ETV Bharat / state

ଲୋୟର ଇନ୍ଦ୍ର ପ୍ରକଳ୍ପ ଥାଇ ବି ଚାଷଜମିକୁ ମିଳୁନି ପାଣି, ଚାଷୀଙ୍କ ଆନ୍ଦୋଳନ ଚେତାବନୀ

author img

By ETV Bharat Odisha Team

Published : Feb 10, 2024, 11:03 AM IST

କୃଷକ ସମାବେଶ
କୃଷକ ସମାବେଶ

Farmers Rally In Nuapada: ନୂଆପଡାରେ ବିଶାଳ କୃଷକ ସମାବେଶରେ କୃଷକଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଛି । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସତ୍ତ୍ୱେ ଚାଷ ଜମିକୁ ପାଣି ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

କୃଷକ ସମାବେଶ

ନୂଆପଡ଼ା: ଖଡ଼ିଆଳ ବ୍ଲକରେ ଅନୁଷ୍ଠିତ ହୋଇଛି ବିଶାଳ କୃଷକ ସମାବେଶ । ଏଥିରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଛି । ସମାବେଶରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି ଚାଷୀ । କାରଣ ଏହି ଜଳସେଚନ ପ୍ରକଳ୍ପ ପାଇଁ 10 ଗୋଟି ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ 21ଗୋଟି ଗାଁ ଆଂଶିକ ବୁଡିଛି । ଅଥଚ ନିକଟରେ ଏହି ଜଳଭଣ୍ଡାର ଥାଇ ମଧ୍ୟ ବରଗାଁ, ଭୋଜପୁର, ସାନମହେଶ୍ୱର, ପେଣ୍ଡରାବନ୍ଧ ଅଞ୍ଚଳର ଚାଷ ଜମିକୁ ପାଣି ମିଳି ପାରୁନାହିଁ । ଏହାର ପ୍ରତିବାଦରେ କୃଷକ ସମାବେଶ ଅନୁଷ୍ଠିତ ହେବା ସହ ଜଳ ସମସ୍ୟାର ସମାଧାନ ନକରାଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱରଠାରେ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ବରଗାଁ, ସାନମହେଶ୍ୱର, ଭୋଜପୁର, ପେଣ୍ଡରାବନ୍ଧ ଚାରିଗୋଟି ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ଯୋଗ ଦେଇଥିଲେ । ସମାବେଶରେ କୃଷକଙ୍କ ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣରେ 10 ଗୋଟି ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଛି ଏବଂ 21ଟି ଗାଁ ଆଂଶିକ ବୁଡି ହୋଇରହିଛି । ଦୀପ ତଳ ଅନ୍ଧାର ଭଳି ନିକଟରେ ବିଶାଳ ଜଳଭଣ୍ଡାର ଥାଇ ମଧ୍ୟ ବରଗାଁ, ଭୋଜପୁର, ସାନମହେଶ୍ୱର, ପେଣ୍ଡରାବନ୍ଧ ଅଞ୍ଚଳର ଚାଷ ଜମିକୁ ପାଣି ମିଳି ପାରୁନାହିଁ । ଯାହାକି ଅଞ୍ଚଳବାସୀଙ୍କ ପ୍ରତି ସରକାର ଅନ୍ୟାୟ କରିଛନ୍ତି ବୋଲି ଚାଷୀ ସମୂହ ଉଦବେଗ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଆଜି ଚାରି ଗୋଟି ଗ୍ରାମପଞ୍ଚାୟତର ଚାଷୀଙ୍କୁ ନେଇ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଧନୁଆ ନଦୀ କଂକ୍ରିଟ ବନ୍ଧ ନିର୍ମାଣକୁ ନେଇ ଲୋକେ ଅଶାନ୍ତି, 2.4 କିମି ବନ୍ଧ ନିର୍ମାଣ ପାଇଁ 2.50 କୋଟି ଖର୍ଚ୍ଚ

ଏଠିକାର ଚାଷୀମାନେ 2017 ମସିହାରୁ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଦାବି କରିଆସୁଛନ୍ତି । କୃଷକଙ୍କ ସମସ୍ୟା ପ୍ରତି ସରକାର ତୁରନ୍ତ ଗୁରୁତ୍ୱ ଦେଇ ବିଚାର କରନ୍ତୁ ଏବଂ ଚାଷ ଜମିକୁ ଜଳ ଯୋଗାଣ କରନ୍ତୁ । ନଚେତ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ସାନମହେଶ୍ୱର ଗ୍ରାମପଞ୍ଚାୟତ କୃଷକ ସଂଘର ସଭାପତି ଜଗତରାମ ଶବର ସମାବେଶରେ ଅଧ୍ୟକ୍ଷତା କରିଥିଲେ ।

ଏଥିରେ କୃଷକ ଡକ୍ଟର ସିଦ୍ଧାର୍ଥ ଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାନମହେଶ୍ୱର ସରପଞ୍ଚ ଅମ୍ବିକା ତ୍ରିବେଦୀ, ବିଦୁର ଶବର, ପେଣ୍ଡରାବନ୍ଧ ପୂର୍ବତନ ସରପଞ୍ଚ ଅମରେଶ ପଟ୍ଟନାୟକ, ସମାଜସେବୀ ରାଜେନ୍ଦ୍ର କୁମାର ମହାପାତ୍ର ଯୋଗଦେଇ କୃଷକ କୃଷିକାର୍ଯ୍ୟ ଓ ତାର ଜୀବିକା ସମ୍ପର୍କରେ ଉଦବୋଧନ ଦେଇଥିଲେ । ତେବେ 29 ହଜାର ହେକ୍ଟର ବିଶାଳ ଭୂଖଣ୍ଡରେ ଲୋୟର ଇନ୍ଦ୍ର ପ୍ରକଳ୍ପ ନିର୍ମାଣ ହୋଇସାରିଛି । ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଘରଦ୍ୱାର ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । 10 ହଜାର ପରିବାର ଅନ୍ୟତ୍ର ଚାଲିଯାଇ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.