ETV Bharat / state

କନେଷ୍ଟବଳଙ୍କ ମୃତଦେହ ନେବାକୁ 2 ପତ୍ନୀ ଓ ମା’ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ଏସସିବିରେ ଚାଲିଲା ଟଣାଓଟରା - Fight For Dead Body In SCB

author img

By ETV Bharat Odisha Team

Published : Mar 27, 2024, 7:32 PM IST

Etv Bharatକନେଷ୍ଟବଳଙ୍କ ମୃତଦେହ ନେବାକୁ 2 ପତ୍ନୀ ଓ ମାଆଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ
କନେଷ୍ଟବଳଙ୍କ ମୃତଦେହ ନେବାକୁ 2 ପତ୍ନୀ ଓ ମାଆଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

Fight For Dead Body In SCB Medical: ଜଣେ କନଷ୍ଟେବଳଙ୍କ ମୃତ୍ୟପରେ ମୃତଦେହ ନେବା ପାଇଁ କନଷ୍ଟେବଳଙ୍କ 2 ସ୍ତ୍ରୀ ଏବଂ ମାଆଙ୍କ ମଧ୍ୟରେ ଟଣାଓଟରା । ଅଧିକ ପଢ଼ନ୍ତୁ

କନେଷ୍ଟବଳଙ୍କ ମୃତଦେହ ନେବାକୁ 2 ପତ୍ନୀ ଓ ମାଆଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

କଟକ: ମୃତଦେହକୁ ନେବା ପାଇଁ କନେଷ୍ଟବଳଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ମୃତଦେହକୁ କିଏ ନେବ ସେନେଇ ଶାଶୁ ବୋହୁ ମଧ୍ୟରେ ପାଟିତୁଣ୍ଡ । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ପରେ ମୃତଦେହକୁ କିଏ ମୃତଦେହ ନେବ ତାଙ୍କୁ ନେଇ ଏସସିବି ମେଡିକାଲ ନିକଟରେ ଶାଶୁ ଓ ବୋହୁ ମଧ୍ୟରେ ଝଗଡ଼ା ଭଳି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ।

ଘଟଣା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଅଭୟ କୁମାର ବେହେରା କଟକ ଫୁଲନଖରା ସ୍ଥିତ ଏନଏଚ୍ ଟ୍ରାଫିକରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ଗତ ଶନିବାର ଅଭୟ ଏକ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଆଜି (ବୁଧବାର) ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଅଭୟଙ୍କ ମୃତ୍ୟୁ ଘଟିଥିଲା । ପରେ ମୃତଦେହ ନେବା ପାଇଁ ମେଡିକାଲରେ ପହଞ୍ଚିଥିଲେ ଅଭୟଙ୍କ ପ୍ରଥମ ସ୍ତ୍ରୀ, ଦ୍ବିତୀୟ ସ୍ତ୍ରୀ ଏବଂ ପରିବାର ଲୋକ । ମୃତଦେହ କିଏ ନେବ ତାକୁ ନେଇ ଅଭୟଙ୍କ ମାଆ ଏବଂ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଲାଗିଥିଲା ।

ସୂଚନା ଅନୁସାରେ, ମୃତ ଅଭୟ ୨୦୧୬ ମସିହାରେ ପୁରୀ ପୋଲିସ ବିଭାଗର ଓୟାରଲେସ୍ ଟେଲିଫୋନିକରେ କାର୍ଯ୍ୟ କରୁଥିବା ଦେବସ୍ମିତା ସେଠୀଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ଏକ ପୁଅ ମଧ୍ୟ ଅଛି । ତେବେ ବିବାହର ବର୍ଷେ ପରେ ମତାନ୍ତର କାରଣରୁ ଅଭୟ, ଦେବସ୍ମିତାଙ୍କ ଠାରୁ ଛାଡପତ୍ର ପାଇଁ ପରିବାର ଅଦାଲତରେ ଆବେଦନ କରିଥିଲେ । ଛାଡପତ୍ର ମାମଲା କୋର୍ଟରେ ବିଚାରଧିନ ଥିବା ବେଳେ ଅଭୟ ୨୦୧୭ ମସିହାରେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଏବେ ପର୍ଯ୍ୟନ୍ତ ଦ୍ବିତୀୟ ପତ୍ନୀଙ୍କ ସହ ଅଭୟ ରହୁଥିବା ବେଳେ ଆଜି ଅଭୟଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ନେବା ପାଇଁ ତାଙ୍କ ପ୍ରଥମ ପତ୍ନୀ, ଦ୍ବିତୀୟ ପତ୍ନୀ ଏବଂ ଅଭୟଙ୍କ ମାଆଙ୍କ ମଧ୍ୟରେ ଟଣାଓଟରା ଲାଗିଥିଲା।

ଏହା ମଧ୍ୟ ପଢ଼ନ୍ତୁ...ମିଳିଲାନି ମହାପ୍ରୟାଣ ଗାଡି, ଟ୍ରଲିରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ - Body Carried On Trolley

ତେବେ ପ୍ରଥମ ପତ୍ନୀ ଅଭୟଙ୍କ ସ୍ତ୍ରୀ ଭାବେ ନିଜକୁ ଦାବି କରୁଥିବା ବେଳେ ଦ୍ବିତୀୟ ପତ୍ନୀ ମଧ୍ଯ ଅଭୟଙ୍କ ସ୍ତ୍ରୀ ବୋଲି ଦାବି କରୁଛନ୍ତି । ତେଣୁ ସେ ଅଭୟଙ୍କ ମୃତଦେହ ନେବାକୁ ଦାବି କରିଛନ୍ତି । ତେବେ ପରିଶେଷରେ ମୃତଦେହକୁ ଅଭୟଙ୍କ ଗାଁ ଅଭିମୁଖେ ନିଆଯାଇଛି । ପ୍ରଥମ ସ୍ତ୍ରୀ ଓ ତାଙ୍କ ପୁଅଙ୍କୁ ଅଭୟଙ୍କ ଶେଷକୃତ୍ୟ ସମୟରେ ରହିବା ନେଇ ଉଭୟ ପକ୍ଷରୁ ସ୍ଥିର ହୋଇଛି । ପରେ ମାମଲା ଶାନ୍ତ ପଡ଼ିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.