ETV Bharat / state

ସମ୍ବଲପୁରରେ ଚାଷୀ ଆନ୍ଦୋଳନ, ଉତ୍ତରାଞ୍ଚଳ RDC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

author img

By ETV Bharat Odisha Team

Published : Mar 14, 2024, 10:51 PM IST

ସମ୍ବଲପୁରରେ ଚାଷୀ ଆନ୍ଦୋଳନ
ସମ୍ବଲପୁରରେ ଚାଷୀ ଆନ୍ଦୋଳନ

Farmer Protest: ଗର୍ଜିଲେ ଚାଷୀ । ଆଜି ସମ୍ବଲପୁର ଉତ୍ତରାଞ୍ଚଳ RDC କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ କୃଷକ ସଂଗଠନର ଚାଷୀମାନେ ବିକ୍ଷୋଭ ସମାବେଶ କରିଛନ୍ତି । ଅଧିକ ପଢ଼ନ୍ତୁ,

ସମ୍ବଲପୁରରେ ଚାଷୀ ଆନ୍ଦୋଳନ

ସମ୍ବଲପୁର: ଗର୍ଜିଲେ ଚାଷୀ । ଆଜି ସମ୍ବଲପୁର ଉତ୍ତରାଞ୍ଚଳ RDC କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ କୃଷକ ସଂଗଠନର ଚାଷୀ ମାନେ ବିକ୍ଷୋଭ ସମାବେଶ କରିଛନ୍ତି l ସଂଯୁକ୍ତା କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଆଜି ଏହି ଆନ୍ଦୋଳନ କରାଯାଇଥିବା ସୂଚନା ମିଳିଛି । ଏହି ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଢ଼ାଖୋଲ ଉପଖଣ୍ଡ ସହ 9ଟି ବ୍ଲକର ବିଭିନ୍ନ ଅଞ୍ଚଳର ଚାଷୀ ସାମିଲ ହୋଇଥିଲେ l କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ଅନେକ ଚାଷୀ ନୀତି ବିରୋଧରେ ଗର୍ଜିଥିବା ଦେଖିବାକୁ ମିଳିଛି । ନିଜ ଦାବି ଉପସ୍ଥାପନା କରିବା ସହିତ ବିଭିନ୍ନ ପ୍ରସଙ୍ଗ ବିରୋଧରେ ନାରା ବାଜି କରୁଥିବା ଦେଖିବାକୁ ମିଳିଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୋୟ ସମିତି, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ନୀତିକୁ ତ୍ରୁଟି ପୂର୍ଣ୍ଣ କହି ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି l ମୁଖ୍ୟତଃ ସ୍ବାମୀନାଥନ କମିଶନର ସୁପାରିଶକୁ ଲାଗୁ କରିବା, ଏମଏସପିକୁ ମାନ୍ୟତା ଦେବା, ଚାଷୀ ଆନ୍ଦୋଳନ ଉପରେ ଦମନ ନୀତିକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଇଛି l ଏହି ଅବସରରେରେ କେନ୍ଦ୍ର ସରକାରଙ୍କ କୃଷି ନୀତି ଓ ରାଜ୍ୟ ସରକାରଙ୍କ କୃଷି ନୀତି ତଥା ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଜାହିର କରିବା ସହ ସରକାର ବିରୋଧୀ ନାରାବାଜି କରିଥିଲେ l

ଏହା ମଧ୍ୟ ପଢ଼ନ୍ତୁ.... ୨୦ଦଫା ଦାବି ନେଇ ଗରିବସେନା ପକ୍ଷରୁ ମୋଟରସାଇକଲ ରାଲି, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ 26 ତାରିଖରେ ନିଆରା ଢଙ୍ଗରେ ଏକ ଟ୍ରାକ୍ଟର ଶୋଭାଯାତ୍ରା କରି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଚାଷୀ l ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ପଶ୍ଚିମ ଓଡିଶା କୃଷକ ସଂଗଠନ ସାମନ୍ମୟ ସମିତି ଓ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସମିତି ପକ୍ଷରୁ ଟ୍ରାକ୍ଟର ଶୋଭାଯାତ୍ରା କରାଯାଇ WTOର କୃଷକ ବିରୋଧୀ ଆଭିମୁଖ୍ୟ ଓ କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରିଥିଲେ ଚାଷୀ l କେନ୍ଦ୍ର ସରକାରଙ୍କର କୃଷି ନୀତି, WTOର ଚାଷୀ ବିରୋଧୀ ଅଭିମୁଖ୍ୟ ଓ ସ୍ବାମୀନାଥନ କମିଶନ ରିପୋର୍ଟ ଲାଗୁ ନକରିବା ପ୍ରସଙ୍ଗରେ ପ୍ରତିବାଦ କରିଥିଲେ ଚାଷୀ l ଚାଷୀ ମାନେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ସାହା ଦମନ ନୀତି ଆପଣେଇଥିବା କହି ନାରାବାଜି କରିବା ସହ କେନ୍ଦ୍ର ସରକାର ବିରୋଧୀ ନାରାବାଜି କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.