ETV Bharat / state

ଛୁଟିରେ ପିଲାଙ୍କୁ ଦିଆଯିବ ପିଏମ୍ ପୋଷଣ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ରାସନ - PM POSHAN

author img

By ETV Bharat Odisha Team

Published : Apr 23, 2024, 10:30 PM IST

ଛୁଟିରେ ପିଲାଙ୍କୁ ଦିଆଯିବ ପିଏମ୍ ପୋଷଣ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ରାସନ
ଛୁଟିରେ ପିଲାଙ୍କୁ ଦିଆଯିବ ପିଏମ୍ ପୋଷଣ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ରାସନ

Food Security Allowance Under PM POSHAN: ସ୍କୁଲ ଛୁଟି ସମୟରେ ଛାତ୍ରଛାତ୍ରୀଙ୍କୁ ମିଳିବ ପିଏମ୍ ପୋଷଣର ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଛୁଟିରେ ପିଲାଙ୍କୁ ମିଳିବ ପିଏମ୍ ପୋଷଣର ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ । ୧୮ ତାରିଖରୁ ୨୦ ତାରିଖ (3 ଦିନ) ଏବଂ ୨୫ ତାରିଖରୁ ମେ' ୪ ତାରିଖ (୯ ଦିନ) ପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ରାସନ୍ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ କରାଯାଇଛି ।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ କାର୍ଯ୍ୟ ଦିବସରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଣ୍ଟନ କରାଯିବ । ଯାହା ପିଏମ ପୋଷଣ ଅଧୀନରେ ଖାଦ୍ୟ ସୁରକ୍ଷା ଭତ୍ତା ବଣ୍ଟନକୁ ସରକାର ଅନୁମତି ଦେଇଛନ୍ତି । ସ୍କୁଲରେ ଉପଲବ୍ଧ ଥିବା ପିଏମ ପୋଷଣ ଚାଉଳ ସହ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଶୁଖିଲା ରାସନ ଯୋଗାଇ ଦିଆଯିବ । ୧୨ ଦିନ ପାଇଁ ପେମେଣ୍ଟ ଅଫ୍ ମ୍ୟାଟେରିଆଲ୍ (ରନ୍ଧନ) ମୂଲ୍ୟ ସିଧାସଳଖ DBT ମୋଡରେ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଆକାଉଣ୍ଟରେ ଅର୍ଥ ପୈଠ କରାଯିବ । ଯେଉଁଠାରେ ଆକାଉଣ୍ଟକୁ ଟଙ୍କା ପଠାଇବା ସମ୍ଭବ ନୁହେଁ ସେଠାରେ ଏକ ନିର୍ଦ୍ଧିଷ୍ଟ ରେଜିଷ୍ଟର ମାଧ୍ୟମରେ ଦେୟ ପ୍ରଦାନ କରାଯିବ । ବିଦ୍ୟାଳୟ ପଏଣ୍ଟରେ ପିଏମ ପୋଶନ (MDM) ଚାଉଳ ବଣ୍ଟନ କରିବା ସମୟରେ ଏସଏମସିକୁ ଅବଗତ କରାଯିବ । ସମସ୍ତ ଅଭିଭାବକଙ୍କୁ ଶୁଖିଲା ରାସନ ଏବଂ ସାମଗ୍ରୀ (ରନ୍ଧନ) ମୂଲ୍ୟ ବଣ୍ଟନ ୧୫ ଦିନ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଖରା ଛୁଟି ଘୋଷଣା କଲେ ସରକାର, ଜାଣନ୍ତୁ କେବେଠୁ ? - Summer Vacation In Odisha

ସୂଚନା ଅନୁଯାୟୀ, ଚଳିତ ଅପ୍ରେଲ ୨୫ ତାରିଖ (ଗୁରୁବାର) ଠାରୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବା । ଶିକ୍ଷାବର୍ଷ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ଭିର୍ତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃତ୍ତି ପାଇଁ କେତେକ ଅବକାସକାଳୀନ ଗୃହକାର୍ଯ୍ୟ ଦିଆଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀ ନିଜର ସମୟକୁ ଉପଯୁକ୍ତ ଭାବରେ ବିନିଯୋଗ କରିବା ସହିତ ପୂର୍ବ ଶ୍ରେଣୀର ଧାରଣା ଗୁଡିକକୁ ଦୃଢ଼ୀକରଣ କରିବା ଓ କିଛି ମାତ୍ରାରେ ନୂତନ ଶ୍ରେଣୀର ପାଠକୁ ଶିଖିବାରେ ସହାୟକ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.