରାଲିକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ରାତ୍ରିରେ ରଣକ୍ଷେତ୍ର ପାଲଟିଥିଲା ଜାଗମରା ନୂଆ ରୋଡ ଅଞ୍ଚଳ । ଏହି ଘଟଣାରେ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନେକ ଫେରାର ଥିବା ସୂଚନା ଦେଇଛି ପୋଲିସ । ଅଧିକ ପଢନ୍ତୁ

ଖଣ୍ଡଗିରି ଜାଗମରାରେ ଗୋଷ୍ଟି ସଂଘର୍ଷ ଘଟଣା ,୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଖଣ୍ଡଗିରି ଜାଗମରାରେ ଗୋଷ୍ଟି ସଂଘର୍ଷ ଘଟଣା ,୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଖଣ୍ଡଗିରି ଜାଗମରାରେ ଗୋଷ୍ଟୀ ସଂଘର୍ଷ ଘଟଣା ,୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଖଣ୍ଡଗିରି ଜାଗମରା ନୂଆ ରୋଡରେ ରାତି ଅଧରେ ରଣକ୍ଷେତ୍ର ପାଲଟିବା ଘଟଣା । ଏହି ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ହୋଇଥିବା ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ମୁତାବକ, ଗତ ସୋମବାର ଦିନ କଂଗ୍ରେସ ଦଳ ପକ୍ଷରୁ ଗୋଟିଏ ବିଶାଳ ରାଲି ହୋଇଥିଲା । ଏହି ରାଲିରେ ଏହି ବହୁ ଯୁବକ ଯୋଗ ଦେଇଥିଲେ । ସେଠାରେ ଏମାନଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା । ଦୁଇ ଗୋଷ୍ଠୀଙ୍କ ଭିତରେ ଏହି ବଚସା ହୋଇଥିବା ବେଳେ ଅଭିଯୁକ୍ତଙ୍କ ଭିତରେ ଅମନ ଚମ୍ପତି, ବବୁଲ, ସୁନୀଲ ଲେଙ୍କା ,ସାହିଲ ତ୍ରିପାଠୀ, ଓମ ମହାପାତ୍ର ଥିଲେ । ଏହାରି ଭତରେ ଆରମ୍ଭ ହୋଇଥିବା ଝଗଡା ଉଗ୍ରରୂପ ନେଇଥିଲା ।

ତେବେ ରାଲି ସରିବା ପରେ ଗୋଟିଏ ଗୋଷ୍ଠୀକୁ ମାରିବା ପାଇଁ ଅପର ଗୋଷ୍ଠୀ ଜାଗମରା ଆସିଥିଲେ । ଏହା ବାବଦରେ ଆଗୁଆ ଜାଣିବାକୁ ପାଇଥିଲେ ସେହି ଗୋଷ୍ଠୀ । ଅପର ଗୋଷ୍ଠୀ ଆସିବା ପୂର୍ବରୁ ହିଁ ସଜାଡି ରଖାଯାଇଥିଲା କାଠ ବାଉଁଶ, ଥଣ୍ଡା କାଚ ବୋତଲ ଓ ଅନ୍ୟ ମାରଣାସ୍ତ୍ର । ସେମାନେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଫିଲ୍ମ ଷ୍ଟାଇଲର ଫାଇଟ । ଗାଡ଼ି ଭାଙ୍ଗିବା, ପରସ୍ପରକୁ ଆକ୍ରମଣ କରିବା ଓ ହାତକୁ ଯାହା ଆସିଲା ଫୋପାଡ଼ା ଫିଙ୍ଗା ଭଳି ଅନେକ କାଣ୍ଡ ଘଟାଇଥିଲେ ଦୁଇ ଗୋଷ୍ଠୀର ୩୦ ରୁ ୪୦ ଜଣ ଯୁବକ ।

ଏହା ମଧ୍ୟ ପଢନ୍ତୁ ......ପୂର୍ବ ଶତ୍ରୁତାରୁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ରଣକ୍ଷେତ୍ର ପାଲଟିଲା ଖଣ୍ଡଗିରି‌ ନୂଆ ରୋଡ

ଏଥିରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ଆହାତ ହୋଇଥିଲେ । ଆହାତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗୋଟିଏ ଦିନର ମାରାଥନ ତଦନ୍ତ ପରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ତଦନ୍ତ ଜୋରଦାର ପୋଲିସ କରିଥିବା ବେଳେ ଏବେ ବି ଅନ୍ୟ ସଂପୃକ୍ତ ଯୁବକମାନଙ୍କୁ ଖୋଜୁଛି ପୋଲିସ ବୋଲି କହିଛନ୍ତି ଏସିପି ପ୍ରଦୀପ କୁମାର ରାଉତ । ୪ ଗିରଫ ଅଭିଯୁକ୍ତ ହେଲେ ବରମୁଣ୍ଡାର ଦୀପକ କୁମାର ବେହେରା, ନୟାପଲ୍ଲୀର ରମୟ ରଞ୍ଜନ ମାହୁନ୍ତ, ଦୋକାନୀ ଦିଲୀପ ବିଶ୍ୱାଳ ଏହାର ଘର ଖଣ୍ଡଗିରି ମାଲିକ କମ୍ପ୍ଲେକ୍ସ ,ଜାଗମରାର ସଞ୍ଜୟ ସେନାପତି ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.