ETV Bharat / state

କଟକରେ ବାଘ ଛାଲ ଡିଲ୍, 2 ମାଫିଆଙ୍କୁ ଗିରଫ କଲା ବନ ବିଭାଗ

author img

By ETV Bharat Odisha Team

Published : Feb 9, 2024, 1:07 PM IST

Updated : Feb 9, 2024, 2:30 PM IST

Tiger Skin Seized: କଟକରେ ବାଘ ଛାଲ ଡିଲ ବେଳେ ମାଡିବସିଲା ବନ ବିଭାଗ । 2 ବାଘଛାଲ ମାଫିଆ ଗିରଫ । ଅଧିକ ପଢନ୍ତୁ

2 Tiger Skin Smugglers Arrested
କଟକରେ ବାଘ ଛାଲ ଡିଲ

Tiger Skin Seized

କଟକ: ସିଲଭର ସିଟି କଟକରେ କଲରାପତରିଆ ବାଘ ଛାଲ ରାକେଟ୍ ଠାବ ହୋଇଛି । ବାଘ ଛାଲ କାରବାର କରିବା ଅଭିଯୋଗରେ ଦୁଇ ମାଫିଆଙ୍କୁ ବନ ବିଭାଗ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାହାଙ୍ଗା ବାସିନ୍ଦା ପ୍ରମୋଦ ଜେନା ଓ କେନ୍ଦ୍ରାପଡ଼ା ବାସିନ୍ଦା ରବି ନାରାୟଣ ବାରିକ । ତେବେ ଏହି ବାଘ ଛାଲ କେଉଁ ଜିଲ୍ଲାରୁ ଆସୁଥିଲା ଏବଂ କାହାକୁ ବିକ୍ରି ହୋଇଥାନ୍ତା, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରି ନାହିଁ । ଏହା ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବନ ବିଭାଗ ।

ଏହାମଧ୍ୟ ପଢନ୍ତୁ... ବାଘ ଛାଲ ଡିଲ୍ ବେଳେ ମାଡିବସିଲା ବନ ବିଭାଗ, 7 ଗିରଫ

ସୂଚନା ଅନୁଯାୟୀ, କଟକ ସହରର ଏକ ହୋଟେଲରେ ବାଘ ଛାଲ ଡିଲ କରିବାକୁ ମାଫିଆମାନେ ଆସୁଥିବା ନେଇ ଖବର ପାଇଥିଲା ବନ ବିଭାଗ । ଏହାପରେ ବନ ବିଭାଗ ପକ୍ଷରୁ ମାଫିଆମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିଲା । ବନ ବିଭାଗର ଧରପକଡ ବାବଦରେ ଜାଣିପାରି ବାଘ ଛାଲ ମାଫିଆମାନେ ହୋଟେଲକୁ ନ ଆସି ଆଉ ଏକ ନିଛାଟିଆ ସ୍ଥାନକୁ ଚାଲି ଯାଇଥିଲେ । ଏନେଇ ମଧ୍ୟ ବନ ବିଭାଗ ଖବର ପାଇବା ପରେ ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ତେବେ ବନ ବିଭାଗ ଟିମକୁ ଦେଖି ବାଇକରେ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ 2 ଅଭିଯୁକ୍ତ । ନିଜ ସାଥିରେ ନେଇଥିବା ବାଘ ଛାଲକୁ ରାସ୍ତାକଡ଼ରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ । ସେମାନଙ୍କୁ ପିଛା କରି ବାଘ ଛାଲକୁ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ ।

ଏହାମଧ୍ୟ ପଢନ୍ତୁ...ବାଘ ଛାଲ ବିକ୍ରି ଡିଲ୍‌ ବେଳେ ମାଡି ବସିଲା ବନବିଭାଗ, 2 ଗିରଫ

ଏହି ମାମଲାରେ 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ । ଆଉ ମଧ୍ୟ ସେମାନଙ୍କ ପାଖରୁ ଗୋଟିଏ ବାଘ ଛାଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାହାଙ୍ଗା ବାସିନ୍ଦା ପ୍ରମୋଦ ଜେନା ଓ କେନ୍ଦ୍ରାପଡ଼ା ବାସିନ୍ଦା ରବିନାରାୟଣ ବାରିକ । ସହରର ଏକ ନିଛାଟିଆ ସ୍ଥାନରେ ଏହାର ଡିଲ କରିବାକୁ ଅଭିଯୁକ୍ତ ମାନେ ସ୍ଥିର କରିଥିବା ଜଣାପଡିଛି । ତେବେ ୫୦ ହଜାର ଟଙ୍କାରେ ଏହାକୁ ଡିଲ କରାଯାଉଥିଲା ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ କଟକରେ ବାଘ ଛାଲ ଡିଲ୍ ଘଟଣା ପ୍ରଥମ ଥର ପାଇଁ ଘଟିଛି । ପୂର୍ବରୁ କେବେ ଏଭଳି ନଜର ଆସିନଥିଲା । ତେବେ ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ କରୁଛି ବନ ବିଭାଗର ମିଳିତ ଟିମ୍ ।

ଇଟିଭି ଭାରତ, କଟକ

Last Updated : Feb 9, 2024, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.